Petrol:ଇ୨୦ ପେଟ୍ରୋଲ୍‌ରେ ମାଇଲେଜ୍‌ ୫% ପର୍ଯ୍ୟନ୍ତ କମୁଛି -ଇଞ୍ଜିନ କ୍ଷତି ଅଭିଯୋଗକୁ ଖଣ୍ଡନ

Jul 10, 2026 - 17:44
Petrol:ଇ୨୦ ପେଟ୍ରୋଲ୍‌ରେ ମାଇଲେଜ୍‌ ୫% ପର୍ଯ୍ୟନ୍ତ କମୁଛି -ଇଞ୍ଜିନ କ୍ଷତି ଅଭିଯୋଗକୁ ଖଣ୍ଡନ

"ନୂଆଦିଲ୍ଲୀ: ଇଥାନଲ୍‌ ମିଶା ଇ୨୦ ପେଟ୍ରୋଲ୍‌ ପକାଉଥିବା କିଛି ଗାଡ଼ିର ମାଇଲେଜ୍‌ ୩-୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଉଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ କହିଛି।

ଫଳରେ ଏହାକୁ ନେଇ ବହୁଦିନରୁ ହେଉଥିବା ଚର୍ଚ୍ଚାକୁ ମନ୍ତ୍ରଣାଳୟ ଏକ ପ୍ରକାର ସ୍ବୀକାର କରିଛି।

ତେବେ ଏହା ସ୍ପଷ୍ଟ କରିଛି ଯେ ଏହି ପେଟ୍ରୋଲ୍‌ର ବହୁ ଫାଇଦା ରହିଛି ଯାହା ମାଇଲେଜ୍‌ ହ୍ରାସର କ୍ଷତିକୁ ଭରଣା କରୁଛି।

ଏଥିରେ ଅଧିକ ଅକ୍ଟେନ୍‌ ରେଟିଂ, ଆଣ୍ଟିଂ ନକିଂ, ଉନ୍ନତ ପିକ୍‌ଅପ୍‌, ସ୍ବଚ୍ଛ ଇନ୍ଧନ ପରିଚାଳନା ଓ କମ୍‌ କାର୍ବନ ନିର୍ଗମନ ଭଳି ଲାଭ ରହିଛି।

କେବଳ ପେଟ୍ରୋଲ କିମ୍ବା ୧୦ ପ୍ରତିଶତ ଇଥାନଲ ମିଶିିଥିବା ଇ୧୦ ପେଟ୍ରୋଲ୍‌ ତୁଳନାରେ ଇ୨୦ ପେଟ୍ରୋଲ୍‌ ଅଧିକ ସ୍ବଚ୍ଛ, ଉଚ୍ଚ ମାନର ଓ ପ୍ରଭାବଶାଳୀ ମଧ୍ୟ।

ବହୁ ବର୍ଷ ପର୍ଯ୍ୟନ୍ତ ବ୍ୟାପକ ପରୀକ୍ଷଣ ଓ ଗାଡ଼ି ନିର୍ମାତାମାନଙ୍କ ସହ ପରାମର୍ଶ କରିବା ପରେ ଏହି ତେଲ ବିକ୍ରି କରାଯାଇଥିବା ମନ୍ତ୍ରଣାଳୟ କହିଛି।Advertisment ଆହୁରି ପଢନ୍ତୁ :Whatsapp:ୟୁଜରନେମ୍‌ ପ୍ରସଙ୍ଗରେ ଉତ୍ତର ରଖିଲା ହ୍ବାଟସ୍‌ଆପ୍‌ ଇଥାନଲ୍‌ କାର୍ଯ୍ୟକ୍ରମକୁ ତରବରିଆ ଭାବେ କାର୍ଯ୍ୟକାରୀ କରାଯାଇଥିବା ଅଭିଯୋଗକୁ ମନ୍ତ୍ରଣାଳୟ ଖଣ୍ଡନ କରିବା ସହ କହିଛି ଯେ ୨୦୦୧ରୁ ପେଟ୍ରୋଲରେ ଇଥାନଲ ମିଶାଇବାର ପରୀକ୍ଷଣ ଆରମ୍ଭ କରାଯାଇଥିଲା।

୨୦୦୬ରେ ପ୍ରଥମେ ୫ ପ୍ରତିଶତ ଇଥାନଲ ମିଶାଗଲା।

୨୦୧୪ ପର୍ଯ୍ୟନ୍ତ କିନ୍ତୁ ପେଟ୍ରୋଲ୍‌ରେ ଇଥାନଲ୍‌ ମିଶ୍ରଣ ମାତ୍ର ୧.୫ ପ୍ରତିଶତରେ ସୀମିତ ଥିଲା।

୨୦୧୮ରେ କେନ୍ଦ୍ର ସରକାର ବାୟୋ ଫୁଏଲ୍‌ ନୀତି ଘୋଷଣା କରିବା ପରେ ଇଥାନଲ୍‌ ଉତ୍ପାଦନ ବଢ଼ିଥିଲା।

୨୦୨୨ରେ ଭାରତ ୧୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଥିଲା ଏବଂ ୨୦୨୫-୨୬ରେ ୨୦ ପ୍ରତିଶତ ଇଥାନଲ୍‌ ମିଶା ତେଲ ବିକ୍ରି ଆରମ୍ଭ କରାଯାଇଥିଲା।

