Odisha Govt : ବସରେ ଗଲେ ଦେବାକୁ ପଡ଼ିବନି ଟଙ୍କା, ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନେଇପାରିବେ ଏହି ସୁବିଧା।
ଏଣିକି ସବୁ ପିଲାଙ୍କୁ ମିଳିବ ମାଗଣା ବହି। ବସରେ ଗଲେ ଦେବାକୁ ପଡ଼ିବନି ଟଙ୍କା। ମୋହନ ସରକାର ଦେଲେ ଡବଲ ଖୁସି। ପାଠ ପଢ଼ିବାକୁ ଆଉ ହଇରାଣ ହେବନି ଛାତ୍ରଛାତ୍ରୀ ।
ଏଣିକି ସବୁ ପିଲାଙ୍କୁ ମିଳିବ ମାଗଣା ବହି। ବସରେ ଗଲେ ଦେବାକୁ ପଡ଼ିବନି ଟଙ୍କା। ମୋହନ ସରକାର ଦେଲେ ଡବଲ ଖୁସି। ପାଠ ପଢ଼ିବାକୁ ଆଉ ହଇରାଣ ହେବନି ଛାତ୍ରଛାତ୍ରୀ ।
ଏଣିକି ବସ୍ରେ ମାଗଣାରେ ଯିବେ ଛାତ୍ରଛାତ୍ରୀ। ସମସ୍ତଙ୍କୁ ମିଳିବ ମାଗଣା ପୁସ୍ତକ। ସ୍କୁଲ ଓ ଗଣଶିକ୍ଷା ନିତ୍ୟାନନ୍ଦ ଗଣ୍ଡ କରିଛନ୍ତି ଏହି ଘୋଷଣା। ଆଗରୁ SC, ST ପିଲାଙ୍କୁ ମାଗଣାରେ ମିଳୁଥିଲା ବହି। ସାଧାରଣ ବର୍ଗରେ ପିଲାମାନେ ପାଉନଥିଲେ ଏହି ସୁବିଧା। ହେଲେ ଏବେଠାରୁ ସବୁ ପିଲାଙ୍କୁ ମାଗଣା ବହି ଯୋଗାଇଦେବେ ସରକାର।
ଏଥିସହ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନିଙ୍କ ବସ୍ ଭଡ଼ା। ପିଲାମାନେ ସ୍କୁଲକୁ ଯାତାୟାତ କରିବା ସମୟରେ ୟୁନିଫର୍ମ ଓ ଆଇ-କାର୍ଡ଼ ଦେଖାଇ ମୁଖ୍ୟମନ୍ତ୍ରୀ ବସରେ ବିନା ପଇସାରେ ଯାତ୍ରା କରିପାରିବେ। ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନେଇପାରିବେ ଏହି ସୁବିଧା।
ଅନ୍ୟପକ୍ଷରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହୋଇଛି ବଡ଼ଧରଣର ନବକଳେବର। ପ୍ରାଥମିକ ଶିକ୍ଷାକୁ ମିଳିଛି ରାଜ୍ୟ ସରକାରଙ୍କ ବୁଷ୍ଟର ଡୋଜ୍। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ୩୯ ହଜାର ୩୬୬ଟି ଶିକ୍ଷକ ପଦବୀ ସୃଷ୍ଟି କରାଯିବ।
ଡିସେମ୍ବର ସୁଦ୍ଧା ୫ ହଜାର ୬୭ଟି ଶିକ୍ଷକ ପଦବୀ ମଧ୍ୟ ଖାଲି ହେବ। ତେଣୁ ଏହି ସବୁକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪ ହଜାର ୪୩୩ ଟି ପଦବୀ ପୂରଣ କରାଯିବ। ସ୍କିମାଟିକ ଶିକ୍ଷକ ମାନଙ୍କୁ ମଧ୍ୟ ନିୟମିତ କରିବାର ଯୋଜନା ରହିଛି।
ସେହିଭଳି ହଷ୍ଟେଲରେ ରହୁଥିବା ପିଲାମାନଙ୍କ ପାଇଁ ANM ନିଯୁକ୍ତ ହେବେ । ପ୍ରତ୍ୟେକ ୩୦୦ ପିଲାଙ୍କ ପାଇଁ ଜଣେ ANM ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି କରାଯାଇଛି। ଏହି ନବକଳେବପର ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ଆସିବ ବୋଲି ଲକ୍ଷ ରଖାଯାଇଛି
Disclaimer: This content has been automatically aggregated from television for informational purposes. To read the original article, please visit television.
Home
