Prafulla Mallik: ଛାଡ଼ିଲେ ନା ତଡ଼ିଲେ ! ପ୍ରଫୁଲ୍ଲ କହିଲେ ସକାଳୁ ବିଜେଡିରୁ ଇସ୍ତଫା ଦେଇସାରିଛି
ଗତକାଲି ଦଳକୁ ବଡ ଚେତାବନୀ ଶୁଣାଇ ପ୍ରଫୁଲ୍ଲ କହିଥିଲେ,ଦଳ ଠିକ ଢଙ୍ଗରେ ନ ଚାଲେ ଦଳଠୁ ଦୂରେଇ ଯିବି। ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ।
ଗତକାଲି ଦଳକୁ ବଡ ଚେତାବନୀ ଶୁଣାଇ ପ୍ରଫୁଲ୍ଲ କହିଥିଲେ,ଦଳ ଠିକ ଢଙ୍ଗରେ ନ ଚାଲେ ଦଳଠୁ ଦୂରେଇ ଯିବି। ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ।
କାଲି ଦଳର ବିଚାରଧାରା ଉପରେ ପ୍ରଶ୍ନ ଉଠାଇ ଚେତାବନୀ ଦେଲେ, ଆଉ ଆଜି ଦଳରୁ ସସପେଣ୍ଡ । ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଫୁଲ୍ଲକୁ ସସପେଣ୍ଡ କଲା ବିଜେଡି । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଜାରି ହୋଇଛି ପ୍ରେସରିଲିଜ୍ ।
ସେପଟେ ପ୍ରଫୁଲ୍ଲ କହିଛନ୍ତି, ମୁଁ ସକାଳୁ ବିଜେଡିରୁ ଇସ୍ତଫା ଦେଇସାରିଛି । ଏନେଇ ଦଳର ନେତାମାନଙ୍କୁ ଅବଗତ କରିଛି । ଇସ୍ତଫା ଦେବାପରେ ଦଳ ନିଲମ୍ବନ କରିଛି । ଗତକାଲି ଦଳକୁ ବଡ ଚେତାବନୀ ଶୁଣାଇ ପ୍ରଫୁଲ୍ଲ କହିଥିଲେ,ଦଳ ଠିକ ଢଙ୍ଗରେ ନ ଚାଲେ ଦଳଠୁ ଦୂରେଇ ଯିବି। ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ।
ଦଳର ବିଚାରଧାରା ଉପରେ ପ୍ରଶ୍ନ ଉଠାଇବାରେ ୨୪ ଘଣ୍ଟା ନପୁରୁଣୁ ପ୍ରଫୁଲ୍ଲଙ୍କ ଉପରେ ଆକ୍ସନ ନେଇଛି ଦଳ। ପୂର୍ବତନ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ନବୀନ ସରକାରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
