Prashant Kishor's First Electoral Victory: ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବିହାରରେ ବିଜେପିକୁ ବଡ଼ ଝଟକା!
ବିହାର ରାଜନୀତିରେ ବଡ଼ ଓଲଟପାଲଟ। ବିଜେପିର ୩୦ ବର୍ଷର ଗଡ଼ ବାଙ୍କିପୁରରେ ବାଜିମାତ କରିଛନ୍ତି ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର। ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରି ସେ ନିଜର ପ୍ରଥମ ନିର୍ବାଚନୀ ବିଜୟ ହାସଲ କରିଛନ୍ତି। ସେ ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ପ୍ରାୟ ୧୯ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜେପିର ତିନି ଦଶନ୍ଧିର ଦୁର୍ଗକୁ ଭାଙ୍ଗି ଦେଇଛନ୍ତି।
ପ୍ରଶାନ୍ତ କିଶୋର ପ୍ରାୟ ୫୯ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପିର ନୀରଜ କୁମାର ପ୍ରାୟ ୪୦ ହଜାର ଭୋଟରେ ସୀମିତ ରହିଛନ୍ତି। ଆରଜେଡି ପ୍ରାର୍ଥୀ ରେଖା କୁମାରୀ ତୃତୀୟ ସ୍ଥାନରେ ରହିଛନ୍ତି।
୧୯୯୫ରୁ ବିଜେପି ନିୟନ୍ତ୍ରଣରେ ଥିବା ବାଙ୍କିପୁର ଆସନରେ ଏହି ବିଜୟକୁ ପ୍ରଶାନ୍ତ କିଶୋରଙ୍କ ପାଇଁ ବଡ଼ ରାଜନୈତିକ ସଫଳତା ଭାବେ ଦେଖାଯାଉଛି। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିଜେପି ନେତା ନିତିନ ନବୀନ ଆସନ ଛାଡ଼ିବାରୁ ଏହି ଉପନିର୍ବାଚନ ହୋଇଥିଲା।
ଫଳାଫଳ ପୂର୍ବରୁ ପ୍ରଶାନ୍ତ କିଶୋର ପାଟନା ପୁଲିସ ଉପରେ ପ୍ରଚାର କର୍ମୀଙ୍କୁ ବେଆଇନ ଭାବେ ଅଟକ ରଖିବା ଓ ମତଦାତାଙ୍କୁ ପ୍ରଭାବିତ କରିବାର ଅଭିଯୋଗ ଆଣିଥିଲେ। ଏନେଇ ନିର୍ବାଚନ କମିଶନ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ସେ କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।