Pakistan: ପାକିସ୍ତାନ-କୁଏତ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ଆଲୋଚନା: ପଶ୍ଚିମ ଏସିଆରେ ବଦଳୁଛି ସୁରକ୍ଷା ସମୀକରଣ

Jul 17, 2026 - 22:30
Pakistan: ପାକିସ୍ତାନ-କୁଏତ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ଆଲୋଚନା: ପଶ୍ଚିମ ଏସିଆରେ ବଦଳୁଛି ସୁରକ୍ଷା ସମୀକରଣ

"ଇସଲାମାବାଦ: ପଶ୍ଚିମ ଏସିଆରେ ବଢ଼ୁଥିବା ସୁରକ୍ଷା ଚ୍ୟାଲେଞ୍ଜ ମଧ୍ୟରେ ପାକିସ୍ତାନ ଓ କୁଏତ ଏକ ବିସ୍ତୃତ ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ନେଇ ଆଲୋଚନା ଆରମ୍ଭ କରିଛନ୍ତି।

ଏହି ଚୁକ୍ତି ଅନୁଯାୟୀ, ପାକିସ୍ତାନ କୁଏତକୁ ସାମରିକ ସହଯୋଗ ଯୋଗାଇବା ବଦଳରେ ଶକ୍ତି କ୍ଷେତ୍ରରେ ସହଯୋଗ ଓ ନିବେଶ ପାଇବାକୁ ଆଶା ରଖିଛି।

ତେବେ ଏହି ଆଲୋଚନା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ କୌଣସି ଅନ୍ତିମ ଚୁକ୍ତି ହୋଇନାହିଁ।Advertisment ଆହୁରି ପଢନ୍ତୁ: CEC pressmeet ନିର୍ବାଚନ ଓ ଭୋଟରଙ୍କ ମଧ୍ୟରେ ଗଣମାଧ୍ୟମ ହେଉଛି ସେତୁ: ସିଇସି ବର୍ତ୍ତମାନ କୁଏତ ଓ ପାକିସ୍ତାନ ମଧ୍ୟରେ ସୀମିତ ପ୍ରତିରକ୍ଷା ସହଯୋଗ ରହିଛି।

ଏଥିରେ ସାମରିକ ପ୍ରଶିକ୍ଷଣ ଓ ମିଳିତ ଅଭ୍ୟାସ ସାମିଲ।

ନୂଆ ଚୁକ୍ତି ହେଲେ ଏହି ସହଯୋଗର ପରିସର ଆହୁରି ବଢ଼ିପାରେ।

ତେବେ ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପର୍ଯ୍ୟାୟରେ କୁଏତରେ ଯୁଦ୍ଧ କରିବା ପାଇଁ ସେନା ମୁତୟନ କରିବାର କୌଣସି ଯୋଜନା ନାହିଁ।

ଏହା ପୂର୍ବରୁ ପାକିସ୍ତାନ ସାଉଦି ଆରବ ସହ ଏକ ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି କରିସାରିଛି।

ସେହି ଚୁକ୍ତି ଅନୁସାରେ ଆବଶ୍ୟକ ପଡ଼ିଲେ ପାକିସ୍ତାନ ସାଉଦି ଆରବକୁ ସେନା, ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇପାରିବ।

କିନ୍ତୁ ସମ୍ପ୍ରତି ଇରାନ ଆକ୍ରମଣରୁ ପାକିସ୍ତାନ ସାଉଦି ଆରବକୁ ରକ୍ଷା କରି ପାରି ନ ଥିବା ବେଳେ ବର୍ତ୍ତମାନ କୁଏତ ସହ ମଧ୍ୟ ସମାନ ଧରଣର ବ୍ୟବସ୍ଥା ନେଇ ଆଲୋଚନା କରୁଛି।

ଆହୁରି ପଢନ୍ତୁ: TMC: ତୃଣମୂଳ ଛାଡ଼ି ବିଜେପିକୁ ଯାଇଥିବା ୩ ପୂର୍ବତନ ସାଂସଦ ପୁଣି ରାଜ୍ୟସଭାକୁ ନିର୍ବାଚିତ ଏହି ଆଲୋଚନା ଏପରି ସମୟରେ ହେଉଛି, ଯେତେବେଳେ ଇରାନକୁ କେନ୍ଦ୍ର କରି ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ିଛି।

ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଏବଂ ଆମେରିକା-ଇରାନ ତିକ୍ତତା ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକ ନିଜ ସୁରକ୍ଷାକୁ ଆହୁରି ମଜଭୁତ କରିବାକୁ ଚାହୁଛନ୍ତି।

ଏଭଳି ପରିସ୍ଥିତିରେ କୁଏତ ପାକିସ୍ତାନକୁ ଏକ ଭରସାଯୋଗ୍ୟ ସାମରିକ ସହଯୋଗୀ ଭାବେ ଦେଖୁଛି।

ସୂଚନା ଅନୁସାରେ, ପାକିସ୍ତାନ ସାଉଦି ଆରବ, କୁଏତ ସମେତ ଅନ୍ୟ କେତେକ ଉପସାଗରୀୟ ଦେଶ ସହ ସୁରକ୍ଷା ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି।

ତେବେ କୁଏତ ସହ ପ୍ରସ୍ତାବିତ ପ୍ରତିରକ୍ଷା ଚୁକ୍ତି କେବେ ଅନ୍ତିମ ରୂପ ନେବ, ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।