Pitru Paksha Begins: ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ; ମହୋଦଧିରେ ଶ୍ରଦ୍ଧାଳୁଙ୍କ ଭିଡ଼...
ପୂର୍ବପୁରୁଷଙ୍କ ମୁକ୍ତି ପାଇଁ ତିଳତର୍ପଣ। ଆଜି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା। ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ। ଆସନ୍ତା ୧୫ ଦିନ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯିବ।
ପୂର୍ବପୁରୁଷଙ୍କ ମୁକ୍ତି ପାଇଁ ତିଳତର୍ପଣ। ଆଜି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା। ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ। ଆସନ୍ତା ୧୫ ଦିନ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯିବ।
ଆଜିଠୁ ପିତୃପକ୍ଷ। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଇଛି ପିଣ୍ଡଦାନ । ଆସନ୍ତା ୧୫ ଦିନ ଅର୍ଥାତ ମହାଳୟା ପର୍ଯ୍ୟନ୍ତ ଚାଲିବ ଅପରପକ୍ଷ। ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥପୁଷ୍କରିଣୀ, ମହୋଦଧିରେ ତିଳତର୍ପଣ ଓ ପିଣ୍ଡଦାନ କରିଛନ୍ତୁ। ଏପଟେ ଭୁବନେଶ୍ବର ବିନ୍ଦୁସାଗରରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ପିଣ୍ଡଦାନ କରଛନ୍ତି । ବିଶ୍ବାସ ରହିଛି, ଏହି ପକ୍ଷରେ ପିତୃପୁରୁଷ ଆସି ଆଶୀର୍ବାଦ ପ୍ରଦାନ କରିଥାନ୍ତି। ପିତୃପୁରୁଷଙ୍କୁ ଦୀପାବଳିରେ ଅନ୍ଧାରରେ ଆସି ଆଲୁଅରେ ଯାଅ କହି ବିଦାୟ ଦିଆଯାଇଥାଏ ।
ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ। ପୂର୍ବପୁରୁଷଙ୍କ ମୁକ୍ତି ପାଇଁ ତିଳତର୍ପଣ। ଆଜି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା। ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ। ଆସନ୍ତା ୧୫ ଦିନ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯିବ। ଆଜି ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥପୁଷ୍କରିଣୀ ଓ ମହୋଦଧିରେ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ବ୍ରାହ୍ମଣଙ୍କ ମନ୍ତ୍ରପାଠ ସହ ତିଳତର୍ପଣ କରି ପିତୃପୁରୁଷଙ୍କୁ ଶ୍ରଦ୍ଧା ସ୍ୱରୂପ ପିଣ୍ଡ ଦେଇଛନ୍ତି। ସକାଳୁ ମହୋଦଧି, ଶ୍ବେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବିଶ୍ବାସ ରହିଛି ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ନିୟମ ନିଷ୍ଠାରେ ପକ୍ଷ ପାଳନ କଲେ ପିତୃପୁରୁଷଙ୍କ ପରିବାର ଉପରେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ଏପଟେ ପିଣ୍ଡଦାନ ପାଇଁ ଚଳଚଞ୍ଚଳ ହୋଇଥିଲା ଏକାମ୍ର କ୍ଷେତ୍ର। ବିନ୍ଦୁସାଗର ପୁଷ୍କରିଣୀ କୂଳରେ ସକାଳୁ ସକାଳୁ ଜମା ହୋଇଥିଲେ ଶ୍ରଦ୍ଧାଳୁ। ନିୟମ ନିଷ୍ଠାର ସହ ଅପରପକ୍ଷକୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଗତକାଲି ଚନ୍ଦ୍ରଗ୍ରହଣ ଥିବାରୁ, ଗ୍ରହଣ ସପ୍ତାହରେ ପିଣ୍ଡଦାନ କରାଯିବ କି ନାହିଁ କିଛି ଦ୍ବନ୍ଦ୍ବ ବି ଲୋକଙ୍କ ମନରେ ଆସିଥିଲା।
ପୂଜକଙ୍କ କହିବା କଥା, ଆମେ ଯେଭଳି ପ୍ରତିଦିନ ଖାଦ୍ୟ ଖାଇଥାଉ, ଠିକ୍ ସେହିଭଳି ପିତୃପକ୍ଷ ଆରମ୍ଭ ହେବା କ୍ଷଣି ପିତୃପୁରୁଷମାନେ ଖାଇବା ପାଇଁ ଅନାଇ ବସିଥାନ୍ତି। ତେଣୁ ଏହି ସମୟରେ ପିଣ୍ଡଦାନ କଲେ ବହୁତ ପୁଣ୍ୟ ମିଳିଥାଏ । ଶ୍ରଦ୍ଧାଳୁମାନେ ବି ପିତୃପକ୍ଷ ସମୟରେ ଖିଅର ନହୋଇ, ନଖ ନକାଟି ପକ୍ଷ ପାଳନ କରୁଛନ୍ତି। ମହାଳୟାରେ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଥିବା ବେଳେ ପ୍ରଥମ ନିଦନରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଘରେ ବସୁଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି। ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ଚାଲୁ ରହିବ ମଉଳା ଶ୍ରାଦ୍ଧ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
