Police Recover Missing Youth's Body: ବୁଢାବଳଙ୍ଗ ନଦୀରେ ବୁଡ଼ି ଯୁବକ ମୃତ; କାଲି ବ୍ରିଜ୍ ତଳେ ଗାଧୋଇବା ବେଳେ ଭାସିଯାଇଥିଲେ

Jul 08, 2026 - 18:00
Police Recover Missing Youth's Body: ବୁଢାବଳଙ୍ଗ ନଦୀରେ ବୁଡ଼ି ଯୁବକ ମୃତ; କାଲି ବ୍ରିଜ୍ ତଳେ ଗାଧୋଇବା ବେଳେ ଭାସିଯାଇଥିଲେ

କୋଡ଼ିଏ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ। ଗତକାଲି ବୁଢାବଳଙ୍ଗ ନଦୀରେ ଜଳକ୍ରୀଡା ସହ ସେଲଫି ନେଉଥିବା ବେଳେ ବୁଡିଯାଇଥିଲେ ଜଣେ ଯୁବକ। ଆଜି ତାଙ୍କ ମୃତଦେହକୁ ଭାସିଯାଇଥିବା ସ୍ଥାନ ଠାରୁ ପ୍ରାୟ ଏକ କିଲୋମିଟର ଦୂରରୁ ବାଲି ରେ ପୋତି ହୋଇଯାଇଥିବା ବେଳେ ମିଳିଛି। 

ବାଲେଶ୍ବର ଜିଲ୍ଲାର ପାଞ୍ଚ ଜଣ ଯୁବକ ମୟୁରଭଞ୍ଜ ଜିଲ୍ଲା ର ବୈଶିଙ୍ଗା ଅଞ୍ଚଳ ର ବୁଢାବଳଙ୍ଗ ନଦୀର ନାଖରା ପୋଲ ତଳେ ଗାଧୋଉଥିବା ବେଳେ ଜଣେ ଯୁବକ ଭାସି ଯାଇଥିଲେ । ମୃତକ ବାଲେଶ୍ବର ଜିଲ୍ଲା କଅଁରା କୁଳର ଆକାଶ କୁମାର ଜେନା ଏବଂ ସେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲକୁ ସ୍ଥାନାନ୍ତରିତ କରିଛି।

  • ମୟୂରଭଞ୍ଜ ବୈଶିଙ୍ଗା ଥାନା ନାଖରା ସେତୁରେ ଅଘଟଣ
  • ବୁଢାବଳଙ୍ଗ ନଦୀରେ ବୁଡ଼ି ଯୁବକ ମୃତ
  • କାଲି ବ୍ରିଜ୍ ତଳେ ଗାଧୋଇବା ବେଳେ ଭାସିଯାଇଥିଲେ
  • ଆଜି ମୃତଦେହ ବାଲିରେ ପୋତା ହୋଇଥିବା ଅବସ୍ଥାରେ ଠାବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।