OUSSSC protests: ପୁଲିସ ଏସ୍ଆଇ ନିଯୁକ୍ତି ଦାବିରେ ଓୟୁଏସ୍ଏସ୍ଏସ୍ସି ଘେରାଉ
"ଭୁବନେଶ୍ବର: ପୁଲିସ ଏସ୍ଆଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଦାବିରେ ଓଡ଼ିଶା ୟୁନିଫର୍ମ ସେବା ଷ୍ଟାଫ୍ ସିଲେକ୍ସନ କମିସନ୍ (ଓୟୁଏସ୍ଏସ୍ଏସ୍ସି) କାର୍ଯ୍ୟାଳୟକୁ ଷ୍ଟୁଡେଣ୍ଟ ଏଗେନ୍ଷ୍ଟ କରପସନ୍ ପକ୍ଷରୁ ଘେରାଉ କରାଯାଇଛି।
ଷ୍ଟୁଡେଣ୍ଟ ଏଗେନ୍ଷ୍ଟ କରପସନ୍ର ଆବାହକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ, ପୁଲିସ୍ ଏସ୍ଆଇ ନିଯୁକ୍ତି ପାଇଁ ୨୦୨୫ ଜାନୁଆରି ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଚାକିରି ବିକ୍ରି ପାଇଁ ମସୁଧା ଚାଲିଥିବା ବେଳେ ଚାକିରି ବିକ୍ରି ଗ୍ୟାଙ୍ଗ ଧରାପଡ଼ିଥିଲା।
ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଅଭିଯୋଗ ପରେ ସିବିଆଇ ତଦନ୍ତ ଭାର ନେଇଛି।
ମାତ୍ର ଏହା ମଧ୍ୟ ଶିଥିଳ ପଡ଼ିଛି।
ସିବିଆଇ କାହାକୁ ବାନ୍ଧି ପାରୁ ନ ଥିବା ବେଳେ ପ୍ରାୟ ଦେଢ଼ ବର୍ଷ ହେବ ସରକାର ପରୀକ୍ଷା ମଧ୍ୟ କରିପାରୁନାହାନ୍ତି।
୩ ମାସ ହେବ ଓୟୁଏସ୍ଏସ୍ଏସ୍ସି ଗଠନ ହୋଇଥିଲେ ମଧ୍ୟ ତାହାର ୱେବ୍ସାଇଟ୍ ପ୍ରସ୍ତୁତ ହୋଇପାରିନାହିଁ।
ଏପରିକି ଦୀର୍ଘ ୨ବର୍ଷ ଧରି ପ୍ରସ୍ତୁତି କରୁଥିବା ପିଲାଙ୍କ ପରୀକ୍ଷା କେବେ ହେବ, ସେନେଇ ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି।
ନୂତନ ଭାବେ କାର୍ଯ୍ୟାଳୟ ଖୋଲିଥିଲେ ମଧ୍ୟ ତା"ର ନାମକରଣ ମଧ୍ୟ ହୋଇପାରିନି।
ଫଳରେ କଳା ରିବନ୍ କାଟି ଅଫିସ୍ ଉଦ୍ଘାଟନ କରିବା ଭଳି ଅଭିନବ ଉପାୟରେ ଆନ୍ଦୋଳନ କରାଯାଇଥିଲା।Advertisment Four NDPS: ରାଜ୍ୟରେ ପ୍ରତିଷ୍ଠା ହେବ ୪ ଏନ୍ଡିପିଏସ୍ କୋର୍ଟ Anil's eight: ମଙ୍ଗଳ ଯାତ୍ରା ପାଇଁ ଅନିଲଙ୍କ ଆଠମାସିଆ ମହାକାଶ ଅଭିଯାନ ଏବେ ସରକାର ରାଜ୍ୟର ମେଧାବୀଙ୍କ ପ୍ରତି ସମ୍ବେଦନଶୀଳ ହୋଇ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦାବି କରାଯାଇଛି।
ରାଜ୍ୟର ଦେଢ଼ ଲକ୍ଷ ଆଶାୟୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ପରୀକ୍ଷା ତାରିଖ ଘୋଷଣା କରନ୍ତୁ।
ଅନ୍ୟଥା ଆଶାୟୀମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କଡ଼ା ଚେତାବନୀ ଦେଇଥିଲେ।
ଧାରଣାସ୍ଥଳ ଦେଇ ପିସିସି ସଭାପତି ଯାଉଥିବା ଦେଖି ଆନ୍ଦୋଳନକାରୀ ଆଶାୟୀମାନେ ତାଙ୍କୁ ଅଟକାଇବା ସହ ଅସୁବିଧା ଜଣାଇଥିଲେ।
ପରୀକ୍ଷାର୍ଥୀଙ୍କ ସହ ଅଫିସ୍ ଭିତରକୁ ଯାଇ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ପରେ ଅକ୍ଟୋବର ସୁଦ୍ଧା ପରୀକ୍ଷା ସରିବ ବୋଲି ଓୟୁଏସ୍ଏସ୍ଏସ୍ସି ଅଧ୍ୟକ୍ଷ ସ୍ପଷ୍ଟ ସୂଚନା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।
ଆଜିର ଏହି ବିକ୍ଷୋଭରେ ବହୁ ଆଶାୟୀ ଯୋଗ ଦେଇଥିଲେ।"