Pakistan News: ନାତି ଗିରଫ ହେବା ପରେ ବିବାଦରେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ

ଇସଲାମାବାଦ: ଲାହୋରରେ ଜୁନ୍ ୨୯ ତାରିଖରେ ଦୁଇଜଣ ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇସାକ୍ ଦାର୍ଙ୍କ ନାତିଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି। ଏହି ଘଟଣା ପରେ ଦାର୍ ନିଜ ଦେଶରେ ବିବାଦୀୟ ହୋଇପଡ଼ିଛନ୍ତି। ଦୁଷ୍କର୍ମରେ ଶିକାର ସମ୍ପୃକ୍ତ ଦୁଇ ଜଣ ମହିଳାଙ୍କ ମଧ୍ୟରେ ଜଣେ ଭେନେଜୁଏଲା ଓ ଅନ୍ୟ ଜଣେ ନେଦରଲ୍ୟାଣ୍ଡର ନାଗରିକ ବୋଲି ଜଣାପଡ଼ିଥିବାବେଳେ ଦାର୍ଙ୍କ ନାତି ମହମ୍ମଦ ରାଜା ଦାର୍ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।
ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଫେରାର୍ ଅଛି। ଶୁକ୍ରବାର ଲାହୋରର ଏକ କୋର୍ଟ ଦାର୍ଙ୍କ ନାତି ରାଜା ଦାର୍ଙ୍କ ସମେତ ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ ହେପାଜତକୁ ପଠାଇ ଦେଇଛି। ଏହି ଘଟଣା ପରେ ସିନେଟର୍ ଫୈଜଲ ଭାଓଡା ଇସାକ୍ ଦାର୍ଙ୍କ ଇସ୍ତଫା ଦାବି କରିଛନ୍ତି। ରାଜା ଦାର୍ ସେହି ମହିଳାଙ୍କୁ ଗତବର୍ଷ ସିଙ୍ଗାପୁରରେ ଭେଟିଥିଲା ଓ ସେମାନେ ତାଙ୍କ କ୍ରିପ୍ଟୋକରେନ୍ସି କାରବାରରେ ସହଯୋଗୀ ଥିଲେ। ରାଜା ସେମାନଙ୍କ ପାକିସ୍ତାନ ଗସ୍ତ ପାଇଁ ବିଜନେସ୍ ଭିସାର ବ୍ୟବସ୍ଥା କରିଥିଲେ।
Terrorists: ପାକିସ୍ତାନରେ ଲୁଚିଥିବା ୨୩ ଆତଙ୍କବାଦୀଙ୍କ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ
ତେବେ ଦୁଇ ବିଦେଶୀ ମହିଳାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ସିନେଟର ଭାଓଡା ଦାର୍ଙ୍କ ଇସ୍ତଫା ଦାବି କରିଛନ୍ତି। ଭାଓଡା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ପାକିସ୍ତାନ ସରକାର ଏକ ପାରିବାରିକ ନିଗମ ଭଳି ଚାଲୁଛି, ପଞ୍ଜାବର ପ୍ରାଦେଶିକ ସରକାର ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷା ଦେଉଥିଲେ। ସମ୍ପୃକ୍ତ ଦେଶମାନଙ୍କ ଦୂତାବାସର ହସ୍ତକ୍ଷେପ ପରେ ଅଭିଯୁକ୍ତ ରାଜା ଦାର୍ ଗିରଫ ହୋଇଥିଲା। ଏପରି ଗମ୍ଭୀର ଅଭିଯୋଗ ପରେ ଦାର୍ କିପରି ବିଶ୍ବ ଆଗରେ ପାକିସ୍ତାନର ପ୍ରତିନିଧିତ୍ବ କରିପାରିବେ ବୋଲି ‘ଏକ୍ସ’ରେ ଏକ ପୋଷ୍ଟ କରି ଭାଓଡ଼ା କହିଥିଲେ।