OnePlus withdraws: ଆମେରିକା, ୟୁରୋପରୁ ଓହରିବ ୱାନ୍ପ୍ଲସ୍
"ନୂଆଦିଲ୍ଲୀ: ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିଥିବା ଆଣ୍ଡ୍ରଏଡ୍ ଫୋନ୍ ବ୍ରାଣ୍ଡ୍ ୱାନ୍ପ୍ଲସ୍ ଖୁବ୍ଶୀଘ୍ର ଆମେରିକା ଓ ୟୁରୋପରେ ଏହାର କାରବାର ବନ୍ଦ କରିବ।
ଏହି ବ୍ରାଣ୍ଡର ମୂଳ କମ୍ପାନି ହେଉଛି ଓପୋ ବା ଗ୍ବାଙ୍ଗଡଙ୍ଗ ଓପୋ ମୋବାଇଲ୍ କମ୍ୟୁନିକେସନ୍ସ କର୍ପୋରେସନ ଲିମିଟେଡ୍।
ଚୀନର ଏହି ସଂସ୍ଥା ନିଜ ବ୍ୟବସାୟ ମଡେଲ୍ରେ ପରିବର୍ତ୍ତନ କରୁଥିବାରୁ ଏହାର ବିଭିନ୍ନ ବ୍ରାଣ୍ଡ୍ର କାରବାରକୁ ବନ୍ଦ କରିବା ବିଷୟରେ ବିଚାର କରୁଛି।
ଓପୋର ଅନ୍ୟତମ ବ୍ରାଣ୍ଡ୍ ରିଅଲ୍ମି ମଧ୍ୟ ଚୀନ ବଜାରରେ କାରବାର ବନ୍ଦ କରିବ।
କିନ୍ତୁ ୱାନ୍ପ୍ଲସ୍ ବ୍ରାଣ୍ଡ୍ ଚୀନ୍ରେ ରହିବ।Advertisment ୨୦୨୭ରେ ଏହି ବ୍ରାଣ୍ଡ୍ ଭାରତ ଓ ଚୀନ ବାହାରେ ଥିବା ଅନ୍ୟ ବଜାରଗୁଡ଼ିକରୁ ଓହରିଯିବ।
ଫୋନ୍ ବ୍ୟବସାୟ ଆର୍ଥିକ ସ୍ତରରେ ସଂଘର୍ଷ କରୁଥିବା ବେଳେ ଆମେରିକା, ୟୁରୋପ ଓ ଭାରତରେ ଏହାର ଚାହିଦା କମିଛି।
ସେଥିପାଇଁ କମ୍ପାନି ନିଜର ଏହି ବ୍ୟବସାୟଗୁଡ଼ିକୁ ବନ୍ଦ କରିବାକୁ ଚାହୁଛି।
ଆମେରିକାରେ କାରବାର କରୁଥିବା ଚୀନ କମ୍ପାନିଗୁଡ଼ିକ ଉପରେ ଏମିତିରେ ଚାପ ରହିଛି।
ଓପୋର ଯୋଜନା ଅନୁସାରେ ଆଗାମୀ ଦିନରେ ଏହା କେନ୍ଦ୍ରୀୟ ୟୁରୋପ ବଜାର ଉପରେ ଗୁରୁତ୍ବ ଦେବ ଏବଂ ଏହାର ରିଅଲମି ବ୍ରାଣ୍ଡ୍ର ଡିଭାଇସ୍ଗୁଡ଼ିକୁ ଫିନଲ୍ୟାଣ୍ଡ, ଡେନମାର୍କ, ସ୍ବିଡେନ ଓ ଆଇସଲ୍ୟାଣ୍ଡରେ ବିକ୍ରି କରିବ।
ପ୍ରାରମ୍ଭିକ ଦିନଗୁଡ଼ିକରେ ନିଜର ଚମତ୍କାର ପ୍ରଦର୍ଶନ, ସଫ୍ଟୱେର ଓ ସୁଲଭ ମୂଲ୍ୟ ପାଇଁ ୱାନ୍ପ୍ଲସ୍ ଫୋନ୍ଗୁଡ଼ିକ ଗ୍ରହଣୀୟ ହୋଇଥିଲା।
ସେହି ସୁବିଧା କମ୍ପାନି ଏବେ ଦେବା ପାଇଁ ସଂଘର୍ଷ କରୁଛି।
ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ରଥଯାତ୍ରା ଆମେରିକାରେ ଏକଦା ୱାନପ୍ଲସ୍ ବ୍ରାଣ୍ଡ୍ ବେଶ ଲୋକପ୍ରିୟତା ହାସଲ କରିଥିଲା।
କିନ୍ତୁ ଏବେ ତାହା ଆପଲ୍ ଓ ସାମସଙ୍ଗଠାରୁ ବହୁତ ପଛରେ ରହିଛି।
ଏଭଳିକି ଲିନୋଭୋ, ମୋଟୋରୋଲା ଓ ଗୁଗଲ ଭଳି ଅଳ୍ପ ଗ୍ରହଣୀୟ ହୋଇଥିବା ବ୍ରାଣ୍ଡ୍ଗୁଡ଼ିକ ସହ ତାହା ପ୍ରତିଦ୍ବନ୍ଦ୍ବିତା କରିପାରୁନାହିଁ।
ଚୀନରେ ମଧ୍ୟ ଓପୋ ବ୍ରାଣ୍ଡ୍ ଏହାର ପ୍ରତିଦ୍ବନ୍ଦ୍ବୀ ହୁୱେଇ ଟେକ୍ନୋଲୋଜି ଓ ଆପଲଠାରୁ ପଛରେ ରହିଯାଇଛି।
ମେମୋରି ଚିପ୍ ଅଭାବ ଦେଖାଦେବା ପରେ ସ୍ମାର୍ଟଫୋନ୍ଗୁଡ଼ିକ ମହଙ୍ଗା ହେବାରୁ କମ୍ପାନି ପାଇଁ ଆହୁରି ବଡ଼ ଆହ୍ବାନ ସୃଷ୍ଟି ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।