Planet like Earth: କିମାଶ୍ଚର୍ଯ୍ୟମ୍: ପୃଥିବୀ ଭଳି ଗ୍ରହରେ ବାୟୁମଣ୍ଡଳ ଠାବ
"ବୈଜ୍ଞାନିକମାେନ ୪୮ ଆଲୋକବର୍ଷ ଦୂରରେ ଏକ ପୃଥିବୀ ଅନୁରୂପ ଗ୍ରହ ଠାବ କରିଛନ୍ତି, ଯାହାର ବାୟୁମଣ୍ଡଳ ରହିଛି।
ଏହି ଆବିଷ୍କାର ଖୁବ୍ ଗୁରୁତ୍ବପୂର୍ଣ୍ଣ କାରଣ ଏ ପର୍ଯ୍ୟନ୍ତ ୬୦୦୦ରୁ ଅଧିକ "ଏକ୍ସୋପ୍ଲାନେଟ୍" ବା ଆମ ସୌରଜଗତ ବହିର୍ଭୂତ ଗ୍ରହ ଆବିଷ୍କାର ହୋଇସାରିଥିଲେ ହେଁ ସେ ଭିତରୁ କୌଣସି ପଥୁରିଆ ଗ୍ରହରେ ବାୟୁମଣ୍ଡଳ ନଥିଲା। "ଏଲ୍ଏଚ୍ଏସ୍ ୧୧୪୦ ବି" ନାମକ ଏହି ଗ୍ରହଟି ଆମ ସୂର୍ଯ୍ୟଠାରୁ ତିନିଗୁଣ ସାନ ଏକ "ରେଡ୍ ଡ୍ବାର୍ଫ" ନକ୍ଷତ୍ର ଚାରିପଟେ ପରିକ୍ରମା କରୁଛି।Advertisment Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ ଏହି ଗ୍ରହର ବସ୍ତୁତ୍ବ ପୃଥିବୀଠାରୁ ୫.୬ଗୁଣ ଅଧିକ ଏବଂ ପରିଧି ୭୦% ବଡ଼।
ଏହା "ଗୋଲ୍ଡିଲକ୍ ଜୋନ୍"ରେ ଅବସ୍ଥାନ କରୁଥିବାରୁ ଏଠାରେ ଜୀବଜଗତ ତିଷ୍ଠି ରହିବାର ସମ୍ଭାବନା ରହିଛି।
ଏହି ଗ୍ରହର ପୃଷ୍ଠରେ ତରଳ ପାଣି ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।
ତେବେ ବୈଜ୍ଞାନିକମାେନ ଏହାର ବାୟୁମଣ୍ଡଳରେ କେବଳ ହିଲିଅମ୍ ଗ୍ୟାସ୍ର ସନ୍ଧାନ ପାଇଛନ୍ତି।
ଏହି ଗ୍ରହ ଆମକୁ ପୃଥିବୀ ବାହାରେ ଜୀବନ ଅନୁସନ୍ଧାନର ନିକଟତର କରିଥିବାରୁ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।
Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।