କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସୁଦର୍ଶନ ପରିବାର ସହ ଜଣେ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିବା ବେଳେ ବୁଧବାର ରାତିରେ ଦୁର୍ବୃତ୍ତମାନେ ବାରିପଟ କବାଟ ଭାଙ୍ଗି ଘରେ ପଶି ଚୋରି କରିଥିବା ଜଣାପଡିଛି। ଗୁରୁବାର ସୁଦର୍ଶନ ଘରେ ପହଞ୍ଚତ୍ବା ପରେ ଘରୁ ଚୋରି ହେଉଥିବା ଜାଣିବାକୁ ପାଇଥିଲେ। […] The post କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି appeared first on Dharitri Odia News.

May 10, 2025 - 12:20
କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସୁଦର୍ଶନ ପରିବାର ସହ ଜଣେ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିବା ବେଳେ ବୁଧବାର ରାତିରେ ଦୁର୍ବୃତ୍ତମାନେ ବାରିପଟ କବାଟ ଭାଙ୍ଗି ଘରେ ପଶି ଚୋରି କରିଥିବା ଜଣାପଡିଛି। ଗୁରୁବାର ସୁଦର୍ଶନ ଘରେ ପହଞ୍ଚତ୍ବା ପରେ ଘରୁ ଚୋରି ହେଉଥିବା ଜାଣିବାକୁ ପାଇଥିଲେ। ଏନେଇ ଉଜ୍ଜଳ ସାହୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ତେବେ ଅଞ୍ଚଳରେ ବିଭିନ୍ନ ସମୟରେ ଚୋରି ରାହାଜାନି ଆଦି ଘଟୁଥିବାରୁ ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂ କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି appeared first on Dharitri Odia News.