Pakistan:ପାକିସ୍ତାନରେ ହୋଇପାରେ ବଡ଼ ପରିବର୍ତ୍ତନ ! ଖୋଲିବ କି ଇମ୍ରାନ ଖାନଙ୍କ ଭାଗ୍ୟ....ବିପଦରେ ଶହବାଜଙ୍କ ଗାଦି ?

ପାକିସ୍ତାନ ରାଜନୀତିରେ ପୁଣି ଉଷ୍ମତା। ହୋଇପାରେ ପଟ୍ଟ ପରିବର୍ତ୍ତନ। ବିପଦରେ ଶହବାଜ ସରିଫଙ୍କ ଗାଦୀ। ଖୋଲିବ କି ଇମ୍ରାନ ଖାନଙ୍କ ଭାଗ୍ୟ? ବର୍ତ୍ତମାନ ପାକିସ୍ତାନ ମାଟିରେ ଚାଲିଛି ଏମିତି କଳ୍ପନାଜଳ୍ପନା।

24 August 2025 08:40 AM IST
Pakistan:ପାକିସ୍ତାନରେ ହୋଇପାରେ ବଡ଼ ପରିବର୍ତ୍ତନ !  ଖୋଲିବ କି ଇମ୍ରାନ ଖାନଙ୍କ ଭାଗ୍ୟ....ବିପଦରେ ଶହବାଜଙ୍କ ଗାଦି ?

ପାକିସ୍ତାନ ରାଜନୀତିରେ ପୁଣି ଉଷ୍ମତା। ହୋଇପାରେ ପଟ୍ଟ ପରିବର୍ତ୍ତନ। ବିପଦରେ ଶହବାଜ ସରିଫଙ୍କ ଗାଦୀ। ଖୋଲିବ କି ଇମ୍ରାନ ଖାନଙ୍କ ଭାଗ୍ୟ? ବର୍ତ୍ତମାନ ପାକିସ୍ତାନ ମାଟିରେ ଚାଲିଛି ଏମିତି କଳ୍ପନାଜଳ୍ପନା।

ପାକିସ୍ତାନ ରାଜନୀତିରେ ପୁଣି ଉଷ୍ମତା । ହୋଇପାରେ ପଟ୍ଟ ପରିବର୍ତ୍ତନ ।  ବିପଦରେ ଶହବାଜ ସରିଫଙ୍କ ଗାଦି ।  ଖୋଲିବ କି ଇମ୍ରାନ ଖାନଙ୍କ ଭାଗ୍ୟ? ବର୍ତ୍ତମାନ ପାକିସ୍ତାନ ମାଟିରେ ଚାଲିଛି ଏମିତି କଳ୍ପନାଜଳ୍ପନା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟରୁ ଆଠଟି ମାମଲାରେ ଜାମିନ ମିଳିଛି। ଏହି ନିଷ୍ପତ୍ତି ପରେ, ଇମ୍ରାନ ଖାନ ଖୁବ୍ ଶୀଘ୍ର ଜେଲ୍‌ରୁ ବାହାରିବେ ବୋଲି ଅନୁମାନ କରାଯାଉଛି।

ତେବେ ଏହାରି ଭିତରେ ପାକିସ୍ତାନରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ତାହା ହେଉଛି ପାକିସ୍ତାନୀ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀର ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ଚୁକ୍ତି। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସ୍ଥିତି କ୍ରମାଗତ ଭାବରେ ଦୁର୍ବଳ ହେଉଛି। ମାତ୍ର ଚାରି ବର୍ଷ ମଧ୍ୟରେ ତାଙ୍କ ଚୌକି ଦୁଇଥର ଟଳମଳ ହୋଇସାରିଛି। ୧୪ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଶାହବାଜ ସରିଫ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ପ୍ରଶଂସା କରିଥିଲେ। ଏହା ପଛର କାରଣ ଥିଲା ଯେ ଯେପରି ପ୍ରଧାନମନ୍ତ୍ରୀଙ୍କ ଗାଦୀ ଅଟଳ ରହୁ।

ପାକିସ୍ତାନରେ ସେନାର ରାଜନୀତି ଚାଲେ। ଏହା ସମସ୍ତେ ଜାଣନ୍ତି। ସେନା ଯେତେବେଳେ ଚାହିଁବ ସରକାରକୁ ଭାଙ୍ଗି ପାରିବ। କାହାକୁ ରାଜା କରାଯିବ ଏବଂ କାହାକୁ ଜେଲ୍‌ର ସେଲ୍‌ରେ ପକାଇବ ସବୁ କିଛି ସେନାର ହାତରେ।

ଜଣାପଡିଛି ଯେ ଅସୀମ ମୁନିର ଇମ୍ରାନ ଖାନଙ୍କ ସହ ବୁଝାମଣା କରିଛନ୍ତି। 'ଦି ଜଙ୍ଗ' ଖବରକାଗଜରେ ପ୍ରକାଶିତ ଏକ ଲେଖାରୁ ଏହା ଜଣାପଡିଛି। ଏହି ଲେଖାଟି ବରିଷ୍ଠ ସାମ୍ବାଦିକ ସୁହେଲ ୱାରାଇଚ୍‌ ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ଇମ୍ରାନ ଖାନଙ୍କ ସହ ବୁଝାମଣା ପାଇଁ ପାକିସ୍ଥାନ ସେନା ପ୍ରସ୍ତୁତ ଅଛି।

ତେବେ ଏହା ସେତେବେଳେ ହେବ, ଯେତେବେଳେ ଇମ୍ରାନ ଖାନ ୯ ମେ ୨୦୨୩ର ହିଂସା ପାଇଁ କ୍ଷମା ପ୍ରାର୍ଥନା କରିବେ। ଏହି କଥା ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଚୌକିକୁ ପୁଣି ଥରେ ଟଳମଳ କରିଦେଇଛି।

ତେବେ ସେଠାକାର ସେନା ଏହି କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରିଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଏହି ଖବର ମିଛ ଥିଲା ତେବେ ସେନା ଏହାକୁ ତୁରନ୍ତ କାହିଁକି ଅସ୍ୱୀକାର କଲା ନାହିଁ? ସାମ୍ବାଦିକ ଅମ୍ମାର ମାସୁଦ ନିଜେ ପ୍ରଶ୍ନ କରିଛନ୍ତି ଯେ ଯଦି ଏହି ଖବର ମିଛ ଥିଲା ତେବେ ସେନା ତିନି ଦିନ କାହିଁକି ଅପେକ୍ଷା କଲା ଆଉ ଏହାକୁ ଖଣ୍ଡନ କଲା ନାହିଁ?

 

Disclaimer: This content has been automatically aggregated from television for informational purposes. To read the original article, please visit television.