Pakistani Rape Gangs: ବ୍ରିଟେନରେ ପାକିସ୍ତାନୀ କରୁଛନ୍ତି ଏହି ସବୁ ହୀନ କାମ
ଚାଞ୍ଚଲ୍ୟକର ପର୍ଦ୍ଦାଫାଶ ହୋଇଛି। ୧୯୬୦ରୁ ପାକିସ୍ତାନର ଏହି ରେପ୍ ଗ୍ୟାଙ୍ଗ ଗରୀବ ନାବାଳିକା ପ୍ରଲୋଭନ ଦେଖାଇ, ମଦ ଓ ଡ୍ରଗ୍ସ ଦେଇ ଫସାଯାଉଥିଲା। ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା।
ଚାଞ୍ଚଲ୍ୟକର ପର୍ଦ୍ଦାଫାଶ ହୋଇଛି। ୧୯୬୦ରୁ ପାକିସ୍ତାନର ଏହି ରେପ୍ ଗ୍ୟାଙ୍ଗ ଗରୀବ ନାବାଳିକା ପ୍ରଲୋଭନ ଦେଖାଇ, ମଦ ଓ ଡ୍ରଗ୍ସ ଦେଇ ଫସାଯାଉଥିଲା। ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା।
ବ୍ରିଟେନରେ ପାକିସ୍ତାନୀ ଗ୍ୟାଙ୍ଗମାନେ ୮୫ଟି ଅଞ୍ଚଳରେ ଶିଶୁମାନଙ୍କୁ ନିଷ୍ଠୁର ଭାବେ ଶୋଷଣ କରିଛନ୍ତି ବୋଲି ଜଣେ ବ୍ରିଟିଶ ସାଂସଦଙ୍କ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ବ୍ରିଟେନର ଇତିହାସରେ ଏକ ଗୁରୁତର ଶିଶୁ ସୁରକ୍ଷା କେଳେଙ୍କାରୀ ଭାବେ ବିବେଚିତ ହୋଇଛି। ସ୍ଵାଧୀନ ସାଂସଦ ରୂପର୍ଟ ଲୋଙ୍କ ନେତୃତ୍ବରେ ହୋଇଥିବା ଏହି ତଦନ୍ତରୁ ଜଣାପଡ଼ିଛି ଯେ ପାକିସ୍ତାନୀ ମୂଳର ପୁରୁଷମାନେ ଦଶନ୍ଧି ଧରି ଶିଶୁମାନଙ୍କୁ, ବିଶେଷତଃ ଦୁର୍ବଳ ଶ୍ଵେତାଙ୍ଗ ଝିଅମାନଙ୍କୁ, ଟାର୍ଗେଟ କରି ଶାରୀରିକ ଓ ଯୌନ ଶୋଷଣ କରିଛନ୍ତି। ଏହି ତଦନ୍ତରେ ସରକାରୀ ଅଧିକାରୀମାନଙ୍କର ଗୁରୁତର ବିଫଳତା ମଧ୍ୟ ପ୍ରକାଶ ପାଇଛି, ଯେଉଁମାନେ ଏହି ଅପରାଧକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଇନଥିଲେ।
ତଦନ୍ତରେ ଜଣା ପଡିଛି ଯେ, ୧୯୬୦ ମସିହାରୁ ଏହି ଅପରାଧ ଆରମ୍ଭ ହୋଇଥିଲା। ରଦରହାମ, ରୋଚଡେଲ, ଟେଲଫୋର୍ଡ ଭଳି ଅଞ୍ଚଳରେ ଏହାର ବିଶେଷ ପ୍ରଭାବ ଥିଲା। ରଦରହାମରେ ଏକ ସ୍ଵାଧୀନ ତଦନ୍ତରୁ ଜଣାପଡ଼ିଛି ଯେ ୧୯୯୭ରୁ ୨୦୧୩ ମଧ୍ୟରେ ପ୍ରାୟ ୧୪୦୦ ଝିଅ ଏହି ଶୋଷଣର ଶିକାର ହୋଇଥିଲେ। ଏହି ଗ୍ୟାଙ୍ଗମାନେ ସାଧାରଣତଃ ୧୧ରୁ ୧୬ ବର୍ଷ ବୟସର ଝିଅମାନଙ୍କୁ ଟାର୍ଗେଟ କରୁଥିଲେ, ଯେଉଁମାନେ ପ୍ରାୟତଃ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପରିବାର କିମ୍ବା କେୟାର ହୋମରୁ ଆସୁଥିଲେ। ଏହି ଝିଅମାନଙ୍କୁ ପ୍ରଥମେ ପ୍ରଲୋଭନ ଦେଖାଇ, ମଦ ଓ ଡ୍ରଗ୍ସ ଦେଇ ଫସାଯାଉଥିଲା, ପରେ ସେମାନଙ୍କୁ ଯୌନ ଶୋଷଣ, ଗ୍ୟାଙ୍ଗ ରେପ ଓ ଟ୍ରାଫିକିଂର ଶିକାର କରାଯାଉଥିଲା ବୋଲି କିଛି ବ୍ୟକ୍ତି କହିଛନ୍ତି।
