ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ: ଜୟଶଙ୍କର

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ବଡ଼ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏହି ଘୋଷଣା ପରେ ବିକ୍ରମ ମିଶ୍ରି ଏହି ସୂଚନା ଦେଇଥିଲେ। ଏପରିକି ଅସ୍ତ୍ରବିରତି ସହମତି ନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ସୂଚନା ଦେଇଛନ୍ତି। ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି। କିନ୍ତୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସାଲିସ କରିବ ନାହିଁ। ପୂର୍ବ ଭଳି ଆତଙ୍କବାଦୀ […] The post ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ: ଜୟଶଙ୍କର appeared first on Dharitri Odia News.

May 11, 2025 - 12:12
ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ: ଜୟଶଙ୍କର

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ବଡ଼ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏହି ଘୋଷଣା ପରେ ବିକ୍ରମ ମିଶ୍ରି ଏହି ସୂଚନା ଦେଇଥିଲେ।

ଏପରିକି ଅସ୍ତ୍ରବିରତି ସହମତି ନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ସୂଚନା ଦେଇଛନ୍ତି। ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି। କିନ୍ତୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସାଲିସ କରିବ ନାହିଁ। ପୂର୍ବ ଭଳି ଆତଙ୍କବାଦୀ ବିରୋଧୀ ଲଢ଼େଇ ଜାରି ରହିବ ବୋଲି ଜୟଶଙ୍କର ସ୍ପଷ୍ଟ ନୂଚନା ଦେଇଛନ୍ତି।

ଭାରତୀୟ ସମୟ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ହୋଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ଉଭୟ ସହମତି ହୋଇଛୁ। ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି ହୋଇଛି। ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି। ଆସନ୍ତା ୧୨ ତାରିଖ ୧୨ଟାରେ DGMO ସ୍ତରୀୟ ପୁଣି ଆଲୋଚନା ହେବ।

India and Pakistan have today worked out an understanding on stoppage of firing and military action.

India has consistently maintained a firm and uncompromising stance against terrorism in all its forms and manifestations. It will continue to do so.

— Dr. S. Jaishankar (@DrSJaishankar) May 10, 2025

The post ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ: ଜୟଶଙ୍କର appeared first on Dharitri Odia News.