PACS: ବ୍ୟବସାୟିକ ବିବିଧକରଣ ଏବଂ ଭବିଷ୍ୟତ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଅତିରିକ୍ତ ସଚିବ

Aug 01, 2026 - 15:53
PACS: ବ୍ୟବସାୟିକ ବିବିଧକରଣ ଏବଂ ଭବିଷ୍ୟତ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଅତିରିକ୍ତ ସଚିବ

"ଭୁବନେଶ୍ୱର/କଟକ/ଢେଙ୍କାନାଳ: ରାଜ୍ୟରେ ସମବାୟ ସଂସ୍ଥାଗୁଡ଼ିକୁ ଶକ୍ତିଶାଳୀ କରିବା ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଙ୍କଜ କୁମାର ବଂଶଲ ଓଡ଼ିଶାର କଟକ ଏବଂ ଢେଙ୍କାନାଳ ଜିଲ୍ଲାର  ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି।

ଅତିରିକ୍ତ ସଚିବ ଶ୍ରୀ ବଂଶଲ ଓଡ଼ିଶାର ସମବାୟ ସମିତି ସମୂହ ନିବନ୍ଧକ (RCS) ମନୀଷ ଅଗ୍ରୱାଲଙ୍କ ସହ କଟକସ୍ଥିତ "ଶ୍ରୀ ଜଗନ୍ନାଥ FSCS" ଗସ୍ତ କରିଥିଲେ।

FSCSର ସାଧାରଣ କାର୍ଯ୍ୟକାରିତା, ଋଣ ପ୍ରଦାନ ଯୋଜନା, ବ୍ୟବସାୟିକ ବିବିଧକରଣ ଏବଂ ଆଗାମୀ ଦିନରେ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଭବିଷ୍ୟତର ରଣନୀତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।Advertisment ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଏହି ଗସ୍ତ ସମୟରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, OSCBର ମୁଖ୍ୟ ମହାପ୍ରବନ୍ଧକ(CGM)ରୁଦ୍ର ପ୍ରସାଦ ଦାସ, ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ସଂଗ୍ରାମ ରାଉତ, DRCS କଟକ ସୁପ୍ରିୟା ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ଶ୍ରୀ ବଂଶଲ ଢେଙ୍କାନାଳ ଜିଲ୍ଲାସ୍ଥିତ "ଗେଙ୍ଗୁଟିଆ PACS" ଗସ୍ତ କରି ସମିତି ଦ୍ୱାରା ପରିଚାଳିତ ବହୁମୁଖୀ ବ୍ୟବସାୟିକ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ।

PACS ଦ୍ୱାରା ସଫଳତାର ସହ ଚାଲୁଥିବା ଖାଉଟି ଷ୍ଟୋର୍, ଗ୍ୟାସ୍ ଏଜେନ୍ସି, ସାର ଓ ବିହନ ଯୋଗାଣ ଏବଂ ଧାନ ସଂଗ୍ରହ କାର୍ଯ୍ୟର ସେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ।

ସମିତିର ଉପଲବ୍ଧ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନୂତନ ବ୍ୟବସାୟିକ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଅଧିକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

President Award: ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ପାଇଁ ଦୃଷ୍ଟିବାଧିତ ପ୍ରଫେସର ପାଇବେ ରାଷ୍ଟ୍ରପତି ପୁରସ୍କାର ଏହି ଅବସରରେ ଓଡ଼ିଶାର RCS ମନୀଷ ଅଗ୍ରୱାଲ, ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ସଂଗ୍ରାମ ରାଉତ, NCDC ର ଆଞ୍ଚଳିକ ନିର୍ଦ୍ଦେଶକ ଅଭିଜିତ କୁଲକର୍ଣ୍ଣି, DRCS (ଢେଙ୍କାନାଳ )ଉମା ଶଙ୍କର ଦାସ, ARCS (ଢେଙ୍କାନାଳ) ଅନନ୍ୟା ଶର୍ମା ଏବଂ PACSର ସଭାପତି ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।