OSRTC Jagannath Express Suffers Accident: ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସରେ ଥିଲେ ୫୦ରୁ ଅଧିକ ଯାତ୍ରୀ
ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ବସ୍ ଦୁର୍ଘଟଣାଗ୍ରସ୍ତ । ଅନୁଗୁଳ ଜିଲ୍ଲା ସମଲ୍ ଥାନା ୧୪୯ ଜାତୀୟ ରାଜପଥ ବୁରୁକୁନା ଛକ ନିକଟରେ ଦୁର୍ଘଟଣା ଘଟିଛି । ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଜଗନ୍ନାଥ ଏକ୍ସପ୍ରେସ ପୁରୀରୁ ଯାତ୍ରୀଙ୍କୁ ନେଇ ସୁନ୍ଦରଗଡ଼ ଯିବା ସମୟରେ ବୁରୁକୁନା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ 108 ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । ଗୁରୁତର ଆହତମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।.....
ଅନୁଗୁଳ ୧୪୯ ଏନଏଚ୍ ନିକଟ ବୁରୁକୁନାରେ ଦୁର୍ଘଟଣା
୨୫ରୁ ଅଧିକ ଯାତ୍ରୀ ଆହତ
୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା
ବସରେ ଥିଲେ ୫୦ରୁ ଅଧିକ ଯାତ୍ରୀ
ଆହତମାନେ ମେଡିକାଲରେ ଭର୍ତ୍ତି
ଓଲଟିଲା ଓଏସଆରଟିସି ବସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।