Pahandi: ସୁଦର୍ଶନ ଓ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଜାରି

Jul 24, 2026 - 12:34
Pahandi: ସୁଦର୍ଶନ ଓ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଜାରି

"ପୁରୀ: ପୁରୀରେ ଚାଲିଛି ପହଣ୍ଡି।

ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ତାପରେ ବଳଭଦ୍ରଙ୍କର ପହଣ୍ଡି ସରିଥିଲା।

ସୁଦର୍ଶନ ଓ ବଳଭଦ୍ର ରଥାରୂଢ଼ ହୋଇଛନ୍ତି।

ଏବେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଜାରି ରହିଛି।

ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହେବ।

Advertisment ଗତକାଲି ସନ୍ଧ୍ୟା ଦର୍ଶନ ସଅଳ ବନ୍ଦ କରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ବାହୁଡ଼ା ପ୍ରସ୍ତୁତି।

ବାହୁଟ କଣ୍ଟ, ଚାରବନ୍ଧା ସହ କୁସୁମି ଲାଗି ଶେଷ ହୋଇ ସାରିବା ପରେ ବିଶ୍ବାବସୁ ବିନାୟକ ଦାସ ମହାପାତ୍ର ସୂଚନା ଦେଇକହିଥିଲେ,ଖଣ୍ଡୁଆ ପଡ଼ି ମହାପ୍ରଭୁ ଠିଆ ପହୁଡ଼ ଯିବେ।

ଖଟ ଶେଜ ଲାଗିବ ନାହିଁ।

ଚାର ବନ୍ଧା ହେବାକୁ ଥିବାରୁ ଖଟ ଶେଜ ଲାଗି ହୋଇପାରିବ ନାହିଁ।

ନୀତିକାନ୍ତି ସଅଳ ସମାପନ ହୋଇ ସମ୍ଭବତଃ ସକାଳ ୮ଟାରୁ ୯ଟା ମଧ୍ୟରେ ପହଣ୍ଡି କରିବା ନେଇ ଲକ୍ଷ୍ୟ ରଖାଯାଇଛି।

ଯଦିଓ ନୀତି ନିର୍ଘଣ୍ଟ ପୁସ୍ତିକାରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ଆରମ୍ଭ ହେବା ନେଇ ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ସଅଳ କରିବା ଲକ୍ଷ୍ୟରେ ନୀତିକାନ୍ତି ଆଗେଇ ଚାଲିଛି।

ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନର ନୀତିକାନ୍ତି ମୁତାବକ ଠିଆପହୁଡ଼ ହୋଇଥିବାରୁ ୨୪ ତାରିଖରେ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବ।

ସକାଳ ୭ରୁ ସେନାପଟା ଲାଗି ହେବ।

ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ ଅପରାହ୍‌ଣ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି।

ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ ହେବ।

ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

Arrested: ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।