President Award: ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ପାଇଁ ଦୃଷ୍ଟିବାଧିତ ପ୍ରଫେସର ପାଇବେ ରାଷ୍ଟ୍ରପତି ପୁରସ୍କାର
"ରାୟଗଡ଼ା: ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ବା ଏମପାୱରମେଣ୍ଟ୍ ଅଫ୍ ଇନକ୍ଲୁସିଭ୍ ଏଜୁକେସନ ପାଇଁ ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବେ ରାୟଗଡ଼ା ଗୈIତମ୍ ନଗର ଅଞ୍ଚଳର ଦୃଷ୍ଟିବାଧିତ ପ୍ରଫେସର କାମାକ୍ଷା ପ୍ରସାଦ ଦାଶ।
ଏନେଇ ଆଜି ରାଇସିନାହିଲ୍ସ୍ ରୁ ନିମନ୍ତ୍ରଣ ଆସିଛି।Advertisment Sambalpuri Day: ଆଜି ସମ୍ବଲପୁରୀ ଦିନ୍, ଶୁଭେଚ୍ଛା ଜଣାଇଲେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଆସନ୍ତା ସ୍ବାଧୀନତା ଦିବସରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ନୂଆଦିଲ୍ଲୀ ଠାରେ ସମ୍ବର୍ଦ୍ଧିତ ହେବେ।
ପ୍ରଫେସର କାମାକ୍ଷା ପ୍ରସାଦ ୭ବର୍ଷ ବୟସରେ ନିଜର ଦୁଇ ଆଖି ହରାଇଥିଲେ I ପ୍ରଫେସର ଦାଶ ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିବା ବେଳେ ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଭୁବନେଶ୍ବରରେ ଉଚ୍ଚ ଶିକ୍ଷା ଲାଭ କରି ଓଡ଼ିଶା ସରକାରଙ୍କ ସମାବେଶୀ ଶିକ୍ଷାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
୧୨ଟି ସାହିତ୍ୟ ରଚନା କରି ପୁରସ୍କୃତ ଦୃଷ୍ଟିବାଧିତ ପିଲାମାନଙ୍କୁ କିପରି ସମାଜର ମୁଖ୍ଯ ସ୍ରୋତରେ ସାମିଲ କରାଯିବ ସେନେଇ ଅନେକ ପଦକ୍ଷେପ ନେଇଛନ୍ତି I ସବୁଠାରୁ ଗୁରୁତ୍ୱପୂର୍ଣ ଉପାନ୍ତଅଂଚଳର ଦୃଷ୍ଟିବାଧିତ ଆଦିବାସୀ ପିଲାଙ୍କ ପାଇଁ ସେ ଦୃଷ୍ଟାନ୍ତମୂଳକ କାମ କରିଛନ୍ତି।
ସେହିପରି ଦୃଷ୍ଟିହୀନ ହୋଇ ଭଗବଦ୍ ଗୀତାର ଅନେକ ଶ୍ଳୋକ ମୁଖସ୍ଥ କରିଥିବା ବେଳେ ସାହିତ୍ୟ ପ୍ରତି ମଧ୍ଯ ରୁଚି ରଖିଛନ୍ତି।
ଆଜିର ଆହ୍ବାନ, ଆତ୍ମ ଦର୍ପଣ,ପରିଧି ଓ ସତ୍ଯ ଖୋଜିବା ଚାଲ ପରି ପ୍ରାୟ ୧୨ଟି ସାହିତ୍ୟ ପୁସ୍ତକ ରଚନା କରି ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି।
ସୁରଭି ଗୌରବ ଓ ସୁରଭି ରତ୍ନ ସହ ଅନେକ ସରକାରୀ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି ପ୍ରଫେସର କାମାକ୍ଷା ପ୍ରସାଦ ଦାଶ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।