କନ୍ୟାଙ୍କ ଆଖି ଆଗରେ ଚାଲିଗଲା ବରଙ୍କ ଜୀବନ: ଅଧାରେ ରହିଲା କଉଡ଼ି ଖେଳ
ନିଶ୍ଚିନ୍ତକୋଇଲି,୧୦।୫(ଅଶୋକ କୁମାର ମହାପାତ୍ର ): ଶନିବାର ପଡିଥାନ୍ତା ଚତୁର୍ଥୀ କାର୍ଯ୍ୟ। ଦୁଇଟି ହୃଦୟ ଏକାଠି ହୋଇ ଗାଡିଥାନ୍ତେ ନୂଆ ସଂସାର। ହେଲେ ଆଶା ଆଶାରେ ରହିଗଲା। ଆଖି ବୁଜିଲେ ବର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଥାନା ନୃତାଙ୍ଗ ପଞ୍ଚାୟତରେ। ମାହାଙ୍ଗା ଅଞ୍ଚଳରୁ ଜୈନିକ ଯୁବକ ବୁଧବାର ବରସାଜି ଯାଜପୁର ଜିଲା ବୈରି ଅଞ୍ଚଳକୁ ଯାଇଥିଲେ। ସେଠାରେ ଜୈନିକା ଯୁବତୀଙ୍କୁ ରୀତିନୀତିରେ ବିବାହ କରି ଘରକୁ ଆଣିଥିଲେ। ହେଲେ ବିଦ୍ୟୁତ୍ କରେଣ୍ଟ ସାଜିଲା କାଳ। […] The post କନ୍ୟାଙ୍କ ଆଖି ଆଗରେ ଚାଲିଗଲା ବରଙ୍କ ଜୀବନ: ଅଧାରେ ରହିଲା କଉଡ଼ି ଖେଳ appeared first on Dharitri Odia News.

ନିଶ୍ଚିନ୍ତକୋଇଲି,୧୦।୫(ଅଶୋକ କୁମାର ମହାପାତ୍ର ): ଶନିବାର ପଡିଥାନ୍ତା ଚତୁର୍ଥୀ କାର୍ଯ୍ୟ। ଦୁଇଟି ହୃଦୟ ଏକାଠି ହୋଇ ଗାଡିଥାନ୍ତେ ନୂଆ ସଂସାର। ହେଲେ ଆଶା ଆଶାରେ ରହିଗଲା। ଆଖି ବୁଜିଲେ ବର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଥାନା ନୃତାଙ୍ଗ ପଞ୍ଚାୟତରେ। ମାହାଙ୍ଗା ଅଞ୍ଚଳରୁ ଜୈନିକ ଯୁବକ ବୁଧବାର ବରସାଜି ଯାଜପୁର ଜିଲା ବୈରି ଅଞ୍ଚଳକୁ ଯାଇଥିଲେ। ସେଠାରେ ଜୈନିକା ଯୁବତୀଙ୍କୁ ରୀତିନୀତିରେ ବିବାହ କରି ଘରକୁ ଆଣିଥିଲେ। ହେଲେ ବିଦ୍ୟୁତ୍ କରେଣ୍ଟ ସାଜିଲା କାଳ। ବିବାହର ୩ ଦିନ ପରେ ଅର୍ଥାତ୍ ଶୁକ୍ରବାର କଉଡ଼ି ଖେଳ ଚାଲିଥିବା ବେଳେ ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ ବର । ଫଳରେ ଘଟଣାସ୍ଥଳରେ ନବବିବାହିତ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ନବବିବାହିତା ଯୁବତୀ ଶାଶୁଘର ଛାଡ଼ି ବାପ ଘରକୁ ଚାଲି ଯାଇଛନ୍ତି। ।
ଉକ୍ତ ପଞ୍ଚାୟତ ନିର୍ତଙ୍ଗ ଗ୍ରାମର ସନ୍ତୋଷ ସାହୁଙ୍କ ପୁଅ ଶତମନ ସାହୁ ଗତ ବୁଧୁବାର ଯାଜପୁର ଜିଲା ବୈରି ଅଞ୍ଚଳର ଜୈନିକା ଯୁବତୀଙ୍କୁ ବୈଧିକ ରିତିରେ ବିବାହ କରିଥିଲେ। ଶୁକ୍ରବାର ଶତମନଙ୍କ ଘରେ କଉଡ଼ି ଖେଳ ଚାଲିଥିଲା। ସେତିକିବେଳେ କୌଣସି କାରଣ ବଶତଃ ଶତମନ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଶତମନଙ୍କ ମୃତ୍ୟୁ ଘଟିଥିଲା।
ଅପରପକ୍ଷେ ନବ ବିବାହିତା ଯୁବତୀ ବାପ ଘରକୁ ଫେରି ଯାଇଛନ୍ତି । ତେବେ ଖବର ପାଇ ପୋଲିସ ଶତମନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡ଼ିକାଲକୁ ପଠାଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
The post କନ୍ୟାଙ୍କ ଆଖି ଆଗରେ ଚାଲିଗଲା ବରଙ୍କ ଜୀବନ: ଅଧାରେ ରହିଲା କଉଡ଼ି ଖେଳ appeared first on Dharitri Odia News.