On Line Game:ଏହିସବୁ ଆପରେ ଚାଲିବ ସରକାରୀ ଛୁରି, ପଢ଼ନ୍ତୁ ଏହି ରିପୋର୍ଟ

ବେଟିଂ ଆପ୍ରେ କିଛି ଲୋକ ଟଙ୍କା ରୋଜଗାର କରୁଛନ୍ତି ତ ଆଉ କିଛି ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଟଙ୍କା ହରାଇବା ପରେ ଅନେକ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଏପରି ପରିସ୍ଥିତିରେ, ସରକାର ଏହାକୁ ବ୍ୟାନ୍ କରିବାକୁ ଯାଉଛନ୍ତି।

23 August 2025 07:40 AM IST
On Line Game:ଏହିସବୁ ଆପରେ ଚାଲିବ ସରକାରୀ ଛୁରି, ପଢ଼ନ୍ତୁ ଏହି ରିପୋର୍ଟ

ବେଟିଂ ଆପ୍ରେ କିଛି ଲୋକ ଟଙ୍କା ରୋଜଗାର କରୁଛନ୍ତି ତ ଆଉ କିଛି ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଟଙ୍କା ହରାଇବା ପରେ ଅନେକ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଏପରି ପରିସ୍ଥିତିରେ, ସରକାର ଏହାକୁ ବ୍ୟାନ୍ କରିବାକୁ ଯାଉଛନ୍ତି। ତେବେ କେଉଁ କେଉଁ ଗେମିଂ ଆପ୍ ଉପରେ ଲାଗିବ ପ୍ରତିବନ୍ଧକ ଆସନ୍ତୁ ଜାଣିବା।

ଖେଳ କେବଳ ଆଉ ମନୋରଞ୍ଜନ ହୋଇ ନାହିଁ। ସମୟ ବଦଳିବା ସହ ଏହା ରୋଜଗାରର ମାଧ୍ୟମ ବି ହୋଇଯାଇଛି। ବର୍ତ୍ତମାନ ଅନ୍‌ଲାଇନ୍ ଗେମିଂ ଏବଂ ବେଟିଂ ଆପ୍ସର ସୁଅ ମାଡିଚାଲିଛି। ବେଟିଂରେ କିଛି ଲୋକ ଟଙ୍କା ରୋଜଗାର କରୁଛନ୍ତି ତ ଆଉ କିଛି ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି।

ଟଙ୍କା ହରାଇବା ପରେ ଅନେକ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଏପରି ପରିସ୍ଥିତିରେ, ସରକାର ଅନଲାଇନ୍ ଗେମିଂ ଆପ୍‌କୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଅନ୍‌ଲାଇନ୍ ଗେମିଂ ବିଲ୍ ୨୦୨୫କୁ ଆଣିଛନ୍ତି, ଯାହା ଆଇନରେ ପରିଣତ ହୋଇଛି ।

କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଯେ ଏହି ବିଲ୍ ଲାଗୁ ହେବା ପରେ କେଉଁ କେଉଁ ଗେମିଂ ଆପ୍ ଉପରେ ଲାଗିବ ପ୍ରତିବନ୍ଧକ? ଆଉ କେଉଁ ସବୁ ଗେମ୍‌କୁ ମିଳିବ ଆଶ୍ୱସ୍ତି?

ସରକାର ଗେମିଂ ଆପ୍‌କୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ହେଲା, ଯେଉଁଥିରେ ଖେଳିବା ପାଇଁ ପ୍ରକୃତ ଟଙ୍କା ଖର୍ଚ୍ଚ କରିବାକୁ ପଡେ ଆଉ ଏଥିରେ, ଟଙ୍କା ଜିତିବାକୁ ପଡେ ନଚେତ ହାରିବାକୁ ହୁଏ।

ତେବେ Dream11, Rummy Circle, MPL, My11Circle, MyTeam11 ଏବଂ Winzo ଭଳି ଅନେକ ଗେମିଂ ଆପ୍ ଏହି ବର୍ଗରେ ଆସିଥାଏ। ଏହି ଆପ୍ ଗୁଡିକ, ଖେଳ ନା’ରେ ‘ଜୁଆ’କୁ ପ୍ରୋତ୍ସାହିତ କରାଯାଏ। ସରକାର ଏହି ବର୍ଗରେ ଆସୁଥିବା ଗେମିଂ ଆପ୍ସକୁ ବ୍ୟାନ୍ କରିବା ଯାଉଛନ୍ତି।

ଅନ୍ୟପକ୍ଷରେ, ଦ୍ୱିତୀୟ ବର୍ଗ ହେଉଛି ସ୍କିଲ୍ ବେସ୍ଡ ଗେମ୍। ଏଥିରେ ଜିତିବା କିମ୍ବା ହାରିବା କେବଳ ନିଜର ଦକ୍ଷତା ଉପରେ ନିର୍ଭର କରେ। ଏହି ଖେଳଗୁଡ଼ିକୁ ସମ୍ପୂର୍ଣ୍ଣ ମାଗଣାରେ ଖେଳାଯାଇ ପାରିବ।

ଏହି ଖେଳଗୁଡ଼ିକରେ, ଜିତିବା ପାଇଁ 'କଏନ୍' କିମ୍ବା 'ପଏଣ୍ଟ' ଆକାରରେ ପୁରସ୍କାର ମିଳିବ। ଏଥିରେ କୌଣସି ଟଙ୍କାର କାରବାର ନାହିଁ। Call of Duty Mobile, BGMI, FreeFire ଏବଂ Ludo King ଭଳି ଖେଳ ଏହି ବର୍ଗରେ ଆସିଥାଏ। ଏହି ସବୁ ଗେମ୍ ଉପରେ ସରକାରୀ ବ୍ୟାନ ଲାଗୁ ହେବ ନାହିଁ।

Disclaimer: This content has been automatically aggregated from television for informational purposes. To read the original article, please visit television.