ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରେ ୩୭ଟିକିଆ ହାତୀ ପଲ

Jun 16, 2026 - 09:12

ଚମ୍ପୁଆ : ଓଡ଼ିଶାର ପ୍ରସିଦ୍ଧ ରଜ ପର୍ବରେ ଆଜି ସାରା ରାଜ୍ୟରେ ଗଣପର୍ବ ରଜକୁ ​‌େ​‌ଲାକେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରୁଥିବାବେଳେ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରେ ୩୭ଟିକିଆ ହାତୀ ପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନାଥାଉ କି,​‌ ଆଜି ରଜରେ ଚମ୍ପୁଆ ରେଞ୍ଜରେ ୩୭ଟି ହାତୀ ବିଭିନ୍ନ ସ୍ଥାନରେ ରହି ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଗାଁମୁଣ୍ଡ ଗଛ ନିକଟ ଧାନ ବିଲରେ ଡାକ ଦେଉଥିବା ଦେଖିବାକୁ ମିଳୁଛି। ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକସନରେ ୩୭ଟି ହାତୀ ୨ଭାଗରେ ବିଭକ୍ତ ହୋଇ ବ୍ୟାପକ ଉପଦ୍ରବ ଜାରି ରଖିଥିଲେ। ଗୋଟିଏ ଗୋଠ ଛଡ଼ା ଦନ୍ତା ଉଖୁଣ୍ଡା ସେକସନର ରୂପାକୁଣ୍ଡରେ ଲୋକଙ୍କ ନିଦ ହଜାଇଦେଇଛି। ଗତ ରାତି ୫ଟିକିଆ ହାତୀ ପଲ ଚମ୍ପୁଆ ରେଞ୍ଜରୁ ମୟୁରଭଞ୍ଜକୁ ଚାଲି ଯାଇ ଥିବା ବେଳେ ୨ସପ୍ତାହ ତଳେ ଚମ୍ପୁଆରୁ ପାଟଣା ରେଞ୍ଜକୁ ଯାଇ ୨୫ଟିକିଆ ହାତୀ ପଲ ମୟୁରଭଞ୍ଜ ମଧ୍ୟ ଦେଇ ଚମ୍ପୁଆ ରେଞ୍ଜ ମୁହଁା ହୋଇଥଇବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।