OHRC: ରଥଯାତ୍ରାରେ ଠେଲାପେଲାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା, ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

Jul 18, 2026 - 20:48
OHRC: ରଥଯାତ୍ରାରେ ଠେଲାପେଲାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା, ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

"କଟକ: ବ୍ୟାପକ ପ୍ରସ୍ତୁତି ପରେ ମଧ୍ୟ ପୁରୀରେ ରଥଯାତ୍ରା ସମୟରେ ଠେଲାପେଲାରେ ଦୁଇ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ଘଟଣାକୁ ଓଡ଼ିଶା ମାନବାଧିିକାର କମିସନ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

କମିସନ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ଓ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି।Advertisment ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଘଟଣାର ସତ୍ୟାସତ୍ୟ ରିପୋର୍ଟ ଦାଖଲ କରିବାକୁ ଗୃହ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ପୁରୀ ଜିଲ୍ଲାପାଳ ଓ ସିଡିଏମ ତଥା ପିଏଚଓଙ୍କୁ କମିସନ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଯେପରି ଏପରି ଘଟଣା ନ ଘଟେ ତାହା ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଓ ଏସପି ସୁନିଶ୍ଚିତ କରିବେ ବୋଲି କମିସନ କହିଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮କୁ ଧାର୍ଯ୍ୟ କରାଯାଇଛି।

ଓଡ଼ିଶା ମାନବାଧିକାର କମିିସନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ତଥା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ମାମଲାର ଶୁଣାଣି ସମୟରେ ଶ୍ରୀ ମିଶ୍ର "ସମ୍ବାଦ"ରେ ‌ଘୋଷଯାତ୍ରା ବେଳେ ଠେଲାପେଲା‌ରେ ଦୁଇ ଜଣଙ୍କ ମୃତ୍ୟୁ ସଂପର୍କିତ ପ୍ରକାଶିତ ଖବର ପ୍ରସଂଗ‌ରେ କମିସନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ନିଉଜ ରିପୋର୍ଟର କପି ଦାଖଲ କରିଥିଲେ।

୨୦୨୫ରେ ମଧ୍ୟ ରଥଯାତ୍ରା ବେଳେ ଦଳାଚକଟାରେ ତିନି ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା।

ଚଳିତ ବର୍ଷ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ପ୍ରଶାସନ କହିଥିବା ବେଳେ ଠେଲାପେଲାରେ ଦୁଇ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା।

ପାଚେରି ଭୁଶୁଡ଼ି ଶ୍ରମିକ ମୃତ: କ୍ଷତିପୂରଣ ପ୍ରସଂଗ ନେଇ ଓଏଚ୍‌ଆରସିରେ ମାମଲା ଏହି ଘଟଣା ସମୟରେ ଭିଡ ପରିଚାଳନା ଓ ଶୃଙ୍ଖଳା ରକ୍ଷା ଦାୟିତ୍ବ‌ରେ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ନିଜ କର୍ତ୍ତବ୍ୟ ସଂପାଦନରେ ବିଫଳ ହୋଇଥିଲେ।

ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, କମିସନଙ୍କ ତଦନ୍ତକାରୀ ସଂସ୍ଥା ଦ୍ବାରା ଘଟଣାର ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀ ମିଶ୍ର ଦର୍ଶାଇଥିଲେ।

ଗୃହ ସଚିବ, ପୁଲିସ ଡିଜି, ସ୍ବାସ୍ଥ୍ୟ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଏସପି, ଜିଲ୍ଲାପାଳଙ୍କ ନିକଟରୁ ଭିଡ ପରିଚାଳନା, ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ପ୍ରସଂଗରେ ରିପୋର୍ଟ ତଲବ କରାଯାଉ।

କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ।

ମୃତାହତଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିତ ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିସ୍ତୃତ ବୈଜ୍ଞାନିକ ଭିଡ଼ ପରିଚାଳନା ବ୍ୟବସ୍ଥା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।