Power supply normal: ବନ୍ୟା ପ୍ରଭାବିତ ଅଞ୍ଚଳର ୯୩% ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ

Aug 01, 2026 - 20:29
Power supply normal: ବନ୍ୟା ପ୍ରଭାବିତ ଅଞ୍ଚଳର ୯୩% ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ

"ଭୁବନେଶ୍ୱର: ରାଜ୍ୟରବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର ସ୍ଥିତିର ଆଜି ମୂଲ୍ୟାଙ୍କନ କରାଯାଇଛି।

ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୯୩% ଙ୍କୁ ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ କରାଯାଇଛି।

ଅଧିକାଂଶ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଅତି ଦ୍ରୁତଗତିରେ ଚାଲିଥିବା ବେଳେ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଭଳି ଜିଲ୍ଲାର ତଳିଆ ଓ ଅତ୍ୟଧିକ ଜଳମଗ୍ନ ପକେଟ୍‌ଗୁଡ଼ିକରେ ଜଳସ୍ତର ନକମିବା ଏବଂ ଯାତାୟାତ ପାଇଁ ସୀମିତ ସୁବିଧା ହେତୁ ସାମାନ୍ୟ ବିଳମ୍ବ ଘଟୁଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି।

ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶ ଏବଂ ଅନୁଧ୍ୟାନ ଅନୁଯାୟୀ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ସମସ୍ତ ଡିସକମ୍‌ମାନଙ୍କ ସହ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।Advertisment ଆହୁରି ପଢନ୍ତୁ : Arrest: ଭ୍ୟାନିଟି ଛିନ୍‌ତାଇ ଘଟଣାରୁ ମୋବାଇଲ୍‌ ଲୁଟ୍‌ର ପର୍ଦ୍ଦାଫାସ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଦ୍ରୁତ ଗ୍ରିଡ୍ ପୁନରୁଦ୍ଧାର ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ବୈଠକରେ ଗୁରୁତ୍ବ ପ୍ରଦାନ କରାଯାଇଛି।

ଏହି ବୈଠକରେ ଡିସକମଗୁଡ଼ିକ ପୁନରୁଦ୍ଧାର କାର୍ଯ୍ୟର ପ୍ରଗତି ବିଷୟରେ ଜଣାଇବା ସହ ନିଶ୍ଚିତ କରିଛନ୍ତି ଯେ, ବନ୍ୟାଜଳ ହ୍ରାସ ପାଇବା ସହିତ ରାଜ୍ୟସାରା ବିଦ୍ୟୁତ୍‌ କର୍ମକର୍ତ୍ତାମାନେ ଉଲ୍ଲେଖ କରିଛନ୍ତି ଯେ ସାମଗ୍ରିକ ବିଦ୍ୟୁତ୍ ଭିତ୍ତିଭୂମିର କୌଣସି ବଡ଼ଧରଣର ଗଠନମୂଳକ କ୍ଷତି ହୋଇନାହିଁ।

ଅଚଳ କିମ୍ବା ପୋଡ଼ିଯାଇଥିବା ଟ୍ରାନ୍ସଫର୍ମରଗୁଡ଼ିକୁ ସ୍ଥାନୀୟ ସ୍ଥିତି ଅନୁଯାୟୀ ଯଥାଶୀଘ୍ର ବଦଳାଯାଉଛି।

ଆହୁରି ପଢନ୍ତୁ : Neglect: ପ୍ରତିଶ୍ରୁତି ପାଲଟିଲା ପ୍ରହସନ; ଖଟିଆରେ ବୁହାହେଲେ ରୋଗୀ  ଜନଜୀବନ ସୁରକ୍ଷାକୁ ପ୍ରାଥମିକତା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶକୁ କଡାକଡି ଅନୁପାଳନ କରି ଶକ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡିସକମଗୁଡ଼ିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ ବିଦ୍ୟୁତ୍ ସେବା ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଳମଗ୍ନ ଲାଇନ୍ କିମ୍ବା ସଂସ୍ଥାପନଗୁଡ଼ିକୁ ଚାଲୁ କରିବା ପୂର୍ବରୁ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବା, ଦୁର୍ଗମ ଅଞ୍ଚଳଗୁଡ଼ିକରେ ଜିଲ୍ଲା ପ୍ରଶାସନ ସହ ନିବିଡ଼ ସମନ୍ୱୟ ରକ୍ଷା କରିବା, ଏବଂ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ବିଦ୍ୟୁତ୍ ବିଭ୍ରାଟର ସ୍ଥିତି ଏବଂ ଆଶାଯୋଗ୍ୟ ସମୟ ସୀମା ବିଷୟରେ ଜନସାଧାରଣଙ୍କୁ ଜଣାଇବାପାଇଁ ଡିସକମଗୁଡ଼ିକୁ ପରାମର୍ଶ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।