Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ଜାମିନ୍ ଆବେଦନ ଶୁଣାଣି ଶେଷ, ରାୟ ସଂରକ୍ଷିତ
ବ୍ରହ୍ମପୁର,୦୧/୦୮: ପୀତବାସ ପଣ୍ଡା ହତ୍ୟା ମାମଲାରେ ଶୁକ୍ରବାର ହାଇକୋର୍ଟରେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କ କୋର୍ଟରେ ଅଭିଯୁକ୍ତ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । କୋର୍ଟ ଉଭୟ ପକ୍ଷ ଓକିଲଙ୍କ ଠାରୁ ସମସ୍ତ କାଗଜପତ୍ର ଗ୍ରହଣ କରିଥିଲେ । ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଥିବା ସୂଚନା ଦେଇଛନ୍ତି ଅଭିଯୁକ୍ତଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ ।
ଅଧିକ ପଢ଼ନ୍ତୁ :- Pitabas Panda murder case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ୍, ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା
ସୂଚନାଯୋଗ୍ୟ ବିକ୍ରମଙ୍କ ଜାମିନ ଆବେଦନର ଶୁଣାଣି ଗତ ୧୫ରେ ହୋଇଥିଲା । ସେତେବେଳେ ରାୟ ପାଇଁ ଅପେକ୍ଷା ରହିଥିବାବେଳେ ଶୁକ୍ରବାର ପୁଣି ଏହାର ଶୁଣାଣି ହୋଇଛି । ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ହତ୍ୟା କରିଥିଲେ ଦୁର୍ବୃତ । ଏହି ମାମଲାରେ ଅକ୍ଟୋବର ୨୨ ତାରିଖରେ ବିକ୍ରମଙ୍କ ସହ ୧୨ଜଣଙ୍କୁ ଗିରଫ କରିଥିଲା ପୁଲିସ । ପରବର୍ତ୍ତୀ ସମୟରେ ଆଉ ୪ଜଣ ଗିରଫ ହୋଇଥିଲେ । ସମସ୍ତେ ଜେଲ୍ରେ ଥିବାବେଳେ ଜଣେ ଅଭିଯୁକ୍ତକୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରୁ ଜାମିନ୍ ମିଳିସାରିଛି । ହତ୍ୟାରେ ବ୍ୟବହାର ହୋଇଥିବା ବାଇକ ସେ ଚୋରି କରିଥିବା ଅଭିଯୋଗ ରହିଥିଲା । ଅନ୍ୟ ୧୫ଜଣ ଅଭିଯୁକ୍ତ ଏବେ ଜେଲ୍ରେ ଅଛନ୍ତି । ଅନ୍ୟ ଅଭିଯୁକ୍ତମାନେ ବି ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି । ଜିଲ୍ଲା କୋର୍ଟ ସେମାନଙ୍କ ଜାମିନ ଖାରଜ କରିଥିବାବେଳେ ସେମାନେ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ଜାମିନ୍ ଆବେଦନର ଶୁଣାରି ଅନ୍ୟ ଏକ ବେଞ୍ଚରେ ଚାଲିଛି ।
ଅନ୍ୟପକ୍ଷରେ ଅଭିଯୁକ୍ତ କୁରୁପତି ଭୂୟାଁ, କୁନ୍ଦନ କୁମାର, ଶିଶୁପାଳ ପାଶୱାନ୍, ସିମାଞ୍ଚଳ ନାୟକ, ବିପିନ ସ୍ୱାଇଁ, ଶୂନ୍ୟ ଦାସଙ୍କ ଡିସଚାର୍ଜ ପିଟିସନ୍ର ଶୁଣାଣି ଗତକାଲି ଗଞ୍ଜାମ ଅତିରିକ୍ତ ଜିଲ୍ଲା କୋର୍ଟରେ ସରିଛି । ଦୁଇ ପକ୍ଷ ଓକିଲଙ୍କ ଜବାବସୁଆଲ ସରିଥିବାବେଳେ ରାୟ ସଂରକ୍ଷିତ ରହିଥିବା ଆଇନଜୀବୀ ଚକ୍ରପାଣି ନାହାକ ସୂଚନା ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।