Odisha Flood : ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ: ସମ୍ବେଦନଶୀଳ ଅଞ୍ଚଳରେ ଅଧିକାରୀ ମୁତୟନ

Jul 30, 2026 - 14:21
Odisha Flood : ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ: ସମ୍ବେଦନଶୀଳ ଅଞ୍ଚଳରେ ଅଧିକାରୀ ମୁତୟନ

"ଭୁବନେଶ୍ବର: ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମିର ନିରନ୍ତର ତଦାରଖ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଆହୁରି ଜୋରଦାର କରାଯାଇଛି।

ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟରତ ଥିବାବେଳେ, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ନିରନ୍ତର ନଜର ରଖିବା ଓ ଆବଶ୍ୟକ ସ୍ଥଳରେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଅତିରିକ୍ତ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।

ବରିଷ୍ଠ କ୍ଷେତ୍ର ଯନ୍ତ୍ରୀମାନେ ନଦୀ, ବନ୍ଧ ଏବଂ ଅନ୍ୟାନ୍ୟ ବନ୍ୟା ସୁରକ୍ଷା ଭିତ୍ତିଭୂମି ଉପରେ ନିରନ୍ତର ନଜର ରଖିଛନ୍ତି।Advertisment ଅଧିକ ପଢନ୍ତୁ: Bhadrak: ଭଦ୍ରକ ବୈତରଣୀରେ ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ପ୍ରବାହିତ, ବୁଡିଯାଇଛି ୭ ବ୍ଲକର ୭୨ ପଞ୍ଚାୟତର ୩୫୦ ଗାଁ ପ୍ରସ୍ତୁତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ କ୍ଷୁଦ୍ର ଜଳସେଚନ, ମେଗା ଲିଫ୍ଟ ଜଳସେଚନ, କ୍ୱାଲିଟି ଆସୁରାନ୍ସ ଏବଂ ସର୍ଭେ ଓ ଇନଭେଷ୍ଟିଗେସନ୍ ଶାଖାର ଅଧୀକ୍ଷଣ ଯନ୍ତ୍ରୀ (SE) ଓ ନିର୍ବାହୀ ଯନ୍ତ୍ରୀ (EE)ମାନଙ୍କୁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ରଖାଯାଇଛି।

ଆବଶ୍ୟକତା ପଡ଼ିଲେ ସ୍ୱଳ୍ପ ସମୟର ସୂଚନାରେ ସେମାନେ ତୁରନ୍ତ କ୍ଷେତ୍ରକୁ ଯାଇ ଦାୟିତ୍ୱ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି।

ଏହି ପରିପ୍ରେକ୍ଷୀରେ, ହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ବେସିନ୍ ସିଷ୍ଟମ୍ (MBBS)ର ମୁଖ୍ୟ ଯନ୍ତ୍ରୀ ଆଳି ବ୍ଲକ ଅଧୀନ ଗୋବିନ୍ଦପୁର ମହାଦେବ ମନ୍ଦିର ନିକଟସ୍ଥ ଖରସୁଆଁ ନଦୀର ଓଏଇ- ୯ବି  ପାଣିଉଛୁଳିଥିବା ସ୍ଥାନର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଥିଲେ।

ସେହି ପାଣିଉଛୁଳିଥିବା ସ୍ଥାନରେ ବାଲିବସ୍ତା ବ୍ୟବହାର କରି ପାଣି ପ୍ରବାହକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇଥିବା ବେଳେ, ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକସ୍ଥଳେ ତୁରନ୍ତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।