ଆହୁରି ପଢନ୍ତୁ :Oil Theft: ରାଜସ୍ଥାନରେ ମାଟି ତଳେ ଚାଲିଥିଲା ଅଶୋଧିତ ତେଲ ଚୋରି ପୁରୁଣା ଗାଡ଼ିକୁ ଇ୨୦ ପେଟ୍ରୋଲ ନଷ୍ଟ କରିଦେବ ବୋଲି ହେଉଥିବା ଚର୍ଚ୍ଚା ସମ୍ପର୍କରେ ମନ୍ତ୍ରଣାଳୟ କହିଛି ଯେ ଇଞ୍ଜିନର ଦୀର୍ଘସ୍ଥାୟିତ୍ବ, ଇନ୍ଧନ ବ୍ୟବସ୍ଥା, କ୍ଷୟ ସହନଶୀଳତା, ଗାଡ଼ି ଚାଳନା ଓ ନିର୍ଗମନ ପରିଚାଳନା ଆଦିର ବ୍ୟାପକ ପରୀକ୍ଷଣ କରାଯିବା ପରେ ଏହି ତେଲ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଥିଲା।

ମାରୁତି ସୁଜୁକି ଓ ହିରୋକର୍ପ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ ଗାଡ଼ିର କିଛି କ୍ଷତି ହେଉଥିବାର କୌଣସି ମାମଲା ସେମାନେ ଦେଖିନାହାନ୍ତି। ‌ପେଟ୍ରୋଲ ପମ୍ପରେ କେବଳ ପେଟ୍ରୋଲ, ଇ୧୦ ଓ ଇ୨୦ ତେଲକୁ ପୃଥକ ପୃଥକ ଭାବେ ବିକ୍ରି କରିବା ବ୍ୟବସ୍ଥା କରିବା ପାଇଁ ହେଉଥିବା ଦାବିକୁ ମଧ୍ୟ ମନ୍ତ୍ରଣାଳୟ ଖାରଜ କରିଛି।

ଏହା କହିଛି ଯେ ଏଭଳି ବ୍ୟବସ୍ଥା କରିବା ପାଇଁ ବିପୁଳ ପୁଞ୍ଜିନିବେଶ ଆବଶ୍ୟକ।

ତାହା ହେଲେ ଇନ୍ଧନ ପରିଚାଳନା ଏକ ଜଟିଳ ବ୍ୟାପାରରେ ପରିଣତ ହେବ।

ଇ୨୦ ପେ‌ଟ୍ରୋଲର ଦାମ୍‌ ସାଧାରଣ ପେ‌ଟ୍ରୋଲ ତୁଳନାରେ କାହିଁକି କମ୍‌ ହେବ ନାହିଁ ତାହାର କାରଣ ଜଣାଇ ମନ୍ତ୍ରଣାଳୟ କହିଛି ଯେ ଚାଷୀମାନଙ୍କଠାରୁ ଉଚିତ୍‌ ମୂଲ୍ୟରେ ଇଥାନଲ ପାଇଁକଞ୍ଚାମାଲସଂଗ୍ରହ କରାଯାଉଛି।

ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଶସ୍ତା ହୋଇଯିବ ସେହି ସମୟରେ ଦରକାର ପଡ଼ିଲେ ସାଧାରଣ ପେ‌ଟ୍ରୋଲ ତୁଳନାରେ ସଂଗ୍ରହ କରାଯାଉଥିବା ଇଥାନଲ ଦର ଅଧିକ ରହିବ।

ଆହୁରି ପଢନ୍ତୁ :Judgement: ରାଜପାଲଙ୍କୁ ଜେଲ୍‌ ଦଣ୍ଡାଦେଶ; ତଳ କୋର୍ଟଙ୍କ ରାୟ କାଏମ୍‌ ରଖିଲେ ଦିଲ୍ଲୀ ହାଇକୋର୍ଟ ଇଥାନଲ କାର୍ଯ୍ୟକ୍ରମର ପ୍ରକୃତ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରି ମନ୍ତ୍ରଣାଳୟ କହିଛି ଯେ ଅଶୋଧିତ ତେଲ ଆମଦାନି ନିର୍ଭରଶୀଳତା କମ୍‌ କରିବା, ମୂଲ୍ୟରେ ସ୍ଥିରତା ଆଣିବା ଓ ଶସ୍ତି ସୁରକ୍ଷାକୁ ସରକାର ସୁଦୃଢ଼ କରିବାକୁ ଚାହୁଛନ୍ତି।

ଏହି କାର୍ଯ୍ୟକ୍ରମ ଦ୍ବାରା ୧.୯୭ ଲକ୍ଷ କୋଟି ଡଲାର ସଞ୍ଚୟ ହୋଇପାରିଛି।

ଫଳରେ ୩୬ ଲକ୍ଷ ଟନ୍‌ କମ୍‌ ଅଶୋଧିତ ତେଲ ଆମଦାନି ହୋଇଛି।

୨୦୧୪-୧୫ ପରଠାରୁ ଇଥାନଲ ପାଇଁ କଞ୍ଜାମାଲ ଯୋଗାଉଥିବା ଚାଷୀମାନଙ୍କୁ ୧.୬୬ ଲକ୍ଷ କୋଟି ଟଙ୍କା ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।