ଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୩୦।୧: ଏଲନ ମସ୍କଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ସେ ମନୋନୀତ ହୋଇଛନ୍ତି । ୟୁରୋପୀୟ ସଂସଦର ସ୍ଲୋଭେନିଆନ ସଦସ୍ୟ (MEP) ବ୍ରାଙ୍କୋ ଗ୍ରିମ୍ସ ମସ୍କଙ୍କୁ ମନୋନୀତ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା, ସ୍ପେସଏକ୍ସଏକ୍ସ ଭଳି କମ୍ପାନୀର ମାଲିକ ମସ୍କଙ୍କୁ ଏନେଇ ବଡ଼ ସୁଯୋଗ ମିଳିଛି। ଗ୍ରାଇମ୍ସଙ୍କ ମତରେ, ଏହି ନାମାଙ୍କନ ମସ୍କଙ୍କ ଅଭିବ୍ୟକ୍ତି ସ୍ବାଧୀନତାକୁ ସମର୍ଥନ କରିବା ଏବଂ ବିଶ୍ୱ ଶାନ୍ତି ପ୍ରତି […] The post ଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଆସିଲା ବଡ଼ ଖବର appeared first on Dharitri Odia News.

Jan 31, 2025 - 06:14
ଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୩୦।୧: ଏଲନ ମସ୍କଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ସେ ମନୋନୀତ ହୋଇଛନ୍ତି । ୟୁରୋପୀୟ ସଂସଦର ସ୍ଲୋଭେନିଆନ ସଦସ୍ୟ (MEP) ବ୍ରାଙ୍କୋ ଗ୍ରିମ୍ସ ମସ୍କଙ୍କୁ ମନୋନୀତ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା, ସ୍ପେସଏକ୍ସଏକ୍ସ ଭଳି କମ୍ପାନୀର ମାଲିକ ମସ୍କଙ୍କୁ ଏନେଇ ବଡ଼ ସୁଯୋଗ ମିଳିଛି। ଗ୍ରାଇମ୍ସଙ୍କ ମତରେ, ଏହି ନାମାଙ୍କନ ମସ୍କଙ୍କ ଅଭିବ୍ୟକ୍ତି ସ୍ବାଧୀନତାକୁ ସମର୍ଥନ କରିବା ଏବଂ ବିଶ୍ୱ ଶାନ୍ତି ପ୍ରତି ତାଙ୍କର ଅବଦାନକୁ ସ୍ବୀକୃତି ଦେବା ପାଇଁ କରାଯାଇଛି ।

ପ୍ରସ୍ତାବକୁ ନିଶ୍ଚିତ କରି, ବ୍ରାଙ୍କୋ ଗ୍ରିମ୍ସ କହିଛନ୍ତି, ଆଜି ଏହା ସଫଳତାର ସହିତ ପ୍ରସ୍ତାବିତ ହୋଇଛି ଯେ ଅଭିବ୍ୟକ୍ତି ସୱାଧୀନତା ଏବଂ ଶାନ୍ତିର ମୌଳିକ ମାନବାଧିକାରକୁ ନିରନ୍ତର ସମର୍ଥନ କରିଆସୁଥିବା ମସ୍କଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ। ଏହି ମନୋନୟନରେ ତାଙ୍କୁ ସମର୍ଥନ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ସେ କହିଛନ୍ତି, ’ଏହି ଚ୍ୟାଲେଞ୍ଜିଂ ପ୍ରକଳ୍ପରେ ସାହାଯ୍ୟ କରିଥିବା ସମସ୍ତ ସହ-ପ୍ରସ୍ତାପକ ଏବଂ ସହକର୍ମୀଙ୍କୁ ହୃଦୟରୁ ଧନ୍ୟବାଦ ।

କହିରଖୁଛୁ କି, ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ବହୁତ କଠୋର ଏବଂ ବିସ୍ତୃତ। ନାମଲେଖାର ଶେଷ ତାରିଖ ଜାନୁଆରୀ ୩୧, ଏବଂ ଏହା ସାଧାରଣତଃ ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହୁଏ । ଶେଷ ତାରିଖ ପରେ, ଫେବୃଆରୀ ମଧ୍ୟଭାଗରେ ମୂଲ୍ୟାୟନ ପାଇଁ ନୋବେଲ କମିଟି ନିକଟରେ ମନୋନୟନ ଦାଖଲ କରାଯାଏ। କମିଟି ତା’ପରେ ସମସ୍ତ ବୈଧ ନାମାଙ୍କନ ସମୀକ୍ଷା କରେ ଏବଂ ଅଧିକ ଯାଞ୍ଚ ପାଇଁ ପ୍ରାର୍ଥୀମାନଙ୍କର ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରେ। ଏହି ପର୍ଯ୍ୟାୟରେ, ସ୍ଥାୟୀ ପରାମର୍ଶଦାତା ଏବଂ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ବିଶେଷଜ୍ଞ ରିପୋର୍ଟକୁ ବିଚାରକୁ ନିଆଯାଏ।

The post ଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଆସିଲା ବଡ଼ ଖବର appeared first on Dharitri Odia News.