Pakistan: ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ବ୍ୟବସାୟ ବନ୍ଦ କଲା ଜାପାନର ଏହି ବଡ଼ କଂପାନୀ

ପୂର୍ବରୁ ମାଇକ୍ରୋସଫ୍ଟ ପାକିସ୍ତାନରେ ସମସ୍ତ ଅପରେସନ୍ ବନ୍ଦ କରିଦେଇଥିଲା। ପାକିସ୍ତାନ ସହ ସମସ୍ତ ବ୍ୟବସାୟ ବନ୍ଦ କରିଦେଇଥିଲା କମ୍ପାନୀ। ମାଇକ୍ରୋସଫ୍ଟ ତାର ସମସ୍ତ କର୍ମଚାରୀଙ୍କୁ ପାକିସ୍ତାନରୁ ବାହାର କରିଦେଇଥିଲା। ଦେଶର ଆର୍ଥିକ ଅସ୍ଥିରତା

12 September 2025 08:35 AM IST
Pakistan: ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ବ୍ୟବସାୟ ବନ୍ଦ କଲା ଜାପାନର ଏହି ବଡ଼ କଂପାନୀ

ପୂର୍ବରୁ ମାଇକ୍ରୋସଫ୍ଟ ପାକିସ୍ତାନରେ ସମସ୍ତ ଅପରେସନ୍ ବନ୍ଦ କରିଦେଇଥିଲା। ପାକିସ୍ତାନ ସହ ସମସ୍ତ ବ୍ୟବସାୟ ବନ୍ଦ କରିଦେଇଥିଲା କମ୍ପାନୀ। ମାଇକ୍ରୋସଫ୍ଟ ତାର ସମସ୍ତ କର୍ମଚାରୀଙ୍କୁ ପାକିସ୍ତାନରୁ ବାହାର କରିଦେଇଥିଲା। ଦେଶର ଆର୍ଥିକ ଅସ୍ଥିରତା ଯୋଗୁଁ କମ୍ପାନୀ ଗୁଡ଼ିକ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି।

କାଙ୍ଗାଳ ପାକିସ୍ତାନକୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା। ମାଇକ୍ରୋସଫ୍ଟ ପରେ, ଜାପାନୀ କମ୍ପାନୀ Yamaha ମଧ୍ୟ ପାକିସ୍ତାନରେ ତାର ବ୍ୟବସାୟ ବନ୍ଦ କରିଛି। ଆଉ ପାକିସ୍ତାନୀ କଷ୍ଟମରଙ୍କୁ କହିଛି ବାଏ ବାଏ। କମ୍ପାନୀ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି ଯେ, Yamaha ଆଉ ପାକିସ୍ତାନରେ ମୋଟରସାଇକେଲ ନିର୍ମାଣ କରିବ ନାହିଁ। ହେଲେ କମ୍ପାନୀ କହିଛି ଯେ ଉତ୍ପାଦନ ବନ୍ଦ କରାଯାଉଥିଲେ ମଧ୍ୟ, ଲୋକଙ୍କ ପାଇଁ ସର୍ଭିସ ଜାରି ରହିବ। ଡିଲରମାନଙ୍କୁ ସ୍ପେୟାର ପାର୍ଟସ୍ ଉପଲବ୍ଧ କରାଯିବ। କମ୍ପାନୀ ପାକିସ୍ତାନ ଛାଡ଼ିବା ନିଷ୍ପତ୍ତିର କାରଣ ବ୍ୟବସାୟିକ ପରିସ୍ଥିତିକୁ ଦର୍ଶାଇଛି। ପରିଚାଳନା ନିର୍ଦ୍ଦେଶକ ଶିନସୁକେ Yamaura କହିଛନ୍ତି ଯେ, ପରିବର୍ତ୍ତନଶୀଳ ବ୍ୟବସାୟିକ ପରିସ୍ଥିତି ଏବଂ ନୀତି ପରିବର୍ତ୍ତନ ଯୋଗୁଁ ଏହି ପଦକ୍ଷେପ ନେବାକୁ ପଡିଲା।

ପୂର୍ବରୁ ମାଇକ୍ରୋସଫ୍ଟ ପାକିସ୍ତାନରେ ସମସ୍ତ ଅପରେସନ୍ ବନ୍ଦ କରିଦେଇଥିଲା। ପାକିସ୍ତାନ ସହ ସମସ୍ତ ବ୍ୟବସାୟ ବନ୍ଦ କରିଦେଇଥିଲା କମ୍ପାନୀ। ମାଇକ୍ରୋସଫ୍ଟ ତାର ସମସ୍ତ କର୍ମଚାରୀଙ୍କୁ ପାକିସ୍ତାନରୁ ବାହାର କରିଦେଇଥିଲା। ଦେଶର ଆର୍ଥିକ ଅସ୍ଥିରତା ଯୋଗୁଁ କମ୍ପାନୀ ଗୁଡ଼ିକ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହା ସହିତ, ପାକିସ୍ତାନରେ ବହୁତ ରାଜନୈତିକ ଅସ୍ଥିରତା ରହିଛି, ଏହା ଆତଙ୍କବାଦୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ, ଯାହା ବ୍ୟବସାୟକୁ ବହୁତ ପ୍ରଭାବିତ କରୁଛି। ବ୍ୟବସାୟ କରିବା ପାଇଁ ଅନିଶ୍ଚିତତାର ପରିସ୍ଥିତି ରହିଛି। ସେହି ସମୟରେ, ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଯୋଗୁଁ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି।

ପାକିସ୍ତାନରେ ବିଦେଶୀ ମୁଦ୍ରାର ଅଭାବ ରହିଛି, ଯାହା ଆମଦାନୀ-ରପ୍ତାନିକୁ ମଧ୍ୟ ପ୍ରଭାବିତ କରୁଛି ଏବଂ ବ୍ୟବସାୟକୁ କଷ୍ଟକର କରୁଛି। ଯାହାଦ୍ୱାରା କମ୍ପାନୀ ଗୁଡ଼ିକ ଏପରି ନିଷ୍ପତ୍ତି ନେଉଛନ୍ତି। ଯାହା ପାକିସ୍ତାନର ଭୁଷୁଡ଼ା ଅର୍ଥନୀତିକୁ ଆହୁରି ପ୍ରଭାବିତ କରିଛି। ଏହାଦ୍ୱାରା ପାକିସ୍ତାନରେ ଚାକିରି ସଂଖ୍ୟା ହ୍ରାସ କରିପାରେ ଏବଂ ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ।

Disclaimer: This content has been automatically aggregated from television for informational purposes. To read the original article, please visit television.