ଏବର୍ଷ ଛେଚିବ ବର୍ଷା, ସ୍ବାଭାବିକଠାରୁ ହେବ ଅଧିକ ବୁଷ୍ଟିପାତ
ନୂଆଦିଲ୍ଲୀ,୧୬।୪(ପି.ଟି.):ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଙ୍ଗଳବାର କହିଛି। ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ। ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ ୮୭ ସେଣ୍ଟିମିଟର ହୋଇଥିବାବେଳେ ମୌସୁମୀ ଚତୁର୍ମାସରେ ଏହାର ୧୦୫% ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଥିବା ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍. ରବିଚନ୍ଦ୍ରନ୍ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତାମିଲନାଡୁର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳରେ […] The post ଏବର୍ଷ ଛେଚିବ ବର୍ଷା, ସ୍ବାଭାବିକଠାରୁ ହେବ ଅଧିକ ବୁଷ୍ଟିପାତ appeared first on Dharitri Odia News.

ନୂଆଦିଲ୍ଲୀ,୧୬।୪(ପି.ଟି.):ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଙ୍ଗଳବାର କହିଛି। ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ। ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ ୮୭ ସେଣ୍ଟିମିଟର ହୋଇଥିବାବେଳେ ମୌସୁମୀ ଚତୁର୍ମାସରେ ଏହାର ୧୦୫% ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଥିବା ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍. ରବିଚନ୍ଦ୍ରନ୍ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତାମିଲନାଡୁର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ମୌସୁମୀ ବର୍ଷାକୁ ପ୍ରଭାବିତ କରୁଥିବା ସମସ୍ତ ବୈଶ୍ୱିକ କାରକ ମଧ୍ୟରୁ ଚଳିତବର୍ଷ ୨ଟିର ନିଷ୍କ୍ରିୟ ପ୍ରଭାବ ରହିବାକୁ ଥିବାବେଳେ ଗୋଟିଏର ସକାରାତ୍ମକ ପ୍ରଭାବ ଅନୁଭୂତ ହେବ। ତେଣୁ ଆଗାମୀ ମୌସୁମୀରେ ସ୍ବାଭାବିକ ବର୍ଷା ହେବାର ୩୦% ସୁଯୋଗ ରହିଥିବାବେଳେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବାର ୩୩% ଅତ୍ୟଧିକ ବର୍ଷା ହେବାର ୨୬% ସମ୍ଭାବନା ରହିଥିବା ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
The post ଏବର୍ଷ ଛେଚିବ ବର୍ଷା, ସ୍ବାଭାବିକଠାରୁ ହେବ ଅଧିକ ବୁଷ୍ଟିପାତ appeared first on Dharitri Odia News.