Police SI Recruitment to Be Completed by October: ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା, OUSSSC ଅଧ୍ୟକ୍ଷଙ୍କ ସୂଚନା

Jul 01, 2026 - 15:41
Police SI Recruitment to Be Completed by October: ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା, OUSSSC ଅଧ୍ୟକ୍ଷଙ୍କ ସୂଚନା

SI ଆଶାୟୀଙ୍କ ପାଇଁ ବଡ଼ ଖବର। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା। ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ SI ପରୀକ୍ଷା ଦେଇପାରିବେ।

ଗତବର୍ଷ ଓଡିଶା ପୋଲିସ SI ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ଏବେ ତଦନ୍ତ ଚଳାଇଛି। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ସହ ସିବିଆଇ ଏଥିରେ ସମ୍ପୃକ୍ତ ୧୬ ଜଣଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି। 

ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ୨୦୨୫ ମସିହା ସେପ୍ଟେମ୍ବର ମାସରେ ସାମ୍ନାକୁ ଆସିଥିଲା । ପରୀକ୍ଷାର ଠିକ୍ ୫ ଦିନ ପୂର୍ବରୁ ବ୍ରହ୍ମପୁର ପୋଲିସ ଏକ ଗୁପ୍ତ ସୂଚନା ଆଧାରରେ ପ୍ରଶ୍ନପତ୍ର ଲିକର ପର୍ଦ୍ଦାଫାଶ କରିଥିଲା ଏବଂ ଓଡ଼ିଶା ପୋଲିସ ତୁରନ୍ତ ଏହି ପରୀକ୍ଷାକୁ ବାତିଲ କରିଦେଇଥିଲା ।