President Murmu Travels to Berhampur by Special Train: ସ୍ୱତନ୍ତ୍ର ଟ୍ରେନ୍‌ରେ ବ୍ରହ୍ମପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Aug 04, 2026 - 10:09
President Murmu Travels to Berhampur by Special Train: ସ୍ୱତନ୍ତ୍ର ଟ୍ରେନ୍‌ରେ ବ୍ରହ୍ମପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୩ ଦିନିଆ ଓଡ଼ିଶା ଗସ୍ତରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସ୍ବତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି । ଏଥିପାଇଁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରପତି ସ୍ପେଶାଲ୍ ଟ୍ରେନ୍ ଆସିଛି। ଭୁବନେଶ୍ୱରରୁ ବ୍ରହ୍ମପୁର ପହଞ୍ଚିବାକୁ ପ୍ରାୟ ଦୁଇ ଘଣ୍ଟା ଦଶ ମିନିଟ୍ ସମୟ ଲାଗିବ। ରାଷ୍ଟ୍ରପତିଙ୍କ ଟ୍ରେନ୍ ର ସୁରକ୍ଷା ପାଇଁ ଆଗ ଓ ପଛରେ ଦୁଇଟି ଏସ୍କର୍ଟ ଟ୍ରେନ୍ ଚଳାଚଳ କରିବ।

ବ୍ରହ୍ମପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସଡ଼କ ପଥରେ ପ୍ରାୟ ୮୦ କିଲୋମିଟର ଦୂର ତପ୍ତପାଣି ଯିବେ। ସେଠାରେ ମାଆ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ସନ୍ଧ୍ୟାରେ ସେ ବ୍ରହ୍ମପୁରକୁ ଫେରି ଗୋପାଳପୁରସ୍ଥିତ ଆର୍ମି ଏୟାର୍ ଡିଫେନ୍ସ କଲେଜ୍ ରେ ରାତ୍ରିଯାପନ କରିବେ।

ପରଦିନ ରାଷ୍ଟ୍ରପତି ପୁଣି ସ୍ୱତନ୍ତ୍ର ଟ୍ରେନ୍  ଯୋଗେ ଭୁବନେଶ୍ୱର ଫେରିବେ। ଏହି ଗସ୍ତକୁ ନେଇ ରେଳ, ସଡ଼କ ଓ ଗନ୍ତବ୍ୟସ୍ଥଳରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ରାଜ୍ୟ ପୋଲିସ, ରେଳ ସୁରକ୍ଷା ବାହିନୀ ଏବଂ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାର ଅଧିକାରୀମାନେ ନିୟୋଜିତ ଅଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।