Partition Horror: ବିଭାଜନ ବିଭୀଷିକାର କଳା କାହାଣୀ, ଲୁହ ହୋଇ ବହୁଛି ୭୮ ବର୍ଷ ତଳର ଅଭୁଲା ଅନୁଭୂତି

ଭାଜନ ବିଭୀଷିକାର କଳା କାହାଣୀ। ୭୮ ବର୍ଷ ତଳର କଥା... ହେଲେ ଆଜି ବି ଆଖି ଆଗରେ ପ୍ରତିଟି ଘଟଣା ସେତିକି ତାଜା, ଯେତିକି ତାଜା ଏ ଲୁହ... ଏ କୋହ...। କିଏ ନିଜ ଆଖିରେ ଦେଖିଛି, ନିଜେ ଅଙ୍ଗେ ନିଭେଇଛି... ଆଉ କିଏ ବାପା ଜେଜେବାପାଙ୍କ ମୁହଁରୁ ଶ

20 August 2025 01:17 PM IST
Partition Horror: ବିଭାଜନ ବିଭୀଷିକାର କଳା କାହାଣୀ, ଲୁହ ହୋଇ ବହୁଛି ୭୮ ବର୍ଷ ତଳର ଅଭୁଲା ଅନୁଭୂତି

ଭାଜନ ବିଭୀଷିକାର କଳା କାହାଣୀ। ୭୮ ବର୍ଷ ତଳର କଥା... ହେଲେ ଆଜି ବି ଆଖି ଆଗରେ ପ୍ରତିଟି ଘଟଣା ସେତିକି ତାଜା, ଯେତିକି ତାଜା ଏ ଲୁହ... ଏ କୋହ...। କିଏ ନିଜ ଆଖିରେ ଦେଖିଛି, ନିଜେ ଅଙ୍ଗେ ନିଭେଇଛି... ଆଉ କିଏ ବାପା ଜେଜେବାପାଙ୍କ ମୁହଁରୁ ଶୁଣିଛି। କେମିତି ମାନଚିତ୍ର ଉପରେ ଟଣାଯାଇଥିବା ଏକ ସରୁ ପେନସିଲ ଗାର, ବଦଳାଇ ଦେଇଥିଲା କୋଟି କୋଟି ଲୋକଙ୍କ ଭାଗ୍ୟ ଭବିଷ୍ୟତ

ବିଭାଜନ ବିଭୀଷିକାର କଳା କାହାଣୀ। ୭୮ ବର୍ଷ ତଳର କଥା... ହେଲେ ଆଜି ବି ଆଖି ଆଗରେ ପ୍ରତିଟି ଘଟଣା ସେତିକି ତାଜା, ଯେତିକି ତାଜା ଏ ଲୁହ... ଏ କୋହ...। କିଏ ନିଜ ଆଖିରେ ଦେଖିଛି, ନିଜେ ଅଙ୍ଗେ ନିଭେଇଛି... ଆଉ କିଏ ବାପା ଜେଜେବାପାଙ୍କ ମୁହଁରୁ ଶୁଣିଛି। କେମିତି ମାନଚିତ୍ର ଉପରେ ଟଣାଯାଇଥିବା ଏକ ସରୁ ପେନସିଲ ଗାର, ବଦଳାଇ ଦେଇଥିଲା କୋଟି କୋଟି ଲୋକଙ୍କ ଭାଗ୍ୟ ଭବିଷ୍ୟତ। ରକ୍ତରେ ଲେଖିଥିଲା ଇତିହାସର ଏକ କଳଙ୍କିତ ପୃଷ୍ଠା। କେମିତି ସୀମା ସେପଟୁ ଲଦା ହୋଇଆସୁଥିଲା ଟ୍ରେନ୍ ଭର୍ତ୍ତି ଶବ, ବଗି ଭିତରେ ବିଛାଡ଼ି ହୋଇ ପଡ଼ୁଥିଲା କ୍ଷତ ବିକ୍ଷତ ରକ୍ତାକ୍ତ ଶରୀର। କଅଁଳ ବୟସରେ ଏଭଳି ଲୋମହର୍ଷକ ଘଟଣାର ସାକ୍ଷୀ ବନିଥିଲେ ଭୁବନେଶ୍ବରରେ ରହୁଥିବା ଈଶ୍ବର ଧୂପର୍। ପାକିସ୍ତାନରେ ଜନ୍ମିତ ଈଶ୍ବରଙ୍କ ସମେତ ତାଙ୍କ ୯ ଭାଇ ଭଉଣୀଙ୍କୁ ବିଭାଜନ ବେଳେ ଟ୍ରେନରେ ବସାଇ ଭାରତ ପଠାଇଦେଇଥିଲେ ବାପା। ହେଲେ ଭାଗ୍ୟ ଟାଣ... ଅଳ୍ପକେ ବର୍ତ୍ତିଯାଇଥିଲେ ନରକୀୟ ନରସଂହାରରୁ।...

