Oil India: ରାଉରକେଲାରେ ଅଏଲ ଇଣ୍ଡିଆ ବାଇଓ ପ୍ଲାଣ୍ଟ: ୧୦ ଏକର ଜମିରେ କଡ଼ା ସୁରକ୍ଷା ମଧ୍ୟରେ କାମ ଆରମ୍ଭ
"ରାଉରକେଲା : ଲୁହାକେରା ନିକଟରେ ଅଏଲ ଇଣ୍ଡିଆପକ୍ଷରୁ ଏକ ବାଇଓ ପ୍ଲାଣ୍ଟ ୧୦ ଏକର ଜାଗାରେ ପ୍ରତିଷ୍ଠା କରା ଯାଉଛି।
ଏଥିପାଇଁ ଆଜି କାମ ଆରମ୍ଭ କରାଯିବାର ଥିବାରୁ ସୁରକ୍ଷା ଦିଗରୁ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।Advertisment ପୁଲିସ୍ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି ଡିଏସପି ମନୋରଞ୍ଜନ ପ୍ରଧାନ ଙ୍କ ସହ ଅନ୍ୟ ପୋଲିସ୍ ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ଅଛନ୍ତି।
ରବିବାର ଦିନ ଏଠାରେ କାମ ଆରମ୍ଭ ହୋଇଥିଲା।
ମାତ୍ର ସ୍ଥାନୀୟ ଲୋକମାନେ କାମକୁ ବିରୋଧ କରିବାରୁ ଆଜି ପୁଲିସ୍ ମୁତୟନ କରାଯାଇଛି।
ଏହି ଜମି ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିଲା।
ମାତ୍ର ସରକାରଙ୍କୁ ହସ୍ତାନ୍ତର କଲା ପରେ ଅଏଲ ଇଣ୍ଡିଆକୁ ବାଇଓ ପ୍ଲାଣ୍ଟ କରିବାକୁ ୧୦ ଏକର ଜମି ଦିଆଯାଇଛି।
South Africa: ହାତରେ ଲାଠି ଧରି ବିଦେଶୀଙ୍କୁ ଖୋଜୁଛନ୍ତି ଦକ୍ଷିଣ ଆଫ୍ରିକା ଲୋକେ: ଆର୍ଥିକ ସଙ୍କଟ ପାଇଁ ବିଦେଶୀଙ୍କ ମୁଣ୍ଡରେ ଦୋଷ "