Odisha File Theft Row Sparks Political Storm: ବିଜେଡି ସରକାରରେ CMOରୁ ଫାଇଲ୍ ଚୋରି ମାମଲା; ଫାଇଲ୍ ଚୋରି କଲା କିଏ? ତେଜିଲା ରାଜନୀତି

Jun 29, 2026 - 19:35
Odisha File Theft Row Sparks Political Storm:  ବିଜେଡି ସରକାରରେ CMOରୁ ଫାଇଲ୍ ଚୋରି ମାମଲା; ଫାଇଲ୍ ଚୋରି କଲା କିଏ? ତେଜିଲା ରାଜନୀତି

ବିଜେଡି ସରକାରରେ ଫାଇଲ୍ ଚୋରିକୁ ନେଇ ତେଜିଲା ରାଜନୀତି। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡର ଦିଗ ବାହାରି ପାରିନି। ଫାଇଲ୍ ଚୋରି ହୋଇଛି ଯିଏ କରିଛି ଆକ୍ସନ୍ ହେଉ। ନବୀନ ବାବୁ ନେଇଥିଲେ ତାଙ୍କ ବିରୋଧରେ ବି ଆକ୍ସନ୍ ନିଆଯାଉ। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। 

ଯାଞ୍ଚ ହେଉ, ରେଜିଷ୍ଟର ଦେଖାଯାଉ। ଯେଉଁମାନେ ନେଇଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଖାଲି ଏଇ ଗୋଟିଏ ମାମଲା ନୁହେଁ ନବ ଦାସ, ମମିତା ମେହେର ହତ୍ୟା, ମାହାଙ୍ଗା ଡବଲ ମର୍ଡର, ପରି ହତ୍ୟାକାଣ୍ଡ ସାନି ତଦନ୍ତ ବି। ସେପଟେ ବିଜେପି ଏବଂ ବିଜେଡିକୁ ପ୍ରଶ୍ନ କରିଛନ୍ତି କଂଗ୍ରେସ। କେଉଁ ବିଭାଗ ଏଥିପାଇଁ ଦାୟୀ ସ୍ପଷ୍ଟ କରନ୍ତୁ ସରକାର ବୋଲି ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ଯେଉଁ ବିଭାଗରୁ ଫାଇଲ ଚୋରି ହୋଇଛି ସରକାର ତାଙ୍କୁ ଧରନ୍ତୁ। ବିଜେଡି-ବିଜେପି ଏକାଠି ଅଛନ୍ତି, ଫାଇଲ୍ ଚୋରି ଏହାର ବଡ଼ ଉଦାହରଣ ବୋଲି କହି ସମାଲୋଚନା କରିଛନ୍ତି। ବିଜେପି ଏବଂ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

  • ଫାଇଲ୍ ଚୋରି କଲା କିଏ? ତେଜିଲା ରାଜନୀତି
  • ବିଜେଡି ସରକାରରେ CMOରୁ ଫାଇଲ୍ ଚୋରି ମାମଲା
  • ‘ଫାଇଲ୍ ଚୋରି ହୋଇଛି ଯିଏ କରିଛି ଆକ୍ସନ୍ ହେଉ’ 
  • ‘ନବୀନ ବାବୁ ନେଇଥିଲେ ତାଙ୍କ ବିରୋଧରେ ଆକ୍ସନ୍ ହେଉ’
  • ବିଜେଡି ଉପରେ ବର୍ଷିଲେ ଜୟନାରାୟଣ ମିଶ୍ର 
  • ବିଜେପି ଏବଂ ବିଜେଡିକୁ ପ୍ରଶ୍ନ କଲା କଂଗ୍ରେସ
  • ବିଜେଡି-ବିଜେପି ଏକାଠି ଅଛନ୍ତି: ଭକ୍ତ