Panchayat Elections: ରାଜ୍ୟରେ ଏଥର ବିଳମ୍ବରେ ହୋଇପାରେ ପଞ୍ଚାୟତ ନିର୍ବାଚନ
"ଭୁବନେଶ୍ବର: ବିଳମ୍ବିତ ହୋଇପାରେ ଏଥର ପଞ୍ଚାୟତ ନିର୍ବାଚନ ।
୨୦୨୭ ଜନଗଣନା ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବାକୁ ଯାଉଛି ।
ଏହାସହ ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ କରି ବୁଥ୍ୱାଇଜ୍ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି ।
ଏନେଇ ନିର୍ବାଚନ ପ୍ରସ୍ତୁତି ଜୋରଦାର ହୋଇଛି ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଏଥର ବିଳମ୍ବରେ ହୋଇପାରେ ।
ସୂଚନା ଅନୁସାରେ, ୨୦୨୭ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି ।
ଏହାପରେ ଜୁନ୍ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି ।
ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାର ପୂର୍ବରୁ ଆରଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିସାରିଛନ୍ତି ।
ଆସନ୍ତା ୨୧ ତାରିଖରେ ପୁଣିଥରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ବସିବ ।Advertisment ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ କରାଯିବ ଏଥିରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଓ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ ।
ଚଳିତ ଥରର ନିର୍ବାଚନରେ ଆଉ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ।
ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ କରାଯିବ।
ଏହାସହ 'ଆମ ବୁଥ୍, ଆମ ବାରି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ବୁଥ୍ର ଭୋଟରଙ୍କ ସୂଚନା ସଂଗ୍ରହ କରାଯିବ ।
ବର୍ତ୍ତମାନ ଅନେକ ବୁଥ୍ରେ ବିଭିନ୍ନ ଅଞ୍ଚଳର ଭୋଟରଙ୍କ ନାମ ରହିଥିବାରୁ ଭୋଟଦାନ ହାର ପ୍ରଭାବିତ ହେଉଛି ।
ଏହି ସର୍ଭେ ପରେ ଭୋଟର ତାଲିକାକୁ ସଂପୂର୍ଣ୍ଣ ଅଦ୍ୟତନ କରାଯିବ ଏବଂ ବୁଥ୍ୱାଇଜ୍ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ ହେବ ।
ଏହାଫଳରେ ପ୍ରତ୍ୟେକ ଭୋଟର ନିଜ ଅଞ୍ଚଳର ବୁଥ୍ରେ ହିଁ ମତଦାନ କରିପାରିବେ ।
ଏହି ପଦକ୍ଷେପ ଭୋଟଦାନ ହାର ବଢ଼ାଇବା ସହ ନିର୍ବାଚନ ପରିଚାଳନାକୁ ଆହୁରି ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି ।
Missing: ଘର ସାମ୍ନାରୁ ନାବାଳକ ନିଖୋଜ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।