Odisha Flood: ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୪ ଘଣ୍ଟିଆ ତଦାରଖ ଜାରି

Aug 01, 2026 - 16:12
Odisha Flood: ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୪ ଘଣ୍ଟିଆ ତଦାରଖ ଜାରି

"ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରାଯାଇଛି।

ପ୍ରଭାବିତ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ, ପାଇପ୍ ଜଳଯୋଗାଣ (PWS) ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ଏବଂ ସ୍ୱାଭାବିକ ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ବିକଳ୍ପ ପାନୀୟ ଜଳ ଯୋଗାଣ ପାଇଁ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକୁ ନିୟୋଜିତ କରାଯାଇଛି।Advertisment ନିରାପଦ ପାନୀୟ ଜଳର ଉପଲବ୍ଧତା ୩୧ ଜୁଲାଇ ୨୦୨୬ ସୁଦ୍ଧା ପ୍ରାପ୍ତ ତଥ୍ୟ ଅନୁଯାୟୀ, ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ରିପୋର୍ଟ ହୋଇଥିବା ମୋଟ ୧୩,୬୬୨ଟି ନଳକୂପ ମଧ୍ୟରୁ ୬,୪୯୧ଟି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି।

ସେଥିମଧ୍ୟରୁ ୨,୭୧୦ଟି ନଳକୂପକୁ ଇତିମଧ୍ୟରେ ବିଶୋଧନ କାର୍ଯ୍ୟ ସରିଛି।

ସେହିପରି ମୋଟ ୬୪୨ଟି ପାଇପ୍ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୫୭ଟି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୧୦୧ଟି ପ୍ରକଳ୍ପର ପୁନରୁଦ୍ଧାର କିମ୍ବା ବିଶୋଧନ କାର୍ଯ୍ୟ ସମ୍ପନ୍ନ ହୋଇଛି।

ପ୍ରଭାବିତ ଅଞ୍ଚଳରେ ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଜାରି ରଖାଯାଇଛି।

ଗ୍ରାମୀଣ ପାନୀୟ ଜଳ ଭିତ୍ତିଭୂମି ଉପରେ ଅଧିକ ପ୍ରଭାବ ପଡ଼ିଥିବା ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।

ଭଦ୍ରକ ଜିଲ୍ଲାରେ ୩,୪୧୧ଟି ନଳକୂପ ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ ୧,୩୧୧ଟିକୁ ବିଶୋଧନ କରାଯାଇଛି।

ବାଲେଶ୍ୱରରେ ୨,୧୯୧ଟି ନଳକୂପ ପ୍ରଭାବିତ ହୋଇଛି ଏବଂ ୫୪୫ଟିର ବିଶୋଧନ କାର୍ଯ୍ୟ ସରିଛି।

ଏଥିସହିତ ଏଠାରେ ୭୫ଟି ପ୍ରଭାବିତ PWS ପ୍ରକଳ୍ପର ପୁନରୁଦ୍ଧାର କିମ୍ବା ବିଶୋଧନ କରାଯାଇଛି।

ଯାଜପୁର ଜିଲ୍ଲାରେ ୫୧୧ଟି ନଳକୂପ ପ୍ରଭାବିତ ହୋଇଥିବାବେଳେ ୧୨୨ଟିକୁ ବିଶୋଧନ କରାସରିଛି।

ବନ୍ୟାଜଳ ହ୍ରାସ ପାଇବା ସହ ଜଳମଗ୍ନ ଥିବା ପାନୀୟ ଜଳ ଉତ୍ସଗୁଡ଼ିକ ପହଞ୍ଚଯୋଗ୍ୟ ହେଉଛି ଏବଂ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକ ତୁରନ୍ତ ସେଗୁଡ଼ିକର ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି।

Odisha gets Rs 4,819 crore: ଅଗ୍ରିମ କିସ୍ତିରେ ଓଡ଼ିଶାକୁ ମିଳିଲା ୪୮୧୯ କୋଟି ଟଙ୍କା ପୁନରୁଦ୍ଧାର ଅବଧିରେ ନିରବଚ୍ଛିନ୍ନ ଭାବେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ଏକାଧିକ ବିକଳ୍ପ ବ୍ୟବସ୍ଥା କରାଯାଇଛି।

ପାନୀୟ ଜଳ ଯୋଗାଣ ବଜାୟ ରଖିବା ପାଇଁ ୪୭ଟି ଡିଜି ସେଟ୍ ନିୟୋଜିତ କରାଯାଇଥିବାବେଳେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ୧୦ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ (MTU) ନିୟୋଜିତ ହୋଇଛି।

ଏହାବ୍ୟତୀତ ୩୭ଟି ପାଣି ଟ୍ୟାଙ୍କର ଏବଂ ସିନ୍ଥେଟିକ୍ ଟ୍ୟାଙ୍କ ସଂଯୁକ୍ତ ଅତିରିକ୍ତ ୩୫ଟି ଯାନ/ଟ୍ରାକ୍ଟର ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ହୋଇଛି।

