PM Modi Announces Task Force: ପେପର ଲିକ୍ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ,ନିର୍ଭରଯୋଗ୍ୟ ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ କରିବା ପାଇଁ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏହାର ନେତୃତ୍ୱ ନେବେ ଇନଫୋସିସ୍ ସହ-ପ୍ରତିଷ୍ଠାତା ତଥା ବିଶ୍ୱବିଖ୍ୟାତ ଟେକ୍ନୋଲୋଜି ବିଶେଷଜ୍ଞ ନନ୍ଦନ ନୀଲେକନୀ।
ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଟାସ୍କ ଫୋର୍ସ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ନେଇ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ ଏବଂ ସେହି ଆଧାରରେ ଆଗାମୀ ପରୀକ୍ଷାଗୁଡ଼ିକର ନିର୍ଭରଯୋଗ୍ୟତା ନିଶ୍ଚିତ କରାଯିବ।
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଥିବା ବ୍ୟକ୍ତିମାନେ ବର୍ତ୍ତମାନ ଜେଲରେ ପଡ଼ିଛନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବା ସହ ଆସନ୍ତାକାଲି ସଂସଦରେ କଠିନ ଆଇନଗତ ବ୍ୟବସ୍ଥା ସମ୍ବଳିତ ଏକ ନୂତନ ଆଇନ ଆଣିବା ଦିଗରେ ମଧ୍ୟ ଆଗକୁ ବଢ଼ୁଛନ୍ତି।
ସୂଚନାଯୋଗ୍ୟ ଯେ, ପରୀକ୍ଷା ପ୍ରଶ୍ନପତ୍ରଲିକ୍ ଘଟଣାକୁ ନେଇ କକ୍ରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ଚାଲିଥିବା ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ପରୀକ୍ଷା ବ୍ୟବସ୍ଥାରେ ସର୍ବାଧିକ ଟେକ୍ନୋଲୋଜିର ପ୍ରୟୋଗ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ସରକାର ଏହି ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
-ପେପର ଲିକ୍ ରୋକିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା
— ଓଟିଭି (@otvkhabar) July 26, 2026
-ଭିଡିଓ ବାର୍ତ୍ତାରେ ଉଚ୍ଚକ୍ଷମତା ସଂପନ୍ନ ଟାସ୍କଫୋର୍ସ ଘୋଷଣା କଲେ
-ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ଟାସ୍କଫୋର୍ସ ଗଠନ
-'ପରୀକ୍ଷାରେ ସଂସ୍କାର ପାଇଁ ଟାସ୍କଫୋର୍ସ ଗୁରୁତ୍ୱ ଦେବ'#NarendraModi#NandanNilekani#OTVpic.twitter.com/rqbaG2MzGo
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।