ଆରତୀ ଧୂପର୍। ଯଦିଓ ଦିଲ୍ଲୀରେ ତାଙ୍କ ଜନ୍ମ, କିନ୍ତୁ ତାଙ୍କ ବାପାଙ୍କ ପରିବାର ଓ ଅଜାଙ୍କ ପରିବାର ପାକିସ୍ତାନର ଭିନ୍ନ ଭିନ୍ନ ସ୍ଥାନରୁ ଭାରତ ଆସିଥିଲେ। ଅଜା ଓ ବାପାଙ୍କ ମୁହଁରୁ ସେ ପିଲାଟି ବେଳୁ ଶୁଣି ଆସିଛନ୍ତି ପାର୍ଟିସନ୍ ବେଳର ଛାତିଥରା ଅନୁଭୂତି। ଆଜି ତାଙ୍କ ପରିବାର ଭୁବନେଶ୍ବରରେ ଏକ ସଫଳ ବ୍ୟବସାୟୀ ସିନା... ହେଲେ ପାକିସ୍ତାନର ଭିଟାମାଟି ସଂପତ୍ତିବାଡ଼ି ସବୁକିଛି ଛାଡ଼ି ଆସିବା ପରେ, ତାଙ୍କ ବାପାଙ୍କୁ ଏଠି ବଞ୍ଚିବା ପାଇଁ ବେଲୁନ୍ ଓ କଦଳୀ ଆଦି ବିକିବାକୁ ପଡ଼ିଥିଲା।...

କେବଳ ପାକିସ୍ତାନରୁ ଭାରତ ପଳାଇ ଆସିଥିବା ଲୋକ ନୁହଁନ୍ତି, ଏପଟେ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ କିଭଳି ଥିଲା କୋକୁଆ ଭୟ ତାହା ବଖାଣିଛନ୍ତି ଗୀତା ନରୁଲା, ଯାହାଙ୍କ ଜନ୍ମ ପଞ୍ଜାବର ଅମୃତସରରେ ହୋଇଥିଲା ଏବଂ ବିଭାଜନ ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୨ ବର୍ଷ ବୟସ।...

କେବଳ ଏମାନେ ନୁହଁନ୍ତି, କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଥିଲା, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ବିଭାଜନ ବିଭୀଷିକା। କିନ୍ତୁ କାହିଁକି, କାହା ଯୋଗୁଁ ଲେଖାଗଲା ଏଭଳି କଳଙ୍କିତ ଅଧ୍ୟାୟ ? ଏଥିପାଇଁ ପ୍ରକୃତରେ ଦାୟୀ କିଏ ? ପାର୍ଟିସନର ୭୮ ବର୍ଷ ପରେ ବି ଏହାକୁ ନେଇ ବିତର୍କ ଛିଣ୍ଡୁନଥିବା ବେଳେ, ନିକଟରେ NCERT ପକ୍ଷରୁ ବିଭାଜନକୁ ନେଇ ଜାରି ହୋଇଛି ନୂଆ ସ୍ପେଶାଲ୍ ମଡ୍ୟୁଲ। ସେଥିରେ ଭାରତ-ପାକିସ୍ତାନ ବିଭାଜନ ପାଇଁ ୩ ଜଣଙ୍କୁ ଦାୟୀ କରି କଲପ୍ରିଟ୍ସ ଅଫ୍ ପାର୍ଟିସନ୍ ବା ବିଭାଜନ ପାଇଁ ଦୋଷୀ ବୋଲି ଦର୍ଶାଯାଇଛି। ସେମାନେ ହେଲେ ମହମ୍ମଦ ଅଲ୍ଲୀ ଜିନ୍ନା- ଯିଏ ଦାବି କରିଥିଲେ, କଂଗ୍ରେସ- ଯିଏ ଦାବିକୁ ଗ୍ରହଣ କରିଥିଲା ଏବଂ ଲର୍ଡ ମାଉଣ୍ଟବ୍ୟାଟେନ୍- ଯିଏ ଏହାକୁ ଲାଗୁ କରିଥିଲେ। ତେବେ ଏଭଳି ମଡ୍ୟୁଲକୁ କଂଗ୍ରେସ ବିରୋଧ କରିବା ପରେ, ଏହାକୁ ନେଇ ବିବାଦ ତେଜିଛି

Disclaimer: This content has been automatically aggregated from television for informational purposes. To read the original article, please visit television.