ଏପର୍ଯ୍ୟନ୍ତ ୧,୯୨,୨୩୫ଟି ପାନୀୟ ଜଳ ବୋତଲ/ପାଉଚ୍ ବଣ୍ଟନ କରାଯାଇଛି।

ଆବଶ୍ୟକତା ଅନୁଯାୟୀ ତୁରନ୍ତ ଯୋଗାଣ ପାଇଁ ଆଉ ୪,୬୫,୦୦୦ଟି ପାଣି ବୋତଲ ମହଜୁଦ ରହିଛି।

ପାନୀୟ ଜଳ ଉତ୍ସର ବିଶୋଧନ ଓ ଆନୁଷଙ୍ଗିକ ପରିମଳ ବ୍ୟବସ୍ଥା ପାଇଁ ଜିଲ୍ଲାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ବିଶୋଧକ ମହଜୁଦ କରାଯାଇଛି।

ବର୍ତ୍ତମାନ ୪,୪୨୦ ବସ୍ତା ବ୍ଲିଚିଂ ପାଉଡର୍ ଉପଲବ୍ଧ ରହିଛି।

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ମୌସୁମୀ ଓ ବନ୍ୟା ପରିସ୍ଥିତି ସମୟରେ ତଦାରଖ ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ବିଭାଗ ପକ୍ଷରୁ ସୁଦୃଢ଼ କରାଯାଇଛି।

ଭୁବନେଶ୍ୱରସ୍ଥିତ ଇଞ୍ଜିନିୟର-ଇନ୍-ଚିଫ୍, RWS&Sଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିଛି।

ପାନୀୟ ଜଳ ପରିସ୍ଥିତିର ନିରନ୍ତର ତଦାରଖ ପାଇଁ ଅଧିକାରୀ ଓ କର୍ମଚାରୀମାନେ ପାଳି ଭିତ୍ତିରେ ନିୟୋଜିତ ହୋଇଛନ୍ତି।

ରାଜ୍ୟ କଣ୍ଟ୍ରୋଲ ରୁମ୍‌ରେ ପ୍ରାପ୍ତ ପାନୀୟ ଜଳ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ପାଇଁ ସମ୍ପୃକ୍ତ RWS&S ଡିଭିଜନକୁ ଜଣାଇ ଦିଆଯାଉଛି।

ରାଜ୍ୟ କଣ୍ଟ୍ରୋଲ ରୁମ୍‌ର ଯୋଗାଯୋଗ ନମ୍ବର ହେଉଛି ୦୬୭୪-୨୩୯୧୨୦୩।

ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି।

ଏହାଦ୍ୱାରା ସ୍ଥାନୀୟ ପାନୀୟ ଜଳ ପରିସ୍ଥିତିର ନିୟମିତ ତଦାରଖ ସହ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକ ସହ ତ୍ୱରିତ ସମନ୍ୱୟ ସମ୍ଭବ ହେଉଛି।

ବିଶେଷକରି ବନ୍ୟା ପ୍ରଭାବିତ ଓ ସମ୍ବେଦନଶୀଳ ଅଞ୍ଚଳରେ ସଜାଗ ରହିବା ସହ ପାନୀୟ ଜଳ ଯୋଗାଣରେ କୌଣସି ବ୍ୟାଘାତ କିମ୍ବା ଜଳ ଉତ୍ସ ଦୂଷିତ ହେବାର ସୂଚନା ମିଳିଲେ ତୁରନ୍ତ ପଦକ୍ଷେପ ନେବାକୁ ଇଞ୍ଜିନିୟର ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା ପ୍ରଭାବିତ ପାନୀୟ ଜଳ ଉତ୍ସଗୁଡ଼ିକୁ ପୁନଃ ବ୍ୟବହାର ପୂର୍ବରୁ ବିଶୋଧନ କରିବାକୁ ବିଭାଗ ସର୍ବାଧିକ ପ୍ରାଥମିକତା ଦେଉଛି।

ଯେଉଁଠାରେ କୌଣସି ଜଳ ଉତ୍ସକୁ ତୁରନ୍ତ ପୁନରୁଦ୍ଧାର କରିବା କିମ୍ବା ନିରାପଦ ଭାବେ ବ୍ୟବହାର କରିବା ସମ୍ଭବ ହେଉନାହିଁ, ସେଠାରେ ଟ୍ୟାଙ୍କର, ସିନ୍ଥେଟିକ୍ ଟ୍ୟାଙ୍କ, ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ଏବଂ ପ୍ୟାକେଜ୍‌ଡ ପାନୀୟ ଜଳ ମାଧ୍ୟମରେ ବିକଳ୍ପ ଜଳଯୋଗାଣ କରାଯାଉଛି, ଯାହାଦ୍ୱାରା ଲୋକମାନଙ୍କୁ ସମ୍ଭାବ୍ୟ ଦୂଷିତ ଜଳ ଉତ୍ସ ଉପରେ ନିର୍ଭର କରିବାକୁ ପଡିବ ନାହିଁ।

ପାନୀୟ ଜଳ ଭିତ୍ତିଭୂମି ସମେତ ପଞ୍ଚାୟତିରାଜ ବିଭାଗ ଅଧୀନସ୍ଥ ଭିତ୍ତିଭୂମିର କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଏକକାଳୀନ ଭାବେ ହାତକୁ ନିଆଯାଉଛି।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅତ୍ୟାବଶ୍ୟକ ସାର୍ବଜନୀନ ସେବାଗୁଡ଼ିକୁ ଯଥାଶୀଘ୍ର ସ୍ୱାଭାବିକ କରିବା ପାଇଁ SDRF ସହାୟତା ରାଶିକୁ ଅପେକ୍ଷା ନକରି ଯୋଗ୍ୟ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଉଛି।

ବନ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ପାଇଁ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଜିଲ୍ଲା ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।