Police Expose Jharkhand-Based Cyber Scam Syndicate: ଝାଡ଼ଖଣ୍ଡରେ ରହି ଓଡ଼ିଶାରେ କରୁଥିଲେ ସାଇବର ଠକେଇ, ଗ୍ୟାଙ୍ଗକୁ ଧରିଲା ପୋଲିସ
ଝାଡ଼ଖଣ୍ଡରେ ୫ ଜଣିଆ ସାଇବର ଠକ ଗିରଫ। ହେଲେ ଚେର ଲମ୍ବିଛି ଓଡ଼ିଶାକୁ। ପାଞ୍ଚ ଜଣିଆ ସାଇବର୍ ଠକ ଗ୍ୟାଙ୍ଗକୁ ଗିରଫ କରିଛି ଝାଡଖଣ୍ଡ ଗିରିଢିହ ସାଇବର୍ ପୋଲିସ୍ । ତେବେ ଓଡ଼ିଶାକୁ ଲିଙ୍କ ଥିବା ନେଇ କହିଛି ଗିରିଢିହି ସାଇବର୍ ପୋଲିସ୍। ଅଭିଯୁକ୍ତମାନେ କଷ୍ଟମର ସପୋର୍ଟ ଏପିକେ ଏବଂ ଓ୍ୱାଇଫାଇ ଏପିକେ ନାମରେ ଜାଲ୍ ଫାଇଲ ବିଭିନ୍ନ ଗ୍ରାହକଙ୍କୁ ପଠାଉଥିଲେ। ଏହି ଲିଙ୍କ୍ ଜରିଆରେ ଗ୍ରାହକଙ୍କ ଠାରୁ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା।
୫ ଜଣିଆ ଗ୍ୟାଙ୍ଗକୁ ତାରାଟାଣ୍ଡ ଜଙ୍ଗଲରୁ ଗିରଫ କରିଛି ପୋଲିସ। ସାଇବର ଲୁଟେରାଙ୍କ ନିକଟରୁ ୧୦ଟି ମୋବାଇଲ, ୧୩ଟି ସିମକାର୍ଡ, ଗୋଟିଏ ଲାପଟପ୍ ସମେତ ୪ଟି ମୋଟର ସାଇକେଲ ଜବତ୍ ହୋଇଛି। ସାଇବର ଅପରାଧ ଥାନାରେ ମାମଲା ରୁଜୁ କରି ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।...
ଝାଡ଼ଖଣ୍ଡରେ ଠକେଇର ଓଡ଼ିଶା ଲିଙ୍କ୍
ଝାଡ଼ଖଣ୍ଡରେ ୫ ଜଣିଆ ସାଇବର ଠକ ଗିରଫ
ସାଇବର ଠକେଇର ଚେର ଓଡ଼ିଶାକୁ ଲମ୍ବିଛି
ଠକ ଗ୍ୟାଙ୍ଗକୁ ଗିରଫ କଲା ଝାଡ଼ଖଣ୍ଡ ଗିରିିଡିହ ପୋଲିସ
ମୋବାଇଲକୁ APK ଲିଙ୍କ୍ ପଠାଇ ଲୁଟୁଥିଲେ
ଲିଙ୍କ୍ ଜରିଆରେ ଠକି ନେଉଥିଲେ ଟଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।