Onion Sells: ଆଜିଠୁ ୨୫ ଟଙ୍କାରେ ପିଆଜ ବିକ୍ରି

ନାଫେଡ ଜରିଆରେ କେନ୍ଦ୍ର ସରକାର କିଲୋ ପିଛା ୨୫ ଟଙ୍କାରେ ପିଆଜ ବିକ୍ରି କରିବେ।

04 September 2025 09:00 AM IST
Onion Sells: ଆଜିଠୁ ୨୫ ଟଙ୍କାରେ ପିଆଜ ବିକ୍ରି

ନାଫେଡ ଜରିଆରେ କେନ୍ଦ୍ର ସରକାର କିଲୋ ପିଛା ୨୫ ଟଙ୍କାରେ ପିଆଜ ବିକ୍ରି କରିବେ।

ସାଧାରଣ ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି। ଆଜି ଠାରୁ ପିଆଜ କିଲୋଗ୍ରା ପିଛା ୨୫ ଟଙ୍କା ସବସିଡି ଦରରେ ବିକ୍ରି ଆରମ୍ଭ ହେବ। ତେବେ ଏହା କେବଳ ସରକାରୀ ମୂଲ୍ୟ ରହିବ। କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲାଦ ଜୋଶୀ କୃଷି ଭବନରେ ଏହି ପଦକ୍ଷେପକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିବେ।

ଭାରତୀୟ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ (NAFED), ଭାରତୀୟ ଜାତୀୟ ସମବାୟ ଗ୍ରାହକ ଫେଡେରେସନ (NCCF) ଏବଂ ଅନ୍ୟାନ୍ୟ ସମବାୟ ସଂସ୍ଥାଗୁଡ଼ିକ ସବସିଡି ଦରରେ ପିଆଜ ବିକ୍ରି କରିବେ।

ଦେଶରେ ଖାଦ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ହେଉଥିବା ବେଳେ ପାଗ ପରିବର୍ତ୍ତନ ଯୋଗୁଁ ଫସଲକୁ କ୍ଷତି ପହଞ୍ଚାଇ ଯୋଗାଣରେ ବାଧା ସୃଷ୍ଟି ହେଉଛି। ଟମାଟୋ, ପିଆଜ ଏବଂ ଆଳୁ, ଯାହା ଅଧିକାଂଶ ପରିବାରର ମୁଖ୍ୟ ଖାଦ୍ୟ। ଅନିୟମିତ ବର୍ଷା, ଗ୍ରୀଷ୍ମ ଲହରୀ ଏବଂ ଲଗାତାର ବର୍ଷା ଯୋଗୁଁ ଏହା ଚାଷ କରିବାରେ ବାଧାପ୍ରାନ୍ତ ହେଉଛି।

ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଫସଲରେ ଅନୁୟମିତତା ଦେଖା ଦେଉଛି। ଯାହା ଫଳରେ ପନିପରିବା ମୂଲ୍ୟରେ ବୃଦ୍ଧି ପାଉଛି।

ଟମାଟୋ, ପିଆଜ ଏବଂ ଆଳୁ ପରି ଫସଲଗୁଡ଼ିକ ଉପରେ ହଠାତ୍ ପାଣିପାଗ ପରିବର୍ତ୍ତନର ଅଧିକ ପ୍ରଭାବ ପଡୁଛି। ତେଣୁ ନାଫେଡ୍ ଜରିଆରେ ପିଆଜ ବିକ୍ରି କରିବା ପାଇଁ ସରକାର ଭାବିଛନ୍ତି। ଏହା ଦ୍ବାରା ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ।

Disclaimer: This content has been automatically aggregated from television for informational purposes. To read the original article, please visit television.