Odisha medical colleges ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନୂତନ ପଦବିକୁ ମଞ୍ଜୁରି

Jul 23, 2026 - 19:37
Odisha medical colleges ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନୂତନ ପଦବିକୁ ମଞ୍ଜୁରି

"ବିଭିନ୍ନ ସୁପର ସ୍ପେଶିଆଲିଟି ବିଭାଗରେ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବି ମଞ୍ଜୁରAdvertisment ଭୁବନେଶ୍ଵର:  ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ ବିଭିନ୍ନ ସରକାରୀ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବିଭାଗ ପାଇଁ ୧୫୨ଟି ପ୍ରଫେସର, ସହଯୋଗୀ ପ୍ରାଧ୍ୟାପକ (ଆସୋସିଏଟ ପ୍ରଫେସର),  ସହକାରୀ ପ୍ରାଧ୍ୟାପକ (ଆସିଷ୍ଟାଣ୍ଟ୍‌ ପ୍ରଫେସର), ବରିଷ୍ଠ ଆବାସିକ (ସିନିୟର ରେସିଡେଣ୍ଟ) ପଦବିଗୁଡ଼ିକ ଅନୁମୋଦିତ ହୋଇଛି ।

ମଞ୍ଜୁର ପଦବିଗୁଡିକ ମଧ୍ୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ , ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ।

ମେଡିକାଲ୍‌ କଲେଜ୍‌ ପାଇଁ ରାସ୍ତାରେ ଅଭିନବ ପ୍ରତିବାଦ: ଦଣ୍ଡ ମାରି, ଆଣ୍ଠେଇଆଣ୍ଠେଇ ଶୋଭାଯାତ୍ରା କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ, ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ।

ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ, ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ।

ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ।

ବାଲେଶ୍ଵର ସ୍ଥିତ ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ।ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ରକ୍ତ ଚିକିତ୍ସା ବିଭାଗ, ବୁର୍ଲ୍ଲା ସ୍ଥିତ ଭୀମସାର ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ, ଶଲ୍ୟ ଗ୍ୟାଷ୍ଟ୍ରଏଣ୍ଟ୍ରୋଲୋଜୀ ବିଭାଗ।କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା।

ତାଳଚେର ସ୍ଥିତ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ, ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ।

ଇଏସ୍‌ଆଇସି ୫ ନୂଆ ହସ୍ପିଟାଲ୍‌ ଖୋଲିବ: ପ୍ରତି ହସ୍ପିଟାଲ୍‌ରେ ୧୦୦ ଶଯ୍ୟା, ମେଡିକାଲ୍‌ କଲେଜ ପ୍ରସ୍ତାବ ବିଚାରାଧୀନ ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀର ସମସ୍ତ ବିଭାଗରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବି ମଞ୍ଜୁର ହୋଇଛି ।

ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଉନ୍ନତମାନର ଚିକିତ୍ସା ଆହୁରି ସହଜ ହେବ ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସର୍ବଦା ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧ ।

ସରକାରଙ୍କ ଏହି ପଦକ୍ଷେପ ଗ୍ରହଣ ଫଳରେ ଆଗାମୀ ଦିନରେ ମାନବ ସମ୍ବଳ ବୃଦ୍ଧି ହେବା ସହ ସ୍ଵାସ୍ଥ୍ୟସେବା ଶିଖର ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଆସନ୍ତା ଶିକ୍ଷାବର୍ଷରୁ ତାଳଚେର ମେଡିକାଲ୍‌ କଲେଜରେ ପାଠପଢ଼ା: ଆଶା ଦେଖାଇଲେ ସରକାର ସୂଚନା ଅନୁସାରେ, ଗତ ଦୁଇବର୍ଷ ମଧ୍ୟରେ ବିଭାଗରେ ୫୧୯୭ ମେଡିକାଲ ଅଫିସର ଓ ପାରାମେଡିକ୍ସ ଷ୍ଟାଫ ନିଯୁକ୍ତି ହୋଇଛନ୍ତି ।

ସେହିପରି ୫୯୮୯ ନର୍ସିଙ୍ଗ ଅଫିସର ଏବଂ ୨୪୦ ରେଡିଓଗ୍ରାଫର ନିଯୁକ୍ତି ପାଇଁ ଅନୁମୋଦନ, ୧୧୦୮ ଫାର୍ମାସିଷ୍ଟ ଅଧିକାରୀ, ୨୩୮ ଅପଥାଲମିକ ଅଧିକାରୀ , ୩୮୦ ମେଡିକାଲ ଲ୍ୟାବ ଟେକନିସିଆନ ପଦବି ଅନୁମୋଦନ ମିଳିଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।