PNG Connections for All Hostel: ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତ୍ତି, ସବୁ ହଷ୍ଟେଲକୁ PNG ସଂଯୋଗ ପାଇଁ ନିର୍ଦ୍ଦେଶ

Jun 26, 2026 - 10:31
PNG Connections for All Hostel: ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତ୍ତି, ସବୁ ହଷ୍ଟେଲକୁ PNG ସଂଯୋଗ ପାଇଁ ନିର୍ଦ୍ଦେଶ

ଏଣିକି ହଷ୍ଟେଲରେ ରୋଷେଇ ପାଇଁ ହେବ PNG ସଂଯୋଗ। ଏନେଇ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ। ଏଲପିଜି ସଂକଟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ। ହଷ୍ଟେଲ କିଚେନରେ ରୋଷେଇ ବାଧାପ୍ରାପ୍ତ ନ ହେବାକୁ ପ୍ରାଥମିକତା। 

ଯେଉଁ ସବୁ ଶିକ୍ଷାନୁଷ୍ଠାନ ନିକଟରେ ପିଏନଜି ଭିତ୍ତିଭୂମି ରହିଛି, ସେଠାରେ ଯଥାଶୀଘ୍ର ଏହି ସଂଯୋଗ ନେବାକୁ କୁହାଯାଇଛି। ଏହାସହ ଗ୍ୟାସ ବ୍ୟବହାର ବେଳେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ରହିଛି। ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।