Press Accreditation: ୧୯ ବର୍ଷ ଧରି ଅଚଳ ଓଡ଼ିଶା ପ୍ରେସ୍ ଆକ୍ରିଡିଟେସନ୍ କମିଟି, ସାମ୍ବାଦିକଙ୍କ ଭିତରେ ବଢୁଛି ଅସନ୍ତୋଷ
ପ୍ରତି ଦୁଇ ବର୍ଷରେ ଅଧିସ୍ୱୀକୃତି କମିଟି ଗଢ଼ାଯିବାକୁ ନିୟମ ରହିଥିବାବେଳେ ଦୀର୍ଘ ୧୯ ବର୍ଷ ହେଲା କମିଟି ଗଢ଼ାଯାଇନାହିଁ। ମନମର୍ଜିରେ କିଛି ସାମ୍ବାଦିକଙ୍କୁ ଆକ୍ରିଡିଟେସନ୍ ଦିଆଯାଉଥିବା ଅଭିଯୋଗ ହୋଇଛି। ଆଉ ଏହାର ଫାଇଦା ନେଇ ମୁଖ୍ୟ ଧାରାରେ ନଥ
ପ୍ରତି ଦୁଇ ବର୍ଷରେ ଅଧିସ୍ୱୀକୃତି କମିଟି ଗଢ଼ାଯିବାକୁ ନିୟମ ରହିଥିବାବେଳେ ଦୀର୍ଘ ୧୯ ବର୍ଷ ହେଲା କମିଟି ଗଢ଼ାଯାଇନାହିଁ। ମନମର୍ଜିରେ କିଛି ସାମ୍ବାଦିକଙ୍କୁ ଆକ୍ରିଡିଟେସନ୍ ଦିଆଯାଉଥିବା ଅଭିଯୋଗ ହୋଇଛି। ଆଉ ଏହାର ଫାଇଦା ନେଇ ମୁଖ୍ୟ ଧାରାରେ ନଥିବା ଅନେକ ଅଧିସ୍ୱୀକୃତି ହାତେଇଥିବା କୁହାଯାଉଛି।
ରାଜ୍ୟରେ ଏବେ ଅନେକ କର୍ମଜୀବୀ ସାମ୍ବାଦିକଙ୍କୁ ମିଳୁନି ଆକ୍ରିଡିଟେସନ୍। ଅଚଳ ହୋଇପଡିଛି ସରକାରୀ ଅଧିସ୍ୱୀକୃତି ଦେବା ଲାଗି ଉଦ୍ଦିଷ୍ଟ ଓଡ଼ିଶା ପ୍ରେସ୍ ଆକ୍ରିଡିଟେସନ୍ କମିଟି। ପ୍ରତି ଦୁଇ ବର୍ଷରେ ଅଧିସ୍ୱୀକୃତି କମିଟି ଗଢ଼ାଯିବାକୁ ନିୟମ ରହିଥିବାବେଳେ ଦୀର୍ଘ ୧୯ ବର୍ଷ ହେଲା କମିଟି ଗଢ଼ାଯାଇନାହିଁ। ସେପଟେ ମନମର୍ଜିରେ କିଛି ସାମ୍ବାଦିକଙ୍କୁ ଆକ୍ରିଡିଟେସନ୍ ଦିଆଯାଉଥିବା ଅଭିଯୋଗ ହୋଇଛି। ଆଉ ଏହାର ଫାଇଦା ନେଇ ମୁଖ୍ୟ ଧାରାରେ ନଥିବା ଅନେକ ଅଧିସ୍ୱୀକୃତି ହାତେଇଥିବା କୁହାଯାଉଛି।
ବିନା ଆକ୍ରିଡିଟେସନରେ କର୍ମଜୀବୀ ସାମ୍ବାଦିକଙ୍କୁ ମିଳୁନି ସରକାରୀ ଅଫିସ ବା କାର୍ଯ୍ୟସ୍ଥଳକୁ ପ୍ରବେଶ ସୁଯୋଗ। ଖବର ସଂଗ୍ରହ ଲାଗି ବାଧକ ସାଜୁଛି ଏହି ସରକାରୀ ଅଧିସ୍ୱୀକୃତି। ଏହାକୁ ନେଇ କର୍ମଜୀବୀ ସାମ୍ବାଦିକଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ। ସରକାରୀ ଅଫିସ କିମ୍ବା କାର୍ଯ୍ୟସ୍ଥଳରୁ କୌଣସି ସୂଚନା ସଂଗ୍ରହ ଲାଗି ସାମ୍ବାଦିକଙ୍କ ପାଇଁ ସରକାରୀ ଅଧିସ୍ୱୀକୃତି ବା ଆକ୍ରିଡିଟେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ହେଲେ ଦୀର୍ଘ ବର୍ଷ ହେବେ ସରକାରୀସ୍ତରରେ ଆକ୍ରିଡିଟେସନ୍ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକ ଓ ସେମାନଙ୍କ ସଂଘଗୁଡ଼ିକ।