ଏହି ଗ୍ୟାଙ୍ଗମାନେ ଝିଅମାନଙ୍କୁ ମାନସିକ ଓ ଶାରୀରିକ ଭାବେ ନିୟନ୍ତ୍ରଣ କରୁଥିଲେ। ସେମାନେ ଝିଅମାନଙ୍କ ପରିବାର ବିଷୟରେ ସୂଚନା ସଂଗ୍ରହ କରି ସେମାନଙ୍କୁ ଧମକ ଦେଉଥିଲେ। ଟେଲଫୋର୍ଡରେ ଲୁସି ଲୋ ନାମକ ଜଣେ ୧୬ ବର୍ଷୀୟା ଝିଅଙ୍କୁ ତାଙ୍କ ପ୍ରେମିକ ଆଜହାର ଆଲି ମେହମୁଦ ୨୦୦୦ ମସିହାରେ ତାଙ୍କ ଭଉଣୀ ଓ ମା’ଙ୍କ ସହ ଜାଳି ଦେଇଥିଲେ। ଏହି ଘଟଣା ଅନ୍ୟ ଶିକାରମାନଙ୍କୁ ଚୁପ ରହିବାକୁ ବାଧ୍ୟ କରିଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ପୋଲିସ ଓ ସ୍ଥାନୀୟ ପରିଷଦମାନେ ଏହି ଅପରାଧକୁ ଅଣଦେଖା କରିଥିଲେ। ଏହାର ମୁଖ୍ୟ କାରଣ ଥିଲା ଜାତିଗତ ସମ୍ବେଦନଶୀଳତା ଓ ରାଜନୈତିକ ଚାପ। ଅଧିକାରୀମାନେ ଅପରାଧୀମାନଙ୍କ ଜାତିଗତ ପରିଚୟ ପ୍ରକାଶ କରିବାକୁ ଭୟ କରୁଥିଲେ, ଯାହା ଫଳରେ ଏହି ଗ୍ୟାଙ୍ଗମାନେ ନିର୍ଭୟରେ କାର୍ଯ୍ୟ କରୁଥିଲେ। ୨୦୧୪ରେ ପ୍ରଫେସର ଆଲେକ୍ସିସ ଜେଙ୍କ ନେତୃତ୍ବରେ ହୋଇଥିବା ଜେ ରିପୋର୍ଟରୁ ଏହି ଅଧିକାରୀମାନଙ୍କର ବିଫଳତା ସାମ୍ନାକୁ ଆସିଥିଲା। ଏହା ପରେ ରଦରହାମ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଶିଶୁ ସୁରକ୍ଷା ନିର୍ଦ୍ଦେଶକ ଇସ୍ତଫା ଦେଇଥିଲେ।
ଏହି ଘଟଣା ସାମାଜିକ ଗଣମାଧ୍ୟମରେ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି। ଏଲନ ମସ୍କ, ଜେକେ ରାଉଲିଂ ଓ ଲିଜ ଟ୍ରସ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଏହାକୁ ‘ରେପ ଗ୍ୟାଙ୍ଗ’ ଭାବେ ଅଭିହିତ କରି ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବ୍ରିଟେନ ସରକାର ୨୦୨୪ରେ ଏକ ଜାତୀୟ ତଦନ୍ତ ଆରମ୍ଭ କରିଛନ୍ତି, ଯାହା ଏହି ଅପରାଧର ସମ୍ପୂର୍ଣ୍ଣ ପରିସର ଅନୁସନ୍ଧାନ କରିବ ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ପରାମର୍ଶ ଦେବ। ଏହି ତଦନ୍ତରୁ ଆଶା କରାଯାଉଛି ଯେ ଶିଶୁମାନଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ଓ ନୀତି ପ୍ରଣୟନ ହେବ। ଏହି ଘଟଣା ବ୍ରିଟେନରେ ସାମାଜିକ ଓ ରାଜନୈତିକ ସ୍ତରରେ ଗଭୀର ପ୍ରଭାବ ପକାଇଛି।
ସ୍ୱାଧୀନ ସାଂସଦ ରୁପର୍ଟ ଲୋ ଏହାକୁ ଆଜି ପର୍ଯ୍ୟନ୍ତ ବଳାତ୍କାର ଗ୍ୟାଙ୍ଗ୍ ସ୍କାଣ୍ଡାଲର ସବୁଠାରୁ ବ୍ୟାପକ ପର୍ଦାଫାସ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି। ପାକିସ୍ତାନୀ ଦୁଷ୍କର୍ମୀ ଗ୍ୟାଙ୍ଗଙ୍କ ହାତରେ ଲକ୍ଷ ଲକ୍ଷ ଜୀବନ ନଷ୍ଟ ହୋଇଛି ବୋଲି ଲୋ କହିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
