ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ
ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଘରୋଇ ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଅଟକ ଥିବା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଲକ୍ଷ୍ମୀ ଓରଫ ବେବିନା ସେଠୀ, ସୁବୁଦ୍ଧି ନାୟକ ଏବଂ ଶ୍ରୀୟା ନାୟକ ମହିଳା ଶ୍ରମିକଙ୍କୁ ଶନିବାର କମ୍ପାନୀ କର୍ତ୍ତୃପକ୍ଷ ଛାଡ଼ି ଦେଇଛନ୍ତି। ଗତ ୪ ମାସ ତଳେ ଜଣେ ଦଲାଲଙ୍କ ସହାୟତାରେ ଏହି ୩ ମହିଳା ଶ୍ରମିକ ଆନ୍ଧ୍ର ପ୍ରଦେଶର ଉକ୍ତ କମ୍ପାନୀକୁ […] The post ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ appeared first on Dharitri Odia News.

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର):
ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଘରୋଇ ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଅଟକ ଥିବା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଲକ୍ଷ୍ମୀ ଓରଫ ବେବିନା ସେଠୀ, ସୁବୁଦ୍ଧି ନାୟକ ଏବଂ ଶ୍ରୀୟା ନାୟକ ମହିଳା ଶ୍ରମିକଙ୍କୁ ଶନିବାର କମ୍ପାନୀ କର୍ତ୍ତୃପକ୍ଷ ଛାଡ଼ି ଦେଇଛନ୍ତି। ଗତ ୪ ମାସ ତଳେ ଜଣେ ଦଲାଲଙ୍କ ସହାୟତାରେ ଏହି ୩ ମହିଳା ଶ୍ରମିକ ଆନ୍ଧ୍ର ପ୍ରଦେଶର ଉକ୍ତ କମ୍ପାନୀକୁ କାମ ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଦରମା ନ ଦେଇ କାମ କରିବାକୁ ବାଧ୍ୟ କରାଯାଉଥିଲା। ଲକ୍ଷ୍ମୀଙ୍କ ମା’ଙ୍କ ଦେହ ଖରାପ ଥିବାରୁ ସେ ଗାଁକୁ ଯିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେ ଆଣି ନ ଥିଲେ। ଓଲଟି ତାଙ୍କୁ ହତ୍ୟା ଧମକ ସହ ନିର୍ଯାତନା ମିଳୁଥିବା ନେଇ ସେ କାନ୍ଦି କାନ୍ଦି ଫୋନ ଯୋଗେ ପରିବାର ଲୋକଙ୍କୁ ଶୁକ୍ରବାର ଜଣାଇଥିଲେ। ଏନେଇ ଶନିବାର ସକାଳେ ଭ୍ରମରପୁର ସରପଞ୍ଚ ସୀତାରାମ ସେଠୀ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଫୋନ ଯୋଗେ କଥା ହେବା ପରେ ସେମାନଙ୍କୁ ଗସ୍ତ ଖର୍ଚ୍ଚ ଦେଇ କମ୍ପାନୀ ତାର ନିଜ ଗାଡ଼ିରେ ଆନ୍ଧ୍ରର ରାଜାମହେନ୍ଦ୍ରି ରେଳ ଷ୍ଟେଶନରେ ଆଣି ଛାଡିଥିବା ଜଣାପଡ଼ିଛି। ସେଠାରୁ ସେମାନେ ବ୍ରହ୍ମପୁର ଅଭିମୁଖେ ଫେରୁଥିବା ଲକ୍ଷ୍ମୀ ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି।
The post ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ appeared first on Dharitri Odia News.