ମିଳିଥିବା ସୂଚନା ଅନୁସାରେ ଗତ ୧୯ ବର୍ଷ ହେଲା ଅଚଳ ହୋଇପଡ଼ିଛି ଓଡ଼ିଶା ପ୍ରେସ୍ ଅଧିସ୍ୱୀକୃତି କମିଟି। ବିଶେଷ ପରିସ୍ଥିତିରେ କମିଟି ଗଠନ ହୋଇନପାରିଲେ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଅତି ବେଶୀରେ କେବଳ ବର୍ଷେ ପର୍ଯ୍ୟନ୍ତ କିଛି ସାମ୍ବାଦିକଙ୍କୁ ଅଧିସ୍ୱୀକୃତ ଦେଇପାରିବେ। ମାତ୍ର କମିଟି ନଥିବାରୁ ମନମର୍ଜିରେ ଅଧିସ୍ୱୀକୃତି ଦିଆଯାଉଥିବା ଅଭିଯୋଗ ହୋଇଛି। ଫଳରେ ଯୋଗ୍ୟତା ନଥାଇ ବି ଅନେକ ଆକ୍ରେଡିଟେସନ ହାତେଇଥିବା ଅଭିଯୋଗ ଉଠିଛି।
`ଓଡ଼ିଶା ପ୍ରେସ ଆକ୍ରିଡିଟେସନ୍ ରୁଲସ ୧୯୯୪ ଅନୁସାରେ ସୂଚନା ଓ ଲୋକସଂପର୍କ ବିଭାଗରେ ପଞ୍ଜିକୃତ ମିଡିଆ ସଂସ୍ଥାରେ ୫ ବର୍ଷରୁ ଅଧିକ ସମୟ ପାଇଁ କର୍ମଜୀବୀ ସାମ୍ବାଦିକ ଭାବେ କାମ କରିଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ। ଆଉ ସମ୍ପୃକ୍ତ ମିଡିଆ ସଂସ୍ଥାର ପ୍ରସାରଣ ବା ଆକାର ଅନୁପାତରେ କିଛି ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ମିଳିଥାଏ। ରାଜ୍ୟସ୍ତରୀୟ ବ୍ୟତୀତ କିଛି ସମ୍ବାଦିକଙ୍କୁ ଜିଲ୍ଲା, ସବଡିଭିଜନ୍ ଓ ବ୍ଲକ୍ ସ୍ତରରେ ବି ଅଧିସ୍ୱୀକୃତି ମିଳିଥାଏ। ନିୟମାବଳୀ ଅନୁସାରେ, ଜାତୀୟସ୍ତରର କେତେକ ସ୍ୱୀକୃତିପ୍ରାପ୍ତ କର୍ମଜୀବୀ ସାମ୍ବାଦିକ ସଂଘର ପ୍ରତିନିଧି ଓ ସଂପାଦକଙ୍କୁ ନେଇ ଆକ୍ରିଡିଟେସନ୍ କମିଟି ଗଢ଼ାଯିବ। କମିଟିର ଅବଧି ୨ ବର୍ଷ ରହିବ। ଯଦି କୌଣସି କାରଣରୁ କମିଟିର କାର୍ଯ୍ୟକାଳ ଶେଷ ପରେ ତାହା ପୁନର୍ଗଠିତ ହୋଇପାରିଲା ନାହିଁ ତେବେ ଏହାର କାର୍ଯ୍ୟକାଳ ଅତିବେଶୀରେ ଆଉ ୧ ବର୍ଷ ବଢ଼ାଯାଇପାରିବ। ଅଧିସ୍ୱୀକୃତି ନିୟମାବଳୀ ଅନୁସାରେ ଜଣେ କର୍ମଜୀବୀ ସାମ୍ବାଦିକ କୌଣସି ମିଡିଆ ହାଉସରେ କାମ କରୁନଥିଲେ ବି ଅନ୍ତତଃ କୌଣସି ସ୍ୱୀକୃତିପ୍ରାପ୍ତ ମିଡିଆ ହାଉସରେ ପୂର୍ଣ୍ଣକାଳୀନ ୨୦ ବର୍ଷରୁ ଅଧିକ ସମୟ ଧରି କାମ କରିଥିଲେ ମୁକ୍ତବୃତ୍ତ ସାମ୍ବାଦିକ ବା ଫ୍ରିଲାନସ ଜର୍ଣ୍ଣାଲିଷ୍ଟ ଭାବେ ଅଧିସ୍ୱୀକୃତି ପାଇଁ ଆବେଦନ କରିପାରିବେ।
ରାଜ୍ୟରେ ବର୍ତ୍ତମାନ ପ୍ରାୟ ୯ ହଜାର କର୍ମଜୀବୀ ସାମ୍ବାଦିକ କାର୍ଯ୍ୟ କରୁଛନ୍ତି। ତେବେ ଭୁବନେଶ୍ୱରରେ ୧୭୫ ଜଣଙ୍କୁ ମିଶାଇ ରାଜ୍ୟରେ ପ୍ରାୟ ୨୦୦ ସରକାରୀ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଅଛନ୍ତି। ସେଥିରୁ କେତେଜଣ ବାସ୍ତବିକ ମୁଖ୍ୟଧାରାର କର୍ମଜୀବୀ ସାମ୍ବାଦିକ, ତା ବି ବଡ଼ ପ୍ରଶ୍ନ। ଅନ୍ୟପଟେ ୧୯ ବର୍ଷ ଧରି ଅଧିସ୍ୱୀକୃତି କମିଟି ଗଢ଼ାଯାଇନଥିବା ବେଳେ ଆକ୍ରିଡିଟେସନ୍ ପାଇବା ପାଇଁ ଶତାଧିକ ସାମ୍ବାଦିକ ଆବେଦନ କରି ଅପେକ୍ଷା କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
