Pitabas Panda Murder Case: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଜଣାପଡିଛି କିଏ କିଏ କେଉଁଠି କରିଥିଲେ ଷଡଯନ୍ତ୍ର
ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବଡ଼ ଖୁଲାସା। ଗୋଷାଣୀ ନୂଆଗାଁ କାଳୁଆ ଯାତ୍ରାରେ ହୋଇଥିଲା ହତ୍ୟା ଷଡଯନ୍ତ୍ର। ଯାହା କି ପୋଲିସ ଶେଷ ପର୍ଯ୍ୟାୟରେ ଦାଖଲ କରିଥିବା 396 ପୃଷ୍ଠାର ଚାର୍ଜ ସିଟ୍ ରେ ରହିଛି ଉଲ୍ଲେଖ । ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବାକୁ ହୋଇଥିଲା ଯୋଜନା। ସାମ୍ନାକୁ ଆସିଲା ୨ଜଣ ସାକ୍ଷୀଙ୍କ ବୟାନ।
କୁମାର ପୂର୍ଣ୍ଣିମାର ୩ ରୁ ୪ ଦିନ ପୂର୍ବରୁ କାଳୁଆ ଯାତ୍ରାରେ ଏକାଠି ହୋଇଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ପିଣ୍ଟୁ ଦାସଙ୍କ ସହ ମଦନ ଦଳେଇ, ମଳୟ ବିଷୋୟୀ ଓ ଶୂନ୍ୟଚନ୍ଦ୍ର ଦାସ। ଗୋଟିଏ କୋଣରେ ଛିଡା ହୋଇ ପୀତବାସଙ୍କୁ ରାସ୍ତାରୁ ହଟେଇବାକୁ ଯୋଜନା କରୁଥିବା ସ୍ଥାନୀୟ ଅଞ୍ଚଳର ୨ଯୁବକ ଶୁଣିଥିଲେ।
୬ ରୁ ୭ ମାସ ଧରି ଗୋଟେ ଲୋକକୁ କାହିଁକି ରାସ୍ତାରୁ ହଟେଇ ପାରୁନ ବୋଲି ବିକ୍ରମ ପଚାରୁଥିଲା ବେଳେ କୁମାର ପୂର୍ଣ୍ଣିମା ଦିନ କାମ ଶେଷ କରିବାକୁ ସେଠାରେ ନିଷ୍ପତ୍ତି ହୋଇଥିବା ଉଭୟ ଯୁବକ ପୁଲିସ ସାମ୍ନାରେ ବୟାନ ଦେଇଛନ୍ତି।...
ମର୍ଡର ପ୍ଲାନର ବଡ଼ ଖୁଲାସା
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
ଫାଇନାଲ ଚାର୍ଜସିଟ୍ ରେ ବଡ଼ ଖୁଲାସା
ନୂଆଗାଁ କାଳୁଆ ଯାତ୍ରାରେ ହୋଇଥିଲା ହତ୍ୟା ଷଡ଼ଯନ୍ତ୍ର
୨ଜଣ ସାକ୍ଷୀଙ୍କ ବୟାନ ଆସିଲା ସାମ୍ନାକୁ
ପ୍ଲାନିଂ ପାଇଁ କାଳୁଆ ଯାତ୍ରାରେ ଏକାଠି ହୋଇଥିଲେ ଅଭିଯୁକ୍ତ