Paradip Bomb Attack Case: ବୋମା ପକାଇ ଫେରାର ବାପୁ ପରିଡା, ଘରେ ଲାଗିଲା ଲଟକା
ପାରାଦୀପ ବୋମାମାଡ ଘଟଣରେ ମୁଖ୍ୟ ଅଭିଯୁକ୍ତ ବାପୁ ପରିଡାଙ୍କ ଘରେ ଲାଗିଲା ଲଟକା। ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ନୋଟିସ। ଲଟକା ଜାରି କରିଛି ପାରାଦୀପ ଆଦର୍ଶ ଥାନା ପୁଲିସ। ଜୁନ ୩୦ ତାରିଖ ସକାଳ ୧୦ ଟାରେ ଥାନାରେ ପହଞ୍ଚିବାକୁ ନୋଟିସ ଜାରି ହୋଇଛି। ନୋଟିସ ନେଇ ବାପୁ ପରିଡାଙ୍କ ପାରାଦୀପ ହାଉସିଂବୋର୍ଡ କଲୋନୀସ୍ଥିତ ଘରକୁ ଯାଇଥିଲା ପୋଲିସ।
ପରିବାର ଲୋକେ ନୋଟିସ ଗ୍ରହଣ ନ କରିବାରୁ ଘର କାନ୍ଥରେ ନୋଟିସ ଲଗାଇ ଫେରିଛି ପୋଲିସ। ବାପୁ ପରିଡାଙ୍କୁ ଗିରଫ ନ କରିବାକୁ ହାଇକୋର୍ଟ ଅସ୍ଥାୟୀ ଆଦେଶ ଦେବା ସହ ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଲାକାରୀ କିମ୍ବା ତାଙ୍କ ପରିବାରବର୍ଗଙ୍କୁ ଧମକ କିମ୍ବା ହଇରାଣ ହରକତ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
କୋର୍ଟଙ୍କ ଅର୍ଡର୍ ର ୬ ଦିନ ପରେ ବି ପୋଲିସ ନିକଟରେ ହାଜର ନହେବାରୁ ଏଭଳି ଲଟକା ଜାରି କରିଛି ପୋଲିସ। ମେ ମାସ ୩୦ ତାରିଖରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘରକୁ କରାଯାଇଥିଲା ବୋମାମାଡ। ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବାପୁ ପରିଡାଙ୍କୁ ଫେରାର ଦର୍ଶାଇଛି ପୁଲିସ। ସେପଟେ କୁଜଙ୍ଗ କୋର୍ଟରେ ଗିରଫ ୩ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି।