Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ମଦନର ହେଲାନି ଚିକିତ୍ସା, ଜେଲ୍ ପଠାଇବାକୁ ନିର୍ଦ୍ଦେଶ

Jul 04, 2026 - 10:19
Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ମଦନର ହେଲାନି ଚିକିତ୍ସା, ଜେଲ୍ ପଠାଇବାକୁ ନିର୍ଦ୍ଦେଶ

ପୀତବାସ ପଣ୍ଡା ହତ୍ୟା ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଦନ ଦଳାଇଙ୍କ ଚିକିତ୍ସା ଆଉ ଏମକେସିଜି ମେଡିକାଲରେ ହେବ ନାହିଁ। ଦୀର୍ଘ ୩ ମାସରୁ ଉର୍ଦ୍ଧ୍ବ ଦିନ ଧରି ସେ ମେଡିକାଲର ଅସ୍ଥି ଶଲ୍ୟ ବିଭାଗରେ ରହିଥିଲେ। ତେବେ ମେଡିକାଲରେ ଚିକିତ୍ସାକୁ ନେଇ ଅସାମଞ୍ଜସ୍ୟ ପରିସ୍ଥିତି ସୃଷ୍ଟି ହେବା ପରେ କୋର୍ଟ ତାଙ୍କୁ ଅନ୍ୟ କୌଣସି ସରକାରୀ ହସ୍ପିଟାଲରେ ଚିକିତ୍ସା ସହ ଅପରେସନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

MKCG ମେଡିକାଲ ପକ୍ଷରୁ ତାଙ୍କୁ କଟକ SCB ସ୍ଥାନାନ୍ତର ପାଇଁ ଗୁରୁବାର ସ୍ଥିର ହୋଇଥିଲା। କିନ୍ତୁ ମଦନଙ୍କ ଓକିଲଙ୍କ ପକ୍ଷରୁ ଏହାକୁ ଚାଲେଞ୍ଜ କରି ପିଟିସନ୍ ଦାଖଲ ହୋଇଥଲା। ଯେହେତୁ SCB ମେଡିକାଲର ଅନୁମତି ନିଆଯାଇନାହିଁ। ଏଣୁ ମଦନ ଯିବନାହିଁ ବୋଲି କହି ତାଙ୍କ ଓକିଲ ଅତିରିକ୍ତ ଏଡିଜେ(2) ପକ୍ଷରୁ କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ ।

ତେବେ ସରକାରୀ ଓକିଲ ଏହାର ଏକ ପିଟିସନ୍ ପକାଇବା ସହ ଚିକିତ୍ସା ବାବଦରେ ଆଗକୁ କଣ ପଦକ୍ଷେପ ନିଆଯିବ ସେଥିପାଇଁ ପିଟିସନ୍ ଦାୟର କରିଥିଲେ।  ଏହାର ବିଚାର କରି କୋର୍ଟ ମଦନ ଯେହେତୁ ଚିକିତ୍ସା ପାଇଁ ମନା କରୁଛନ୍ତି, ତେଣୁ ତାଙ୍କୁ ମେଡିକାଲରୁ ଡିସଚର୍ଜ୍ ସହ ସର୍କଲ ଜେଲକୁ ପଠାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବିନା ଅପରେସନରେ ମଦନ ଦଳାଇ ମେଡିକାଲରୁ ବ୍ରହ୍ମପୁର ସର୍କଲ ଜେଲକୁ ଯିବେ ବୋଲି ଜଣାପଡ଼ିଛି।