Pre-Marital Physical Relations: ବିବାହ ପୂର୍ବ ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ!
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଦୁଇଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ସମ୍ମତିରେ ଗଢ଼ିଉଠିଥିବା ସମ୍ପର୍କ କୌଣସି ବ୍ୟକ୍ତିର ଚରିତ୍ର ସଂହାରର କାରଣ ହୋଇପାରିବ ନାହିଁ। ତେଲଙ୍ଗାନାର ଜଣେ ପୋଲିସ କନଷ୍ଟେବଳ ପ୍ରାର୍ଥୀଙ୍କ ମାମଲାର ଶୁଣାଣି କରି ଏଭଳି କହିଛନ୍ତି ସର୍ବୋଚ୍ଚ ଅଦାଲତ।
ଜଷ୍ଟିସ ମନମୋହନ ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ୨୦୧୫ରେ ଲୋକ ଅଦାଲତରେ ଆପୋସ ସମାଧାନ ହୋଇଯାଇଥିଲା। ଏହି ଆଧାରରେ ପୋଲିସ ନିଯୁକ୍ତି ବୋର୍ଡ ତାଙ୍କ ଚାକିରି ବାତିଲ କରିଦେଇଥିଲେ।
ଅଦାଲତ କହିଛନ୍ତି, ''ସବୁ ପ୍ରେମ ସମ୍ପର୍କ ବିବାହର ରୂପ ନିଏନାହିଁ। କେବଳ ସମ୍ପର୍କ ବିବାହରେ ପରିଣତ ନହେବାର ଅର୍ଥ ଏହା ନୁହେଁ ଯେ ଜଣେ ଅନ୍ୟଜଣଙ୍କୁ ପ୍ରତାରଣା କରିଛି। ଦେଶରେ ଏମିତି କୌଣସି ଆଇନ ନାହିଁ, ଯାହା ଦୁଇ ସହମତ ବୟସ୍କଙ୍କୁ ସେମାନଙ୍କ ପସନ୍ଦର ସମ୍ପର୍କ ରଖିବାରୁ ରୋକିପାରିବ। ଲୋକ ଅଦାଲତରେ ମାମଲାର ରଫାଦଫା ହେବା ଅର୍ଥ ନୁହେଁ ଯେ ପ୍ରାର୍ଥୀ ନିଜ ଦୋଷ ସ୍ୱୀକାର କରିଛନ୍ତି। ନିଯୁକ୍ତିଦାତା ଏହାକୁ ଚରିତ୍ରହୀନତାର ଆଧାର କରିପାରିବେ ନାହିଁ।''
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।