Pak's Worst 4 Seconds: ମାତ୍ର ୪ ସେକେଣ୍ଡରେ ପାକିସ୍ତାନକୁ ଧୋଇ ଦେଲେ ମାନବାଧିକାର ଓକିଲ, ଲାଜରେ ମୁହଁ ନାଲି ପଡିଗଲା
ଜାତିସଂଘରେ କତାରରେ ହମାସ ନେତାମାନଙ୍କୁ ଟାର୍ଗେଟ କରି ଇସ୍ରାଏଲ କରିଥିବା ଆକ୍ରମଣ ଉପରେ ଆଲୋଚନା କରୁଥିବା ବେଳେ ମାନବାଧିକାର ଓକିଲ ହିଲେଲ୍ ନ୍ୟୁଅର ପାକିସ୍ତାନକୁ ବଦନାମ କରିଛନ୍ତି।
ଜାତିସଂଘରେ କତାରରେ ହମାସ ନେତାମାନଙ୍କୁ ଟାର୍ଗେଟ କରି ଇସ୍ରାଏଲ କରିଥିବା ଆକ୍ରମଣ ଉପରେ ଆଲୋଚନା କରୁଥିବା ବେଳେ ମାନବାଧିକାର ଓକିଲ ହିଲେଲ୍ ନ୍ୟୁଅର ପାକିସ୍ତାନକୁ ବଦନାମ କରିଛନ୍ତି।
ପୁଣି ବିଶ୍ବ ସାମନାରେ ବଦନାମ ହେଲା ପାକିସ୍ତାନ। ମାତ୍ର ୪ ସେକେଣ୍ଡରେ ପାକିସ୍ତାନକୁ ପୁଣି ବିଶ୍ବ ସାମନାରେ ଲଜ୍ଜିତ ହେବାକୁ ପଡିଲା। ବିଶ୍ବ ମଞ୍ଚରେ ପାକିସ୍ତାନକୁ ମାତ୍ର ଗୋଟିଏ ବାକ୍ୟରେ ଧୋଇ ଦେଲେ ମାନବାଧିକାର ଓକିଲ ଏବଂ ୟୁଏନ ୱାଚର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିଲେଲ ନ୍ୟୁଅର। ନ୍ୟୁଅରଙ୍କ ଗୋଟିଏ ବାକ୍ୟ ପାକିସ୍ତାନ ମୁହଁକୁ ଲାଜରେ ନାଲି କରିଦେଲା।
କତାରରେ ଇସ୍ରାଏଲ ଦ୍ୱାରା ହମାସର ରାଜନୈତିକ ନେତୃତ୍ୱକୁ ଟାର୍ଗେଟ କରି ହୋଇଥିବା ଆକ୍ରମଣ ବିଷୟରେ ମିଳିତ ଜାତିସଂଘ ଆଲୋଚନା କରୁଥିବା ବେଳେ ଏଭଳି ଦୃଶ୍ୟ ଦେଖିବା ମିଳିଛି। ହିଲେଲ ନ୍ୟୁଅର କତାରକୁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାଇଁ କଡା ସମାଲୋଚନା କରିବା ସହ ଉପସାଗରୀୟ ଦେଶକୁ ଆତଙ୍କବାଦର ପ୍ରାୟୋଜକ ବୋଲି ଅଭିଯୋଗ କରିଥିଲେ। କତାର ୨୦୧୨ ମସିହାରୁ ଆମେରିକା ଦ୍ୱାରା ଘୋଷିତ ଆତଙ୍କବାଦୀ ସଂଗଠନ ହମାସର ରାଜନୈତିକ କାର୍ଯ୍ୟାଳୟକୁ ଚଳାଇ ଆସୁଛି। ଆକ୍ରମଣ କରିଥିବାରୁ ଇସ୍ରାଏଲକୁ ନିନ୍ଦା କରିଥିବାରୁ ନ୍ୟୁଅର ଜାତିସଂଘ ମୁଖ୍ୟଙ୍କ ଉପରେ ମଧ୍ୟ ପ୍ରବଳ ବର୍ଷିଥିଲେ।
ସେ ମନେ ପକାଇ ଦେଇଥିଲେ ଯେ ଯେତେବେଳେ ଆମେରିକା ୨୦୧୧ ମସିହାରେ ପାକିସ୍ତାନରେ ଅଲ-କାଏଦା ମୁଖ୍ୟ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିଲା, ସେତେବେଳେ ତତ୍କାଳୀନ ଜାତିସଂଘ ମୁଖ୍ୟ କହିଥିଲେ ଯେ ନ୍ୟାୟ ହୋଇଛି।
ଏହା କହିବା ସମୟରେ ଭାଷଣ ମଝିରେ ନ୍ୟୁଅରଙ୍କୁ ବାଧା ଦେଇଥିଲେ ପାକିସ୍ତାନ ପ୍ରତିନିଧି। ଲାଡେନ୍ ଓ ପାକିସ୍ତାନ ବିଷୟରେ କହିବାରୁ ସେ ନ୍ୟୁଅରଙ୍କ ଉପରେ ରାଗିବା ସହ କୌଣସି ବକ୍ତା ଜାତିସଂଘ ଚାର୍ଟରର ନୀତି ଏବଂ ସାର୍ବଭୌମ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଆଞ୍ଚଳିକ ଅଖଣ୍ଡତାକୁ ଉଲ୍ଲଂଘନ କରିବା ଉଚିତ୍ ନୁହେଁ ବୋଲି UNHRC ଅଧ୍ୟକ୍ଷଙ୍କୁ କହିଥିଲେ। ଏଥି ସହ ଅଭିଯୋଗକୁ ଭିତ୍ତିହୀନ ଓ ଏହାକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ ବୋଲି କହିଥିଲେ।
ଯାହା ପରେ UNHRC ଅଧ୍ୟକ୍ଷ ଶୀଘ୍ର ନ୍ୟୁଅରଙ୍କୁ ମାଇକ୍ ଫେରାଇ ଦେଇ ତାଙ୍କୁ ମନେ ପକାଇ ଦେଇଥିଲେ ଯେ ତାଙ୍କ ଭାଷଣ ସମାପ୍ତ କରିବା ପାଇଁ ମାତ୍ର ଚାରି ସେକେଣ୍ଡ ସମୟ ଅଛି। ତାପରେ ଓକିଲ ନ୍ୟୁଅର ସେହି ଚାରି ସେକେଣ୍ଡ ଭିତରେ ପୂରା ଧୋଇ ଦେଲେ। ସେ କହିଥିଲେ, "ଅଧ୍ୟକ୍ଷ ମହୋଦୟ, ପାକିସ୍ତାନ ଆତଙ୍କବାଦର ଆଉ ଏକ ପ୍ରାୟୋଜକ ରାଷ୍ଟ୍ର।" ନ୍ୟୁୟର ଏହା କହିବା ସହ ଭାଷଣ ଶେଷ କରିବା ସମୟରେ ଗର୍ଜ୍ଜନ କରିଥିଲେ, ଯାହା ପାକିସ୍ତାନୀ ପ୍ରତିନିଧିଙ୍କୁ ଲଜ୍ଜିତ କରିଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
