Pakistan: ପାକିସ୍ତାନର ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ମୁନିରଙ୍କୁ ଦାୟିତ୍ବ

Jul 11, 2026 - 20:36
Pakistan: ପାକିସ୍ତାନର ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ମୁନିରଙ୍କୁ ଦାୟିତ୍ବ

"ଇସଲାମାବାଦ: ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାବେଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଶାନ୍ତି ଲାଗି ରହିଛି।

ଏପରି ସମୟରେ ପାକିସ୍ତାନ ସରକାର ସେନାମୁଖ୍ୟ ଅସିମ୍‌ ମୁନିରଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି।

ମୁନିର ସେନା ମୁଖ୍ୟ ଭାବେ ଗୁରୁଦାୟିତ୍ବ ବହନ କରିଥିବାବେଳେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟସ୍ଥତା କରି ଇତିମଧ୍ୟରେ ସେ ନିଜକୁ ଜଣେ ଧୂରୀଣ କୂଟନୀତିଜ୍ଞ ବୋଲି ପ୍ରମାଣିତ କରିସାରିଛନ୍ତି।

ଏତେ ସବୁ ଦାୟିତ୍ବ ଭିତରେ ସେ ଭାରତ ବିରୋଧୀ ବୟାନବାଜିରେ ଲିପ୍ତ ରହିବାକୁ ମଧ୍ୟ ସମୟ ପାଆନ୍ତି।

ଏବେ ତାଙ୍କୁ ଆଉ ଏକ ଗୁରୁଦାୟିତ୍ବ ମିଳିଛି।Advertisment ପାକିସ୍ତାନର ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ପାକିସ୍ତାନ ସରକାର ତାଙ୍କ ଉପରେ ବଡ଼ ଦାୟିତ୍ବ ନ୍ୟସ୍ତ କରିଛନ୍ତି।

ପାକିସ୍ତାନର ଜନସଂଖ୍ୟା ବର୍ତ୍ତମାନ ୨୫୯ ନିୟୁତ ଥିବାବେଳେ ଏହା ବିଶ୍ବର ପଞ୍ଚମ ଜନସଂଖ୍ୟା ବହୁଳ ଦେଶ।

୨୦୩୦ ସୁଦ୍ଧା ପାକିସ୍ତାନ ଇଣ୍ଡୋନେସିଆକୁ ପଛରେ ବିଶ୍ବର ଚତୁର୍ଥ ଜନସଂଖ୍ୟା ବହୁଳ ଦେଶରେ ପରିଣତ ହେବ।

ଏପରିସ୍ଥଳେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଗଠନ କରିଥିବା କମିଟିରେ ମୁନିର୍‌ଙ୍କୁ ରଖାଯାଇଛି।

ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ସୟେଦ ମୁସ୍ତାଫା କମଲ ସିନେଟ୍‌ ବୈଠକରେ ମୁନିରଙ୍କୁ ମିଳିଥିବା ନୂଆ ଦାୟିତ୍ବ ସମ୍ପର୍କରେ ଘୋଷଣା କରିଛନ୍ତି।

Trump Claims: ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରିଥିବା ଟ୍ରମ୍ପଙ୍କ ଦାବି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।