PM Directs Fast-Track Court Action: ଫାଷ୍ଟଟ୍ରାକ୍ କୋର୍ଟରେ ଦଣ୍ଡ ବିଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ସଂସଦ ଭବନ ଭିତରେ ହଙ୍ଗାମା। ସଂସଦ ଭବନ ବାହାରେ ଧାରଣା, ପ୍ରତିବାଦ। ଭିତରେ 4 ଦିନ ଧରି ଅଚଳାବସ୍ଥା ଆଉ ବାହାରେ 4 ଦିନ ଧରି ଆନ୍ଦୋଳନ, ନାରାବାଜି। ନିଟ୍ ପେପର ଲିକ୍ ଘଟଣା ଏହା ପରର ସ୍ଥିତି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ମୁହାଁମୁହିଁ ବିରୋଧୀ ଓ ଶାସକ। ଆଜି ସଂସଦ ସୌସୁମୀ ଅଧିବେଶନର ଚତୁର୍ଥ ଦିନ ଆରମ୍ଭ ହେବା ମାତ୍ରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ। ଫଳରେ ଉଭୟ ଗୃହ ବାରମ୍ବାର ଅଚଳ ହେବାରୁ ଆଜି ପାଇଁ ପୁଣି ମୁଲତବି ଘୋଷଣା ହୋଇଥିଲା ଉଭୟ ସଦନ। ଏଣେ ଗୃହ ଅଚଳ ପରେ ଲୋକସଭାର ମକର ଦ୍ବାର ବାହାରେ ଏକାଠି ହୋଇଥିଲେ ବିରୋଧୀ। ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି ଆଉ ସରକାରଙ୍କ ବିରୋଧରେ ନାରା ଦେଇ କମ୍ପାଇଥିଲେ ସଂସଦ ପରିସର। ସେପଟେ ଇଣ୍ଡିଆ ମେଣ୍ଟ ସଦସ୍ୟଙ୍କ ଲଗାତର ବିରୋଧକୁ କାଉଣ୍ଟର କରିବାକୁ ଆଗେଇ ଆସି ସଂସଦ ଭବନ ବାହାରେ ପାଲଟା ପ୍ରତିବାଦ କରିଥିଲେ ଏନଡିଏ ସାଂସଦ। ନିଟ୍ ପେପର ଲିକ୍ ଘଟଣାକୁ ରାଜନୈତିକ ରୂପ ଦେଉଥିବା ଅଭିଯୋଗ କରି ବିରୋଧୀଙ୍କ ବିରୋଧରେ ନାରା ଦେଇଥିଲେ ବିଜେପି ଓ ଅନ୍ୟ ସହଯୋଗୀ ଦଳର ସଦସ୍ୟ।
ଏପଟେ ନିଟ୍ ପେପର ଲିକ୍ ପ୍ରତିବାଦରେ ସିଜେପିର ମୂଳ ଆନ୍ଦୋଳନ ଥମିବାର ନାଁ ନେଉନି। ଏଣେ ସିଜେପିକୁ ବିରୋଧୀ ବଳ ଦେବା ପରେ ପୁଣି ଆଲୋଚନାର ଉପକ୍ରମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ ଥିବା ସିଜେପି କର୍ମକର୍ତ୍ତାଙ୍କ ଆଲୋଚନା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ବାସଭବନ ବା ଅଫିସ୍ ଆସିବାକୁ ଡାକରା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ଘୋଷଣା। ଏକ୍ସରେ ମୋଦି ଆଶ୍ବାସନା ଦେଇଛନ୍ତି, ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀଙ୍କ ବିଚାର ପ୍ରକ୍ରିୟା ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ। ଏଥିପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରି ତ୍ୱରିତ ଶୁଣାଣି କରାଯିବ। ମୋଦି ଲେଖିଛନ୍ତି, 'ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ଏବଂ 'ଯୁବପିଢ଼ିଙ୍କ କଲ୍ୟାଣ ଓ ଭବିଷ୍ୟତ ଅପେକ୍ଷା ଅନ୍ୟ କିଛି ବି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯୁବପିଢ଼ିଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ କାହାକୁ ବି ଛଡ଼ାଯିବନି। ତେଣେ ପ୍ରଧାନମନ୍ତ୍ରୀଙ୍କ ଏ ଘୋଷଣା କିନ୍ତୁ ବିରୋଧୀଙ୍କୁ ଶାନ୍ କରିପାରିନି। ସେପଟେ ସିଜେପି ମଧ୍ୟ ଦିଲ୍ଲୀ ପରେ ଶୁକ୍ରବାର ସାରା ଦେଶରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।